ଅମରାବତୀ: ସାରା ଦେଶକୁ କୋରୋନା କବଳିତ କରିଛି । ମହାମାରୀରେ ଛଟପଟ ବିଶ୍ବବାସୀ। ଏପରି ଘଡିସନ୍ଧି ମୁହୁର୍ତ୍ତରେ ସଂକ୍ରମଣ ଓ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତାରେ ଆନ୍ଧ୍ର ସରକାର । ତେଣୁ ଚଳିତ ବର୍ଷ ଦୀପାବଳିରେ ବାଣ ଫୁଟାଇବା ଉପରେ କଟକଣା ଲଗା ଯାଇଛି । କେବଳ ଗ୍ରୀନ କ୍ରାକରସ ଫୁଟାଇ ଦୀପାବଳୀ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଆନ୍ଧ୍ର ସରକାର।
ରାଜ୍ୟ ସରକାର ଏକ ବିବୃତ୍ତିରେ କହିଛନ୍ତି ଯେ,କେବଳ ଗ୍ରୀନ କ୍ରାକର୍ସ ବିକ୍ରି ହେବା ସହ ଲୋକେ କେବଳ ସେହି ଗ୍ରୀନ କ୍ରାକରସ ଫୁଟାଇ ଦୀପାବଳି ପାଳନ କରିବେ । ବାଣ ଫୁଟାଇବା ପାଇଁ ଦୁଇ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଛି । ରାତି 8ଟାରୁ 10ଭିତରେ ସମସ୍ତଙ୍କୁ ବାଣ ଫୁଟାଇବାକୁ ଅନୁମତି ମିଳିଛି ।
ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି)ର ଆଦେଶ ଅନୁଯାୟୀ ଆନ୍ଧ୍ରପ୍ରଦେଶ ସରକାର ବାଣ ଫୁଟାଇବା ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦ୍ବାରା ରାଜ୍ୟ ମୁଖ୍ୟ ଶାସନ ସଚିବ ନୀଲମ ସାୱନିଙ୍କ ସ୍ବାକ୍ଷର ଅନୁଯାୟୀ ଏକ ସରକାରୀ ନିର୍ଦ୍ଦେଶ ଜାରି କରାଯାଇଛି ।