ନୂଆଦିଲ୍ଲୀ:ଉଗ୍ରବାଦ ପ୍ରବଣତା ଓ ଆଭ୍ୟନ୍ତରୀଣ ଅସ୍ଥିରତା ପାଇଁ ଉତ୍ତର-ପୂର୍ବ ରାଜ୍ଯଗୁଡିକରେ ଲାଗିଥିବା ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ Armed Forces Special Powers Act (AFSPA) ପ୍ରତ୍ୟାହାର ନେଇ ବଡ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକରା । ଆଜି ଏନେଇ ସୂଚନା ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, 3 ଉତ୍ତର-ପୂର୍ବ ରାଜ୍ୟ ଆସାମ, ନାଗାଲାଣ୍ଡ ଓ ମଣିପୁରରେ ଏହି ଆଇନର ପରିସରକୁ ସଙ୍କୁୁଚିତ କରିବା ଅର୍ଥାତ ଏହାର ଅଧିକାର କ୍ଷେତ୍ରକୁ ହ୍ରାସ କରିବା ପାଇଁ ନିଷ୍ପତ୍ତି ହୋଇଛି ।
ଦଶନ୍ଧି ଧରି ଜାରି ରହିଥିବା ଏହି ଆଇନ ବର୍ତ୍ତମାନ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯାଇ ପାରିବ ନାହିଁ । ଏହା ଆବଶ୍ୟକ ସ୍ଥଳେ ଏହାର ଅଧିକାର କ୍ଷେତ୍ରକୁ ହ୍ରାସ କରାଯିବ । ଏହି 3ରାଜ୍ୟର କିଛି ଅଞ୍ଚଳରୁ ଏହି ଆଇନକୁ ହଟାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବଧୀନ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ଟ୍ବିଟ କରି ସୂଚନା ଦେଇଛନ୍ତି । ପୂର୍ବ ସ୍ଥିତିରେ ସୁଧାର ଆସିଛି । ଉକ୍ତ ଅଞ୍ଚଳରେ ଦଶନ୍ଧି ଧରି ଲାଗି ରହିଥିବା ହିଂସା ଓ ଆଇନ ଶୃଙ୍ଖଳା ପରିସ୍ଥିତିରେ ମଧ୍ୟ ନିୟନ୍ତ୍ରଣ ଆସିଛି । ତେଣୁ ଏହାକୁ ସଙ୍କୁଚିତ କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଥିବା ଶାହ ସୂଚନା ଦେବା ସହ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।