ଓଡିଶା

odisha

ETV Bharat / bharat

Rahul Gandhi Disqualification: ବିଜେପି-କଂଗ୍ରେସ ମଧ୍ୟରେ ଟ୍ବିଟର ୱାର୍‌ - ଟ୍ବିଟର ୱାର୍‌

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ହୋଇଛି । ଏହାପରେ ବିଜେପି ଓ କଂଗ୍ରେସ ମଧ୍ୟରେ ଦେଖିବାକୁ ମିଳିଛି ଟ୍ବିଟର ୱାର । ଅଧିକ ପଢନ୍ତୁ

Rahul Gandhi Disqualification
Rahul Gandhi Disqualification

By

Published : Mar 31, 2023, 6:11 PM IST

ନୂଆଦିଲ୍ଲୀ:କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦକୁ ନେଇ ଆକ୍ରମଣାତ୍ମକ ହୋଇଉଠିଛି ପାର୍ଟି । କଂଗ୍ରେସର ଅନେକ ନେତା ଲଗାତାର ଭାବେ ବିଜେପି ସରକାରକୁ ଟାର୍ଗେଟ ଆସୁଥିବା ବେଳେ ଏବେ ଦେଖିବାକୁ ମିଳିଛି ଟ୍ବିଟର ୱାର୍‌ । ବିଜେପି ଓ କଂଗ୍ରେସ ମଧ୍ୟରେ ଟ୍ବିଟରରେ ମୁଣ୍ଡ ଟେକିଛି ବାକ୍‌ ଯୁଦ୍ଧ । ରାହୁଲ ଗାନ୍ଧୀଙ୍କୁ ସଂସଦରୁ ହଟାଇ ଗଣତନ୍ତ୍ରର ହତ୍ୟା ହେଉଛି ବୋଲି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଅଭିଯୋଗ କରିବା ପରେ ତାଙ୍କୁ ପାଲଟା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ।

ଜର୍ମାନୀ ବୈଦେଶିକ ମନ୍ତ୍ରୀ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦକୁ ନେଇ ମନ୍ତବ୍ୟ ରଖିଥିଲେ । ଏ ନେଇ ତାଙ୍କୁ ଧନ୍ୟବାଦ ଜଣାଇ ବିଜେପିକୁ ଟାର୍ଗେଟ କରିଥିଲେ ଦିଗବିଜୟ । ସେ ତାଙ୍କୁ ଧନ୍ୟବାଦ ଜଣାଇ ଟ୍ବିଟ୍‌ କରି ଲେଖିଥିଲେ, "ରାହୁଲ ଗାନ୍ଧୀଙ୍କୁ ସାଂସଦ ପଦରୁ ହଟାଇବା ଦ୍ବାରା ଭାରତରେ ଗଣତନ୍ତ୍ର କିପରି ବିପର୍ଯ୍ୟସ୍ତ ହୋଇପଡୁଛି ସେଥିପ୍ରତି ଧ୍ୟାନ ଦେଇଥିବାରୁ ଜର୍ମାନୀ ବୈଦେଶିକ ମନ୍ତ୍ରଣାଳୟ ଓ ରିଚାର୍ଡ ୱାକରଙ୍କୁ ଧନ୍ୟବାଦ ।" ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ମଧ୍ୟ ସମାନ କଥାକୁ ଟ୍ବିଟ କରି କହିଥିଲେ ।

ଏହା ବି ପଢନ୍ତୁ- Delhi Liquor Scam: ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ

ଏହା ଉପରେ ପାଲଟା ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ସେ ଦିଗବିଜୟଙ୍କ ଟ୍ବିଟକୁ ନେଇ ଲେଖିଛନ୍ତି, "ଇଣ୍ଡିଆ ନ୍ୟାସନାଲ କଂଗ୍ରେସ ଏବେ ଫରେନ୍‌ ନ୍ୟାସନାଲ କଂଗ୍ରେସରେ ପରିଣତ ହୋଇଛି । କଂଗ୍ରେସ ଦେଶର ନ୍ୟାୟପାଳ, ସମ୍ପ୍ରଦାୟର ଭାବାବେଗ ଓ ଭାରତୀୟ ସେନାକୁ ଅପମାନିତ କରିବା ପରେ ଏବେ ନିଜର ସମର୍ଥନ ଲାଗି ଅନ୍ୟ ଦେଶର ସାହାରା ଖୋଜୁଛି । ଏଥିଲାଗି ଭାରତୀୟ ଜାତୀୟ କଂଗ୍ରେସ ଏବେ ବିଦେଶ ଜାତୀୟ କଂଗ୍ରେସ ଭାବେ ପରିଣତ ହୋଇଛି । " ସେପଟେ ଅନେକ ବିଜେପି ନେତା ମଧ୍ୟ ଦିଗବିଜୟଙ୍କୁ ଟାର୍ଗେଟ କରିଛନ୍ତି ।

ଦେଶର ଆଭ୍ୟନ୍ତରୀଣ ମାମଲାରେ କଂଗ୍ରେସ ବିଦେଶର ହସ୍ତକ୍ଷେପ ଲୋଡୁଛି, ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଦିଗବିଜୟଙ୍କ ଟ୍ବିଟ ଉପରେ କେନ୍ଦ୍ରମନ୍ତରୀ କିରନ ରିଜଜୁ ପ୍ରତିକ୍ରିୟା ରଖି କହିଛନ୍ତି, " ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ବିଦେଶୀଙ୍କ ହସ୍ତକ୍ଷେପ ଲୋଡୁଥିବାରୁ ରାହୁଲ ଗାନ୍ଧୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ମନେ ରଖନ୍ତୁ, ଭାରତର ନ୍ୟାୟିକ ବ୍ୟବସ୍ଥା କୌଣସି ବିଦେଶୀ ହସ୍ତକ୍ଷେପରେ ପ୍ରଭାବିତ ହେବ ନାହିଁ । ଭାରତ କୌଣସି ବୈଦେଶିକ ପ୍ରଭାବକୁ ଆଦୌ ବରଦାସ୍ତ କରିବ ନାହିଁ, କାରଣ ଆମ ଦେଶର ପ୍ରଧାନମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦି ।"

ସୂଚନା ଥାଉ କି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସାଙ୍ଗିଆକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ସମସ୍ତ ମୋଦି ସରନେମ ବ୍ୟକ୍ତି ଚୋର କାହିଁକି ? ଏପରି କହି ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କା ଟାର୍ଗେଟ କରିଥିଲେ । ଏହାପରେ ତାଙ୍କ ବିରୋଧରେ ସୁରଟ ସେସନ କୋର୍ଟରେ ମାମଲା ରୁଜୁ ହୋଇଥିଲା । ସୁରଟ କୋର୍ଟ ଏହା ଉପରେ ରାୟ ଶୁଣାଇ ରାହୁଲଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଏହି ରାୟ ଆସିବାର ଦିନକ ପରେ ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା ଏବଂ ରାହୁଲ ଗାନ୍ଧୀଙ୍କ ସାଂସଦ ପଦକୁ ରଦ୍ଦ କରାଯାଇଥିଲା ।

ABOUT THE AUTHOR

...view details