ଓଡିଶା

odisha

ETV Bharat / bharat

ମହିଳାଙ୍କୁ ସୁରକ୍ଷା ଦେବ ଦିଶା ଆପ୍ - ଦିଶା ଆପ୍

ମହିଳାଙ୍କ ଦୁଃଖ ଦୂର କରିବ ଦିଶା ଆପ୍ । ଏନେଇ ଆନ୍ଧ୍ରପ୍ରଦେଶରେ 16 ଲକ୍ଷରୁ ଅଧିକ ମହିଳା ସ୍ମାର୍ଟ ଫୋନରେ ଏହି ଆପ ଡାଉନଲୋଡ କରିଥିବା କହିଛି ଆନ୍ଧ୍ର ପୋଲିସ । ଅଧିକ ପଢନ୍ତୁ...

ମହିଳାଙ୍କୁ ସୁରକ୍ଷା ଦେବ ଦିଶା ଆପ୍
ମହିଳାଙ୍କୁ ସୁରକ୍ଷା ଦେବ ଦିଶା ଆପ୍

By

Published : Jun 27, 2021, 9:38 AM IST

ଅମରାବତୀ: ମହିଳାଙ୍କ ଦୁଃଖ ଦୂର କରିବ ଦିଶା ଆପ୍ । ଏନେଇ ଆନ୍ଧ୍ରପ୍ରଦେଶରେ 16 ଲକ୍ଷରୁ ଅଧିକ ମହିଳା ସ୍ମାର୍ଟ ଫୋନରେ ଏହି ଆପ ଡାଉନଲୋଡ କରିଥିବା କହିଛି ଆନ୍ଧ୍ର ପୋଲିସ ।

ଆନ୍ଧ୍ରପ୍ରଦେଶ ପୋଲିସ ତରଫରୁ ଫେବୃଆରୀ 2020 ରେ ଦିଶା ଆପ୍ ଲଞ୍ଚ କରିଛି ବୋଲି ଦିଶାର ସ୍ବତନ୍ତ୍ର ଅଧିକାରୀ ଦୀପିକା ପାଟିଲ କହିଛନ୍ତି । ଏହି ସ୍ମାର୍ଟ ଫୋନରେ ଦିଶା ଆପ ଇନଷ୍ଟଲ କଲେ ଏହା ଜରିଆରେ ଆମେ ମହିଳାଙ୍କ ଅସୁବିଧା ସମୟରେ ସେମାନଙ୍କ ନିକଟରେ ପହଞ୍ଚିବ । ଆଜି ପର୍ଯ୍ୟନ୍ତ 16 ଲକ୍ଷରୁ ଅଧିକ ଲୋକ ଏହି ଆପ୍ ଡାଉନଲୋଡ କରିଛନ୍ତି।

ଗତବର୍ଷ ଏବଂ ଚଳିତ ବର୍ଷ ମଧ୍ୟରେ ଏପର୍ଯ୍ୟନ୍ତ 850 କଲ ଆସିଲାଣି ଏବଂ 160 ଟିକେସ୍ ପଞ୍ଜିକୃତ କରାଯାଇଛି । ସେ କହିଛନ୍ତି ଯେ ରାଜ୍ୟରେ ଏବେ 60 ଲକ୍ଷ ମହିଳା ଅଛନ୍ତି ଯେଉଁମାନଙ୍କ ପାଖରେ ସ୍ମାର୍ଟ ଫୋନ ଅଛି । ତେଣୁ ଏନେଇ ବହୁ ସଚେତନ ସୃଷ୍ଟି କରିବା ଉଚିତ । ଯଦ୍ବାରୁ ଅଧିକରୁ ଅଧିକ ମହିଳା ଏହି ଆପକୁ ନିଜ ଫୋନରେ ଇନଷ୍ଟଲ କରିବେ ।

ଦିଶା ଆପ ସାହାଯ୍ୟରେ 10 ମିନିଟ ଭିତରେ ଆପଣଙ୍କ ପାଖରେ ପୋଲିସ ପହଞ୍ଚିବ । ତେବେ ଗୋଦାବରୀ ଜିଲ୍ଲାର ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ସେବି ଏହି ଆପକୁ ବ୍ୟବହାର କରିଥିଲେ । ଏହା ଦିଶା ଆପ ଡରିଆରେ ପୋଲିସ ପାଖରେ ସୂଚନା ପହଞ୍ଚିବା ପରେ ଦୁଇ ମିନିଟ ମଧ୍ୟରେ ପୋଲିସ ମହିଳାଙ୍କ ନିକଟରେ ପହଞ୍ଚାଇ ତାଙ୍କୁ ରକ୍ଷା କରିଥିଲେ ବୋଲି କହିଛନ୍ତି ଜଣେ ସ୍ବତନ୍ତ୍ର ଅଧିକାରୀ ।

@ANI

ABOUT THE AUTHOR

...view details