ଓଡିଶା

odisha

By ETV Bharat Odisha Team

Published : Nov 7, 2023, 7:49 PM IST

ETV Bharat / bharat

SC on Firecrackers: ସାରା ଦେଶରେ ଫୁଟିବନି ବିପଜ୍ଜନକ ବାଣ

ସାରା ଦେଶରେ ଫୁଟିବନି ବିପଜ୍ଜନକ ବାଣ । ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ କେବଳ ଦିଲ୍ଲୀ-ଏନସିଆର ନୁହେଁ ବରଂ ସାରା ଦେଶରେ କାର୍ଯ୍ୟକାରୀ ହେବ । ଅଧିକ ପଢନ୍ତୁ

SC on Firecrackers: କେବଳ ଦିଲ୍ଲୀ ନୁହେଁ, ସାରା ଦେଶରେ ଫୁଟିବନି ବିପଜ୍ଜନକ ବାଣ
SC on Firecrackers: କେବଳ ଦିଲ୍ଲୀ ନୁହେଁ, ସାରା ଦେଶରେ ଫୁଟିବନି ବିପଜ୍ଜନକ ବାଣ

ନୂଆଦିଲ୍ଲୀ:କେବଳ ରାଜଧାନୀ ଦିଲ୍ଲୀ-ଏନସିଆର ନୁହେଁ ବରଂ ସମଗ୍ର ଦେଶରେ ବ୍ୟାନ ହେବ ରାସାୟନିକ ଉପାଦାନ ଥିବା ବିପଜ୍ଜନକ ବାଣ । ପୂର୍ବରୁ ଦିଲ୍ଲୀ ପାଇଁ ଜାରି କରାଯାଇଥିବା ଗାଇଡଲାଇନ କେବଳ ଦିଲ୍ଲୀ- ଏନସିଆର ପାଇଁ ନୁହେଁ ବରଂ ସମଗ୍ର ଦେଶରେ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଥିବା ବୋଲି ଆଜି ସର୍ବୋଚ୍ଚ କୋର୍ଟ କହିଛନ୍ତି । ଦିଲ୍ଲୀ ପାଇଁ ଜାରି ହୋଇଥିବା କଟକଣା ରାଜସ୍ଥାନ କ୍ଷେତ୍ରରେ ଲାଗୁ କରିବା ନେଇ ହୋଇଥିବା ଆବେଦନର ଆଜି ଶୁଣାଣି ସମୟରେ ସର୍ବୋଚ୍ଚ କୋର୍ଟ ନିଜର ପୂର୍ବ ନିର୍ଦ୍ଦେଶାବଳିକୁ ଦୋହରାଇଛନ୍ତି । ରାଜସ୍ଥାନ କ୍ଷେତ୍ରରେ ନୂଆ ନିର୍ଦ୍ଦେଶ ଦେବାର ଆବଶ୍ୟକତା ନଥିବା ଦର୍ଶାଇ କୋର୍ଟ ପୂର୍ବ ରାୟକୁ ରାଜସ୍ଥାନ ସମେତ ସମଗ୍ର ଦେଶରେ କାର୍ଯ୍ୟକାରୀ କରିବା ପାଇଁ କହିଛନ୍ତି ।

ଆଜି ଶୁଣାଣିରେ ସର୍ବୋଚ୍ଚ କୋର୍ଟ ରାଜସ୍ଥାନ ସରକାରଙ୍କୁ ପୂର୍ବ ରାୟ ସମ୍ପର୍କରେ ସ୍ପଷ୍ଟ ହେବା ସହ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କହିଛନ୍ତି । ଏହା ସହ କୋର୍ଟ ଆଜି ଆଉଥରେ ସମସ୍ତ ରାଜ୍ୟକୁ ପୂର୍ବ ପ୍ରଦତ୍ତ ରାୟ କାର୍ଯ୍ୟକାରୀ କରିବା ପାଇଁ କହିଛନ୍ତି । ବାୟୁ ଓ ଶବ୍ଦ ପ୍ରଦୂଷଣ କରୁଥିବା ଓ ରାସାୟନିକ ଉପାଦନ ଥିବା ଅତି ବିପଜ୍ଜନକ ଫୋଟାକା ଓ ଅନ୍ୟ ବର୍ଗର ବାଣକୁ ଚିହ୍ନଟ କରି ଏହାକୁ ବ୍ୟବହାରରୁ ବାଦ ଦେବା ପାଇଁ ସମସ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଶ୍ଚିତ କରିବେ ରାଜ୍ୟ ସରକାର । ସମସ୍ତ ପ୍ରକାର ବାଣ ଉପରେ ରୋକ ଲାଗିବ ନାହିଁ । ଅତି ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ଓ ବିଷାକ୍ତ ଧୂଆଁ ନିର୍ଗତ କରି ପ୍ରଦୂଷଣ ସୃଷ୍ଟି କରୁଥିବା ଏକାଧିକ ପ୍ରକାର ବାଣ ଏବେ ମାର୍କେଟରେ ଉପଲବ୍ଧ ରହିଛି । ଯାହାକୁ ନେଇ ପ୍ରଦୂଷଣ ଦୃଷ୍ଟିରୁ ଉଦବେଗ ସୃଷ୍ଟି ହୋଇଛି । ରାଜ୍ୟ ସରକାରମାନେ ଏହି ପ୍ରକାରର ବାଣକୁ ଚିହ୍ନଟ କରିବା ସହ ଏହାର ବିକ୍ରି ଓ ବ୍ୟବହାର ଉପରେ ନିଷେଧାଦେଶ ଜାରି କରିବା ନେଇ ସର୍ବୋଚ୍ଚ କୋର୍ଟ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-NCR pollution: ଯୁଗ୍ମ-ଅଯୁଗ୍ମ ଫର୍ମୁଲାରେ ଗଡିବ ଗାଡି, 10 ପର୍ଯ୍ୟନ୍ତ ସ୍କୁଲ ବନ୍ଦ

ଦୀପାବଳି ପୂର୍ବରୁ ରାଜଧାନୀ ଦିଲ୍ଲୀକୁ ଅସ୍ତବ୍ୟସ୍ତ କରିସାରିଲାଣି ପ୍ରଦୂଷଣ । ଧୂଆଁଳିଆ ଅନ୍ଧାର ବଳୟ ମଧ୍ୟରେ ରାଜଧାନୀ । ପ୍ରଥମେ ଡିଜେଲ ବସ ବନ୍ଦ କରିଥିବା ଦିଲ୍ଲୀ ସରକାର ପ୍ରଦୂଷଣ ରୋକିବା ପାଇଁ ଏବେ ଯୁଗ୍ମ-ଅଯୁଗ୍ମ ଫର୍ମୁଲା କାର୍ଯ୍ୟକାରୀ କରିଛନ୍ତି । ଏହା ଚଳିତ 13 ତାରିଖରୁ 20 ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଏଥିରେ ଯୁଗ୍ମ ଓ ଅଯୁଗ୍ମ ସଂଖ୍ୟା ବିଶିଷ୍ଟ ଗାଡି ଗୋଟିଏ ପରେ ଗୋଟିଏ ଦିନରେ ଚାଲିବାକୁ ଅନୁମତି ପାଇବେ । ଅନ୍ୟପଟେ ଗତ କିଛି ବର୍ଷ ପରି ଚଳିତ ଥର ମଧ୍ୟ ଦିଲ୍ଲୀରେ ଦୀପାବଳିରେ ବାଣ ଫୁଟିବନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details