ଓଡିଶା

odisha

ETV Bharat / bharat

ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ: ଦିଲ୍ଲୀ ସରକାରଙ୍କ ଅଧିକାରୀ ନିଲମ୍ବିତ - ନିର୍ବାଚନ ଆଚରଣ ବିଧି ଉଲଙ୍ଘନ

ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଦିଲ୍ଲୀ ସରକାରଙ୍କ ସୂଚନା ଓ ପ୍ରସାର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ନିଲମ୍ବିତ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ: ଦିଲ୍ଲୀ ସରକାରଙ୍କ ଅଧିକାରୀ ନିଲମ୍ବିତ
ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ: ଦିଲ୍ଲୀ ସରକାରଙ୍କ ଅଧିକାରୀ ନିଲମ୍ବିତ

By

Published : Feb 28, 2021, 5:30 PM IST

ନୂଆଦିଲ୍ଲୀ: ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଦିଲ୍ଲୀ ସରକାରଙ୍କ ସୂଚନା ଓ ପ୍ରସାର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ନିଲମ୍ବିତ ହୋଇଥିବା ଜଣାପଡିଛି । ନିଲମ୍ବିତ ହୋଇଥିବା ଅଧିକାରୀ ଜଣଙ୍କ ହେଲେ ମନୋଜ କୁମାର ଦ୍ବିବେଦି । ନିର୍ବାଚନ କମିଶନଙ୍କ ଆଦେଶ କ୍ରମେ ତାଙ୍କୁ ପଦରୁ ହଟାଯାଇଛି । ଦିଲ୍ଲୀର ନଗର ଉପ ନିର୍ବାଚନର ଠିକ ଗୋଟିଏ ଦିନ ପୂର୍ବରୁ ଏପରି କାର୍ଯ୍ୟାନୁଷ୍ଠାନ ହୋଇଥିବା ଦେଖିବାକୁ ମିଳିଛି । ଖବର କାଗଜରେ ଛପା ଯାଇଥିବା ଦିଲ୍ଲୀ ସରକାରଙ୍କର ଏକ ବିଜ୍ଞାପନକୁ ନେଇ ଏହି ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ହୋଇଥିଲା ।

ଦିଲ୍ଲୀରେ ଆଜି କିଛି ସ୍ଥାନରେ ନଗରନିଗମର ଉପନିର୍ବାଚନ ଅନୁଷ୍ଠିତ ହେଉଛି । ତେବେ ମତଦାନର 24 ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ କରିବା ପାଇଁ ଆଚରଣ ବିଧିରେ ନିୟମ ଥିବାବେଳେ ଗତକାଲି ଅର୍ଥାତ ଶନିବାର କିଛି ଖବରକାଗଜରେ ଦିଲ୍ଲୀ ସରକାରଙ୍କ ଏକ ବିଜ୍ଞାପନ ଛପା ଯାଇଥିଲା । ଏହି ଘଟଣାରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ହୋଇଥିଲା ।

ପରେ ନିର୍ବାଚନ କମିଶନଙ୍କ ପାଖରେ ଏହି ଅଭିଯୋଗ ପହଞ୍ଚିବା ପରେ ଉକ୍ତ ଅଧିକାରୀଙ୍କୁ ତୁରନ୍ତ ଦାୟିତ୍ବରୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ କମିଶନ । ଏହା ପରେ ତୁରନ୍ତ ତାଙ୍କୁ ତୁରନ୍ତ ପଦରୁ ହଟାଯିବା ସହ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ କିଛି ଅଧିକାରୀଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details