କୋଲକାତା: ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ନିଜର ବିବାଦୀୟ ମନ୍ତବ୍ୟ ପାଇଁ ସବୁ ବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ଏହାରି ଭିତରେ ପୁଣି ଏକ ମନ୍ତବ୍ୟ ଦେଇ ବିବାଦକୁ ଆମନ୍ତ୍ରଣ କରିଛନ୍ତି ଦିଲ୍ଳୀପ ଘୋଷ। ଦିଲୀପ ଘୋଷ ମମତା ବାନାର୍ଜୀଙ୍କ ପାର୍ଟି ଟିଏମସିର ସମର୍ଥକଙ୍କୁ ସୁଧୁରିବା ପାଇଁ ଚେତାବନୀ ଦେଇଛନ୍ତି, ନଚେତ୍ ସେମାନେ ହିଂସାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କହିଛନ୍ତି ।
‘ମମତା ଦିଦିଙ୍କ ଲୋକ ସୁଧୁରିଯାଅ, ନଚେତ୍ ଶ୍ମଶାନ ପଠାଯିବ’: ଦିଲୀପ ଘୋଷ - ଦିଲୀପ ଘୋଷଙ୍କ ବିବାଦୀୟ ମନ୍ତବ୍ୟ
ବିବାଦୀୟ ମନ୍ତବ୍ୟ ଦେଇ ପୁଣି ଚର୍ଚ୍ଚାରେ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ । ଦିଲୀପ ଘୋଷ ମମତା ବାନାର୍ଜୀଙ୍କ ପାର୍ଟି ଟିଏମସିର ସମର୍ଥକଙ୍କୁ ସୁଧୁରିବା ପାଇଁ ଚେତାବନୀ ଦେଇଛନ୍ତି, ନଚେତ୍ ସେମାନଙ୍କୁ ଶ୍ମଶାନ ପଠାଇ ଦିଆଯିବ ବୋଲି ମନ୍ତବ୍ୟ ଦେଇଛନ୍ତି ଦିଲୀପ ଘୋଷ । ଅଧିକ ପଢନ୍ତୁ...
![‘ମମତା ଦିଦିଙ୍କ ଲୋକ ସୁଧୁରିଯାଅ, ନଚେତ୍ ଶ୍ମଶାନ ପଠାଯିବ’: ଦିଲୀପ ଘୋଷ dilip ghosh controverisial statement over mamata banerjee](https://etvbharatimages.akamaized.net/etvbharat/prod-images/768-512-9482369-thumbnail-3x2-dillip.jpg)
ଦିଲୀପ ଘୋଷ କହିଛନ୍ତି, ‘ ମମତା ଦିଦିଙ୍କ ଲୋକେ ଯେଉଁମାନେ ବଦମାସି କରୁଛନ୍ତି ସେମାନଙ୍କୁ କହି ରଖିବାକୁ ଚାହେଁ ୬ ମାସ ଭିତରେ ସୁଧୁରିଯାଅ। ନହେଲେ ଗୋଡ଼ ହାତ ଭାଙ୍ଗିବା ସହ ମୁଣ୍ଡ ଫଟାଇ ଦିଆଯିବ। ଘରେ ପହଞ୍ଚିବା ପୂର୍ବରୁ ହସ୍ପିଟାଲରେ ପହଞ୍ଚିବ। ଯଦି ଏଥିରେ ଦିଦିଙ୍କ ଲୋକଙ୍କ ବଦମାସି ନକମେ ତେବେ ସେମାନଙ୍କୁ ଶ୍ମଶାନ ପଠାଇ ଦିଆଯିବ।’
ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦିଲ୍ଲୀପ ଘୋଷ ହଳଦିଆର ଏକ ଜନସଭାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ‘ଶାଢ଼ୀ ପିନ୍ଧା ହିଟଲର’ର ଆଖ୍ୟା ଦେଇଥିଲେ। ଏହାସହ ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ୨୦୦ରୁ ଅଧିକ ସିଟରେ ଜିତିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। 2021 ରେ ହେବାକୁ ଥିବା ବଙ୍ଗଳା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ବିଜେପି ରାଜ୍ୟରେ ମୋଟ 294 ଟି ଆସନରୁ 200 ଟି ଆସନରେ ଜିତି କ୍ଷମତାକୁ ଆସିବାକୁ ଲକ୍ଷ୍ୟ ରଖିଛି। ତେବେ କିଛି ବି ହେଇଯାଉ ବିଜେପି ଆଗକୁ ବଢ଼ିବ ବୋଲି କହିଥିଲେ ଦିଲ୍ଲୀପ ଘୋଷ।