ଭୋପାଳ:କଂଗ୍ରେସ ବିଧାୟକ କଙ୍ଗନାଙ୍କୁ 'ନାଚନେ ଗାନ ୱାଲି' କହିବା ପରେ 'କଙ୍ଗନା କିଏ' ବୋଲି ଶନିବାର ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ପ୍ରଶ୍ନ କରିଛନ୍ତି । ମୁଲତାଇର ବିଧାୟକ ଏହା ପୂର୍ବରୁ ସାରନିରେ ଦଳୀୟ କର୍ମଚାରୀଙ୍କ ଉପରେ ହୋଇଥିବା ଅଭିଯୋଗ ଉପରେ ଶୁକ୍ରବାର ମଧ୍ୟପ୍ରଦେଶର ବେତୁଲର ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦାଖଲ କରୁଥିବା ବେଳେ କଙ୍ଗନାଙ୍କୁ 'ନାଚନେ ଗାନେ ୱାଲି ମହିଲା' ବୋଲି କହିଥିଲେ ।
ମୁଲତାଇର ବିଧାୟକ ସ୍ମାରକପତ୍ର ପ୍ରଦାନ ବେଳେ କହିଥିଲେ ଯେ କଙ୍ଗନା ଭଳି ଜଣେ ନାଚଗୀତ କରୁଥିବା ମହିଳା ଚାଷୀଙ୍କ ସ୍ବାଭିମାନ ଭଙ୍ଗ କରିଥିଲା । ସେହି ସ୍ବାଭିମାନ ସପକ୍ଷରେ ରହିଥିବା କଂଗ୍ରେସ ନେତାଙ୍କୁ ପୋଲିସ ଲାଠି ଚାର୍ଜ କରିଥିଲା ବୋଲି ସେ କହିଥିଲେ । ତେବେ ସୂଚନା ଥାଉ କି ପୂର୍ବରୁ କଙ୍ଗନା କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହାଦ୍ବାରା ସେ ଚାଷୀଙ୍କ ସ୍ବାଭିମାନ ଭଙ୍ଗ କରିଥିଲେ ବୋଲି ବିଧାୟକ କହିଛନ୍ତି ।