ଭୋପାଳ:ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ବିରୁଦ୍ଧରେ ମାମଲା ରୁଜୁ ପାଇଁ ଦାବି କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମିଥ୍ୟା ଭିଡିଓ ତିଆରି କରି ଟ୍ବିଟରରେ ପୋଷ୍ଟ କରିବା ଅଭିଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏହି ଦାବି କରିଛନ୍ତି । ଏନେଇ ସେ ରାଜ୍ୟ ପୋଲିସ କମିଶନରଙ୍କୁ ଚିଠି ମଧ୍ୟ ଲେଖିଛନ୍ତି । ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ୨୦୧୯ ମସିହା ମେ ୧୬ରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଦ୍ବାରା ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କ ମିଛ ଭିଡିଓ ବନାଯାଇ ପୋଷ୍ଟ କରାଯାଇଥିଲା । ଯାହାକି ଏକ ଅପରାଧ ଅଟେ ।
ଦିଗବିଜୟଙ୍କ ଅଭିଯୋଗ ଅନୁଯାୟୀ, ଶିବରାଜ ସିଂ ଚୌହାନ କଂଗ୍ରେସର ତତ୍କାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧି ମନ୍ଦସୌରରେ ଦେଇଥିବା ଅଭିଭାଷଣ ଲୋକଙ୍କ ଆଗରେ ଭୁଲ୍ ଭାବେ ଉପସ୍ଥାପନ କରିବା ସହ ଛତିଶଗଡର ବରିଷ୍ଠ ରାଜନେତାଙ୍କ ମିଥ୍ୟା ଭିଡିଓ ବନାଇ ଅପରାଧିକ ଷଡଯନ୍ତ୍ର କରିଛନ୍ତି । ଚୌହାନ ଏଡିଟେଡ ଭିଡିଓ ବନାଇ ସାଂସଦ ରାହୁଲ ଗାନ୍ଧୀ ଏବଂ ହୁକୁମ ସିଂ ଭଳି ପଛୁଆ ବର୍ଗ ନେତାଙ୍କ ପରିହାସ କରି ସେମାନଙ୍କ ସାମାଜିକ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇଛନ୍ତି । ଚୌହାନଙ୍କ ଟ୍ବିଟରରେ ଏବେ ବି ଏହି ଭିଡିଓ ଦୃଶ୍ୟମାନ ହେଉଛି । ଏହା ଏକ ଅପରାଧ । ସାଧାରଣ ନାଗରିକ ହୁଅନ୍ତୁ ଅବା ମୁଖ୍ୟମନ୍ତ୍ରୀ, ଆଇନ ସମସ୍ତଙ୍କ ପାଇଁ ସମାନ ଅଟେ । ଫେସବୁକ, ହ୍ବାର୍ଟ୍ସଆପ ଏବଂ ଟ୍ବିଟରରେ ଠିକ୍ ଭିଡିଓକୁ ଭୁଲ୍ ଅର୍ଥରେ ପୋଷ୍ଟ କରିବା ନେଇ ଥାନାରେ ଅନେକ ମାମଲା ରହିଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କ ବିରୁଦ୍ଧରେ ଆଇଟି ଆକ୍ଟ ଅଧିନରେ ସାଇବର କ୍ରାଇମ ଏବଂ ଆଇପିସି ଧାରାରେ ମାମଲା ରୁଜୁ କରାଯାଉ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
भोपाल। मध्य प्रदेश के पूर्व मुख्यमंत्री दिग्विजय सिंह ने मुख्यमंत्री शिवराज सिंह चौहान के खिलाफ कांग्रेस नेता राहुल गांधी का फेब्रिकेटेड वीडियो बनाकर ट्विटर पर पोस्ट करने पर मामला दर्ज करने की मांग की है. पूर्व मुख्यमंत्री दिग्विजय सिंह ने राजधानी के पुलिस आयुक्त को पत्र लिखकर कहा है कि मुख्यमंत्री शिवराज सिंह चौहान द्वारा सोशल मीडिया पर कांग्रेस के शीर्ष नेता राहुल गांधी का एक कूटरचित वीडियो बनाकर 16 मई 2019 को पोस्ट किया गया था, जो चौहान का एक आपराधिक कृत्य है.