ଓଡିଶା

odisha

ETV Bharat / bharat

'ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଏକା ପଡିଯିବେ ଦିଦି' - ପଶ୍ଚିମବଙ୍ଗ ଗସ୍ତରେ ଶାହା

ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ଗସ୍ତରେ ଗୃହମନ୍ତ୍ରୀ ଅମିତ ଶାହା । ଆଜି ମେଦିନପୁରରେ ଏକ ଜନସଭାକୁ ସମ୍ବୋଧିତ କରି ଶାହା ମମତାଙ୍କୁ ଟାର୍ଗେଟ କରିଛନ୍ତି । ନିର୍ବାଚନରେ ବିଜେପି 200ରୁ ଅଧିକ ସିଟ ହାସଲ କରିବ ବୋଲି ଋଣହୁଙ୍କାର କରିଛନ୍ତି ଶାହା । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଏକା ପଡିଯିବେ ଦିଦି
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଏକା ପଡିଯିବେ ଦିଦି

By

Published : Dec 19, 2020, 6:36 PM IST

Updated : Dec 19, 2020, 7:17 PM IST

କୋଲକାତା: ପଶ୍ଚିମବଙ୍ଗର ମେଦିନପୁରରେ ଜନସଭାକୁ ସମ୍ବୋଧିତ କରି ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି । ରାଜନୀତିରେ ଦଳ ଅଦଳକୁ ନେଇ ମମତାଙ୍କୁ ଦେଇଛନ୍ତି କଡା ଜବାବ । ବିଜେପି ଭଳି ତୃଣମୂଳ କଂଗ୍ରେସରେ ମଧ୍ୟ ଦଳ ଅଦଳ ହୋଇଛି ବୋଲି କହିଛନ୍ତି ଶାହା । ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି 200ରୁ ଅଧିକ ସିଟ ହାସଲ କରିବ ବୋଲି ଋଣହୁଙ୍କାର କରିଛନ୍ତି ଶାହା ।

2021ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନ ପୂର୍ବରୁ ଟିଏମସିର ଅନେକ ବିଧାୟକ ଦଳ ଛାଡିଛନ୍ତି । ଯାହାକୁ ନେଇ ଟିଏମସିର ମୁଖ୍ୟ ମମତା ବାନାର୍ଜୀ ବିଜେପିରେ ବର୍ଷିବା ସହ ଅନ୍ୟ ଦଳର ଲୋକଙ୍କୁ ନେଉଥିବା ନେଇ ଅଭିଯୋଗ ଆଣିଥିଲେ । କଂଗ୍ରେସରୁ ତୃଣମୂଳ କଂଗ୍ରେସ(ଟିଏମସି) ଅଲଗା ହେବା ସମୟରେ ଦଳ ଅଦଳ ବଦଳ କରିନଥିଲା କି ନାହିଁ ପାଲଟା ପ୍ରଶ୍ନ କରିଛନ୍ତି ଶାହା ।

ସେପଟେ, ଏହି ସମାବେଶରେ ଟିଏମସରୁ ହାତ ଛାଡିଥିବା ବରିଷ୍ଠ ବିଧାୟକ ଶୁଭେନ୍ଦୁ ଅଧିକାରୀ, ଜଣେ ସାଂସଦଙ୍କ ସମେତ 9 ଜଣ ବିଧାୟକ ପଦ୍ମରେ ସାମିଲ ହୋଇଛନ୍ତି । ଆଗକୁ ଏପରି ଧୀରେ ଧୀରେ ସବୁ ବିଧାୟକ ବିଜେପିରେ ମିଶିବେ । ଠିକ୍‌ ନିର୍ବାଚନ ସମୟରେ ଦିଦି ଏକୁଟିଆ ହୋଇଯିବେ ବୋଲି ମେଦିନପୁରରୁ ମମତାଙ୍କୁ ଚେତାବନୀ ଦେଇଥିଲେ ଗୃହମନ୍ତ୍ରୀ ।

ଏଥିସହ ସେ କହିଛନ୍ତି, ଆଜି ଯେଉଁମାନେ ଟିଏମସି ଛାଡି ବିଜେପିରେ ଯୋଗ ଦେଇଛନ୍ତି କେବଳ ପରିବାରବାଦ ପାଇଁ । କାରଣ ସେମାନେ ମା ମାଟି ମଣିଷଙ୍କ ପାଇଁ କାମ କରିବାକୁ ଆସିଥିଲେ । ହେଲେ ଦିଦି ଏହାକୁ ପରିବାରବାଦରେ ପରିଣତ କରିଛନ୍ତି । ସେହିପରି ପଶ୍ଚିମବଙ୍ଗରେ ବିଜେପି ଓ ଟିଏମସି ମଧ୍ୟରେ ଲାଗି ରହିଥିବା ଛକା ପଞ୍ଝା ମଧ୍ୟରେ 300ରୁ ଅଧିକ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଛି । କିନ୍ତୁ ଏଥିରୁ ହାରି ଯିବୁ ନାହିଁ ବରଂ ଯେତିକି ଆକ୍ରମଣ କରାଯିବ । କଂଗ୍ରେସକୁ ପଶ୍ଚିମ ବଙ୍ଗ ବାସୀ 3 ଦଶନ୍ଧି, କମ୍ୟୁନିଷ୍ଟଙ୍କୁ 27 ବର୍ଷ ଓ ମମତା ଦିଦିଙ୍କୁ 10 ବର୍ଷ ଦେଇଛନ୍ତି । ତେବେ BJP କୁ 5 ବର୍ଷ ଦିଅନ୍ତୁ ଆମେ ‘ଶୋନାର ବାଂଲା’ ଫେରାଇ ଆଣିବୁ ବୋଲି ନିଜ ସମ୍ବୋଧନରେ କହିଛନ୍ତି ଶାହା ।

ସେତିକି ଗତିରେ ଆମେ ବିଜୟ ଆଡକୁ ଗତି କରିବୁ ବୋଲି ଅମିତ କହିଛନ୍ତି । ବଙ୍ଗଳାରେ ବିଜେପି ଖାତା ଖୋଲିବ ନାହିଁ ବୋଲି ଲୋକସଭା ନିର୍ବାଚନରେ କୁହାଯାଉଥିବା ହେଲେ ଦିଲ୍ଲୀପ ଘୋଷଙ୍କ ଅଧ୍ୟକ୍ଷତା ଓ ପିଏମ ମୋଦିଙ୍କ ନେତୃତ୍ବରେ ଦଳ 18 ଟି ସିଟ ହାସଲ କରିଛି ।

ମମତା ଦିଦିଙ୍କ ପାଇଁ ରାଜ୍ୟବାସୀ କେନ୍ଦ୍ର ସରକାର ଦେଉଥିବା ଫାଇଦାରୁ ବଞ୍ଚିତ ହେଉଛନ୍ତି । କାହିଁକି ବେଙ୍ଗଲରେ ବିକାଶ ହୋଇପାରୁନାହିଁ । ମୁଁ ଯୁବଗୋଷ୍ଠୀଙ୍କୁ ପ୍ରଶ୍ନ ପଚାରିବାକୁ ଚାହୁଁଛି ଯେ, କଣ ଆପଣମାନଙ୍କର ଭୁଲ ? ମୁଁ ବେଙ୍ଗଲର ଚାଷୀମାନଙ୍କୁ ପଚାରୁଛି କାହିଁକି ସେମାନେ ପ୍ରଧାନମନ୍ତ୍ରୀ ପଠାଉଥିବା ବାର୍ଷିକ 6 ହଜାର ଟଙ୍କା ପାଉନାହାଁନ୍ତି ?

କାହିଁକି ଏତେ ଲୋକ ଟିଏମସି ଛାଡୁଛନ୍ତି ? ଏହାର କାରଣ କେବଳ ଦୁର୍ନୀତିଗ୍ରସ୍ତ ଓ ପ୍ରିୟାପ୍ରୀତି ତୋଷଣ ନୀତି । ତେବେ ମନେ ରଖନ୍ତୁ, ଏହା କେବଳ ଆରମ୍ଭ । ନିର୍ବାଚନ ବେଳକୁ ଆପଣ ଏକାକୀ ହିଁ ରହିଥିବେ । ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି 200 ଟି ଜିତିବ । ସେତେବେଳେ ଆପଣ କଣ କରିବେ ବୋଲି ଶାହା ପ୍ରଶ୍ନ କରିଛନ୍ତି ।

ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ଥିବାରୁ ଆଜି ପଶ୍ଚିମବଙ୍ଗରେ ପହଞ୍ଚି ବିଜେପିର ନିର୍ବାଚନ ପ୍ରଚାରକୁ ଆଗେଇ ନେଇଛନ୍ତି ଅମିତ ଶାହା । ବଙ୍ଗଳାରେ ରାଜନୈତିକତା ଅସ୍ଥିରତା ମଧ୍ୟରେ ଶାହାଙ୍କ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 19, 2020, 7:17 PM IST

ABOUT THE AUTHOR

...view details