ଓଡିଶା

odisha

ETV Bharat / bharat

କଂଗ୍ରେସ ସାଂସଦଙ୍କ ବିଭିନ୍ନ ଲିକର ଫାର୍ମରୁ କୋଟି କୋଟି ଟଙ୍କା ଜବତ: ନଡ୍ଡା କହିଲେ ରାହୁଲଙ୍କୁ ମଧ୍ୟ ଦେବାକୁ ପଡିବ ଉତ୍ତର - ବିଜେପି ମୁଖ୍ୟ ଜେପି ନଡ୍ଡା

Nadda on I-T Raids: କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ସହ ଜଡିତ ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ ଲିମିଟେଡର ଏକାଧିକ ଠିକଣାରେ ଆୟକର ରେଡ । ପ୍ରାୟ ସାଢେ 3 ଶହ କୋଟି ନଗଦ ଟଙ୍କା ଜବତ ପରେ କଂଗ୍ରେସକୁ ବିଜେପିର ଟାର୍ଗେଟ । ନଡ୍ଡା କହିଲେ, ରାହୁଲଙ୍କ ଦେବାକୁ ପଡିବ ଉତ୍ତର । ଅଧିକ ପଢନ୍ତୁ

କଂଗ୍ରେସ ସାଂସଦଙ୍କ ଘରୁ 2ଶହ କୋଟି ଜବତ ମାମଲା: ନଡ୍ଡା କହିଲେ ରାହୁଲଙ୍କୁ ଦେବାକୁ ହେବ ଉତ୍ତର
କଂଗ୍ରେସ ସାଂସଦଙ୍କ ଘରୁ 2ଶହ କୋଟି ଜବତ ମାମଲା: ନଡ୍ଡା କହିଲେ ରାହୁଲଙ୍କୁ ଦେବାକୁ ହେବ ଉତ୍ତର

By ETV Bharat Odisha Team

Published : Dec 10, 2023, 9:21 PM IST

ନୂଆଦିଲ୍ଲୀ:ଝାଡଖଣ୍ଡରୁ କଂଗ୍ରେସର ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ସହ ଜଡିତ ଲିକର ଫାର୍ମ ‘ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ ଲିମିଟେଡ’ ଓଡିଶା ସମେତ ଏକାଧିକ ରାଜ୍ୟରେ ଥିବା ଠିକଣାରୁ ଆଶ୍ଚର୍ଯ୍ୟଜନକ ଭାବେ ପ୍ରାୟ ସାଢେ 3 ଶହ କୋଟିରୁ ଅଧିକ ଟଙ୍କା ଜବତ ହେବା ପରେ ବିଜେପି ସିଧା କଂଗ୍ରେସକୁ ଟାର୍ଗେଟ କରିଛି । ଆଜି ଏହି ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା କଂଗ୍ରେସ ଓ ଦଳର ଚର୍ଚ୍ଚିତ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ଏଥିପାଇଁ କଂଗ୍ରେସ ନେତାଙ୍କ ସମେତ ରାହୁଲ ଗାନ୍ଧୀଙ୍କୁ ଉତ୍ତର ଦେବାକୁ ପଡିବ ବୋଲି ନଡ୍ଡା କହିଛନ୍ତି । ଏ ନୂଆ ଭାରତ । ଆଇନ ଠାରୁ କେହି ବର୍ତ୍ତି ପାରିବେନାହିଁ । ଜନତାଙ୍କ ଠାରୁ ଲୁଟାଯାଇଥିବା ଟଙ୍କାର ପାଇ ପାଇ ହିସାବ ଦେବାକୁ ହେବ ବୋଲି ନଡ୍ଡା କହିଛନ୍ତି ।

ଗଣମାଧ୍ୟମରେ ଏହି ସମ୍ପର୍କିତ ରିପୋର୍ଟର କିଛି ଫଟୋ ସେୟାର ସହ ନଡ୍ଡା ଟ୍ବିଟ କରି କଂଗ୍ରେସ ଓ ରାହୁଲଙ୍କ ଉପରେ ବର୍ଷିଛନ୍ତି । ନଡ୍ଡା କହିଛନ୍ତି,‘‘ବନ୍ଧୁ ଉତ୍ତର ଦେବାକୁ ପଡିବ । ତୁମକୁ ଓ ତୁମ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ । ନୂଆ ଭାରତରେ ରାଜ ପରିବାର ମନମାନୀ ଚାଲିବ ନାହିଁ । ଜନତାଙ୍କ ଅର୍ଥ ଶୋଷଣ କରିବାକୁ ଦିଆଯିବ ନାହିଁ । ଧାଇଁ ଧାଇଁ ଥକିଯିବ, କିନ୍ତୁ ଆଇନ ତୁମ ପିଚ୍ଛା ଛାଡିବନାହିଁ । ଯଦି କଂଗ୍ରେସ ଭ୍ରଷ୍ଟାଚାର ଗ୍ୟାରେଣ୍ଟି ଦେଉଛି, ତେବେ ମୋଦିଜୀ ମଧ୍ୟ ଭ୍ରଷ୍ଟାଚାର ଉପରେ କାର୍ଯ୍ୟାନୁଷ୍ଠାନର ଗ୍ୟାରେଣ୍ଟି ଦେଉଛନ୍ତି । ଜନତାଙ୍କ ଠାରୁ ଲୁଟିଥିବା ଟଙ୍କାର ପାଇ ପାଇର ହିସାବ ଦେବାକୁ ହେବ ।’’ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ନିଜେ ମଧ୍ୟ ଏହି ପ୍ରସଙ୍ଗରେ ଟ୍ବିଟ କରିଥିଲେ । ଜନତାଙ୍କ ଠାରୁ ଲୁଟାଯାଇଥିବା ଟଙ୍କାର ପାଇ ପାଇ ହିସାବ ଦେବାକୁ ହେବ, ଏହା ମୋଦି ଗ୍ୟାରେଣ୍ଟି ବୋଲି ପ୍ରଧାନମନ୍ତ୍ରୀ ଲେଖିଥିଲେ ।

ଏହା ମଧ୍ୟ ପଢନ୍ତୁ :- ଆଲମିରାରେ ଥାକ ଥାକ ଟଙ୍କା, ଗଣି ଗଣି ମେସିନ ଖରାପ

ସାଂସଦ ଧୀରଜ ସାହୁଙ୍କ ମାଲିକାନା ସହ ଜଡିତ ‘ବୌଦ୍ଧ ଡିଷ୍ଟିଲାରୀ ପ୍ରାଉଭେଟ ଲିମିଟେଡ ଓ ଅନ୍ୟ ଲିକର ଫାର୍ମର ଠିକଣାରେ ଓଡିଶା ସମେତ ଏକାଧିକ ସ୍ଥାନରେ ଆୟକର ବିଭାଗ ଗତ 3 ଦିନ ହେବ ଚଢାଉ ଜାରି ରଖିଛି । ଓଡିଶାର ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ, ଭୁବନେଶ୍ବର ସମେତ ପଶ୍ଚିମବଙ୍ଗର କୋଲକାତା, ଝାଡଖଣ୍ଡର ବୋକାରୋରେ ଏହି ଚଢାଉ କରାଯାଇଥିଲା । ଏକାଧିକ ଆୟକର ବିଭାଗର ଟିମ ଏହି ଚଢାଉରେ ନିୟୋଜିତ ରହିଛନ୍ତି । ବଲାଙ୍ଗୀରରେ ସର୍ବାଧିକ ଟଙ୍କା ଜବତ କରାଯାଇଛି । ଏବେ ସୁଦ୍ଧା ବିଭିନ୍ନ ସ୍ଥାନରୁ ପ୍ରାୟ 350 କୋଟିରୁ ଅଧିକ ଟଙ୍କା ଜବତ ହୋଇସାରିଲାଣି । ଗଣତି ଆଧାରରେ ଏହି ଜବତ ଟଙ୍କା ପରିମାଣ ଆହୁରି ବୃଦ୍ଧି ପାଇବା ନେଇ ଅନୁମାନ କରାଯାଉଛି । ସାଧାରଣ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଅପ୍ରତ୍ୟାଶିତ ପରିମାଣର ନଗଦ ଟଙ୍କା ଜବତ ପୁରା ଦେଶକୁ ସ୍ତବ୍ଧ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details