ଓଡିଶା

odisha

ETV Bharat / bharat

କର୍ଣ୍ଣାଟକ ଯୁବକଙ୍କୁ ମହିଳାଙ୍କ ସୁରକ୍ଷା ଚିନ୍ତା, ରାତି ୧୦ଟା ପରେ ଯୋଗାଇବେ ମାଗଣା ଅଟୋରିକ୍ସା ସେବା - ହବଲି-ଧରୱାଡରେ ମାଗଣା ଅଟୋ-ରିକ୍ସା ସେବା

ରାତିରେ ଯାତ୍ରା କରୁଥିବା ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଧରୱାଡର କିଛି ଯୁବକ ଆରମ୍ଭ କଲେ ମାଗଣା ଅଟୋରିକ୍ସା ସେବା । ରାତି ୧୦ ପରେ ଉପଲବ୍ଧ ହେବ ଏହି ସେବା । ଅଧିକ ପଢନ୍ତୁ...

ମହିଳାଙ୍କ ସୁରକ୍ଷା ପାଇଁ କର୍ଣ୍ଣାଟକର କିଛି ଯୁବକ ଆରମ୍ଭ କଲେ ମାଗଣା ଅଟୋ-ରିକ୍ସା ସେବା
ମହିଳାଙ୍କ ସୁରକ୍ଷା ପାଇଁ କର୍ଣ୍ଣାଟକର କିଛି ଯୁବକ ଆରମ୍ଭ କଲେ ମାଗଣା ଅଟୋ-ରିକ୍ସା ସେବା

By

Published : Sep 19, 2021, 12:40 PM IST

ବେଙ୍ଗାଲୁରୁ:ରାତିରେ ଯାତ୍ରା କରୁଥିବା ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଧରୱାଡର କିଛି ଯୁବକ ଆରମ୍ଭ କଲେ ମାଗଣା ଅଟୋରିକ୍ସା ସେବା । ମହିଳାମାନଙ୍କୁ ମାଗଣା ଅଟୋ-ରିକ୍ସା ସେବା ଯୋଗାଇବା ପାଇଁ 'ଅଟୋ ରକ୍ଷା ଫାଉଣ୍ଡେସନ୍' ଆରମ୍ଭ କରିଛନ୍ତି ଏହି ଯୁବକମାନେ । ଏହି ସେବା ବେଙ୍ଗାଲୁରୁର ହବଲି-ଧରୱାଡର ଟ୍ବିନ ସିଟିରେ ରାତି 10 ଟାରେ ଉପଲବ୍ଧ ହେବ ।

କର୍ଣ୍ଣାଟକ ଯୁବକଙ୍କୁ ମହିଳାଙ୍କ ସୁରକ୍ଷା ଚିନ୍ତା, ରାତି ୧୦ଟା ପରେ ଯୋଗାଇବେ ମାଗଣା ଅଟୋ-ରିକ୍ସା ସେବା

ଯଦି କୌଣସି ଝିଅ କିମ୍ବା ମହିଳା, ଯିଏ ରାତି 10 ଟା ପରେ ପରିବହନ ସେବାରୁ ବଞ୍ଚିତ ହେଉଛନ୍ତି ତେବେ ନିରାପଦ ଯାତ୍ରା ପାଇଁ ଏହି ଅଟୋରିକ୍ସାର ବ୍ୟବହାର କରିପାରିବେ । ଭିନ୍ନକ୍ଷମ, ଗର୍ଭବତୀ ମହିଳା, ଡାକ୍ତର, ପୋଲିସ୍ ଏବଂ ସେନା କର୍ମଚାରୀଙ୍କ ପାଇଁ ମଧ୍ୟ ଉପଲବ୍ଧ ଏହି ସେବା । ତେବେ ରାତି ୧୦ ପରେ ଯାନ ବାହାନର ଆବଶ୍ୟକ ଥିଲେ ମହିଳାମାନେ ଏହି 7338252131 ନଂ କୁ କଲ୍ କରି ଜଣାଇପାରିବେ ।

ଏହି ଯୁବକମାନେ ବିଦ୍ୟାଳୟ ଓ କଲେଜ ପରିଦର୍ଶନ କରି ଛାତ୍ରମାନଙ୍କୁ ଆତ୍ମରକ୍ଷା ଶିକ୍ଷା ଦେଇଥାନ୍ତି । ଏମାନେ ତାଙ୍କ ଫାଉଣ୍ଡେସନ ନାମରେ ଏକ ୱେବସାଇଟ୍ ମଧ୍ୟ ଲଞ୍ଚ କରିଛନ୍ତି । ଅଟୋ ରକ୍ଷା ଫାଉଣ୍ଡେସନର ସଭାପତି ସୁନୀଲ କହିଛନ୍ତି ଯେ, 'ପ୍ରତିଦିନ ଆମେ ମହିଳାମାନଙ୍କ ଉପରେ ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ମାମଲାର ଖବର ପାଉଛୁ। ଏହି ଦୃଷ୍ଟିରୁ ସେମାନଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଆମେ ଏହି ସେବା ଆରମ୍ଭ କରିଛୁ । ଗୋଟିଏ ଫୋନ୍ କଲ୍ ପାଇବା ମାତ୍ରେ, ଆମେ ତୁରନ୍ତ ସେମାନଙ୍କୁ ବିନା ମୂଲ୍ୟରେ ଗନ୍ତବ୍ୟ ସ୍ଥାନରେ ଛାଡିଥାଉ ।'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details