ଓଡିଶା

odisha

ETV Bharat / bharat

ଦାନ୍ତରେ 165 କେଜି ଓଜନ ଉଠାଇ ରେକର୍ଡ, ହାମରହେଡ ମ୍ୟାନ ଭାବେ ଜଣାଶୁଣା - ଦାନ୍ତରେ 165କେଜି ଓଜନ ଉଠାଇ ରେକର୍ଡ

ବିହାରର ହାମରହେଡ ମ୍ୟାନ ଭାବେରେ ଜଣାଶୁଣା ଧର୍ମେନ୍ଦ୍ର । ଏଥର ଦାନ୍ତରେ 165କେଜି ଓଜନ ଉଠାଇ ନୂଆ ରେକର୍ଡ କରିଛନ୍ତି । ଅଧିକ ପଢନ୍ତୁ

Hammerhead Man Dharmendra Kumar
ଦାନ୍ତରେ 165କେଜି ଓଜନ ଉଠାଇ ରେକର୍ଡ

By

Published : Feb 10, 2023, 12:39 PM IST

ଦାନ୍ତରେ 165କେଜି ଓଜନ ଉଠାଇ ରେକର୍ଡ

ପାଟନା:ଦାନ୍ତରେ ଓଜନ ଉଠାଇ ରେକର୍ଡ । ବିହାର କେମୁରର ଧର୍ମେନ୍ଦ୍ର କୁମାର ନୂଆ ନୂଆ ରେକର୍ଡ କରୁଛନ୍ତି । ବିହାରର ହାମରହେଡ ମ୍ୟାନ ଭାବେରେ ଜଣାଶୁଣା ଧର୍ମେନ୍ଦ୍ର । ନିକଟରେ କାନ୍ଧରେ ବାଇକ ବୋହି 100 ମିଟର ଦୌଡି ରେକର୍ଡ କରିଥିବା ବେଳେ ଆଉ ଏକ ନୂଆ ରେକର୍ଡ କରିଛନ୍ତି ଧର୍ମେନ୍ଦ୍ର । ଦାନ୍ତରେ 165 କେଜି ଓଜନ ଉଠାଉ ରେକର୍ଡ କରିଛନ୍ତି ଧର୍ମେନ୍ଦ୍ର ।

ହାମରହେଡ ମ୍ୟାନ ଓରଫ ଧର୍ମେନ୍ଦ୍ର କୁମାର 10 ସେକେଣ୍ଡ ଯାଏଁ 165 କେଜି ଓଜନ ଦାନ୍ତରେ ଉଠାଇ ପାରୁଛନ୍ତି । ଏଥିରେ ସେ ୱାର୍ଲ୍ଡ ରେକର୍ଡ କରିଛନ୍ତି । ଏବେ ସୁଦ୍ଧା ଧର୍ମେନ୍ଦ୍ର 9 ବିଶ୍ବ ରେକର୍ଡ ନିଜ ନାମରେ କରିଛନ୍ତି । ଧର୍ମେନ୍ଦ୍ରଙ୍କୁ ଲୋକ ହାମରହେଡ ଅଫ ଇଣ୍ଡିଆ ବୋଲି କୁହନ୍ତି । ଧର୍ମେନ୍ଦ୍ର ସିଂହ ବିହାରର କେମୁଲ ଜିଲ୍ଲା ସ୍ଥିତ ରାମଗଡ ନିବାସୀ । ତ୍ରିପୁରା ଷ୍ଟେଟ ରାଇଫଲର ଯବାନ ଭାବେ ଧର୍ମେନ୍ଦ୍ର କାର୍ଯ୍ୟରତ ଅଛନ୍ତି । ଅଧିକାରୀ ପଦରେ ନିଯୁକ୍ତ ଅଛନ୍ତି । ଅନେକ ଅନନ୍ୟ କାର୍ଯ୍ୟ କରି ରେକର୍ଡ କରିଛନ୍ତି । ଗିନିଜ ବୁକ ଅଫ ରେକର୍ଡରେ ମଧ୍ୟ ସାମିଲ ହୋଇଛନ୍ତି । ତାଙ୍କୁ ଭାରତର ହେମର ହେଡମ୍ୟାନ ଉପାଧିରେ ସମ୍ମାନିତ କରାଯାଇଛି । ବଜ୍ର ଭଳି ମୁଣ୍ଡ ହୋଇଥିବାରୁ ତାଙ୍କୁ ଏହି ଉପାଧି ଦିଆଯାଇଛି ।

ଏହା ବି ପଢନ୍ତୁ...ଭୟରେ ସମୁଦ୍ରକୁ ଫିଙ୍ଗିଦେଲେ ୧୦ କୋଟିର ସୁନା, ଜବତ କଲା ତଟରକ୍ଷୀ ବାହିନୀ

ଏହା ବି ପଢନ୍ତୁ...୨୦୪୭ ସୁଦ୍ଧା ଭାରତକୁ ଇସଲାମିକ ରାଷ୍ଟ୍ର କରିବାକୁ ଷଡଯନ୍ତ୍ର ରଚୁଥିଲା PFI

ଅନ୍ତରାଷ୍ଟ୍ରୀୟ ପ୍ରତିଯୋଗିତାରେ ରେକର୍ଡ କରିବା ସହିତ ଧର୍ମେନ୍ଦ୍ର ମୁଣ୍ଡରେ ନଡିଆ, କଞ୍ଚା ବେଲ ଭାଙ୍ଗିବା ଭଳି ରେକର୍ଡର ଅଧିକାରୀ ହୋଇଛନ୍ତି । ତାଙ୍କର ଏହି ରେକର୍ଡ ପାଇଁ ସେ ଲୋକପ୍ରିୟ ହୋଇଛନ୍ତି । ତାଙ୍କୁ ଦାନ୍ତରେ 165 ଓଜନ ଉଠାଇବାକୁ ବଙ୍ଗର କିଛି ଲୋକ ଚ୍ୟାଲେଞ୍ଜ କରିଥିଲେ । ଏହାକୁ ପୂରଣ କରି ଦେଖାଇଥିଲେ ଧର୍ମେନ୍ଦ୍ର । 165 ଓଜନ ଉଠାଇ ସେ ବିଶ୍ବ ରେକର୍ଡ କରିଛନ୍ତି । ଦେଶବାସୀଙ୍କ ଭଲ ପାଇବା ଓ ଆଶୀର୍ବାଦ ପାଇଁ ଏହି ରେକର୍ଡ କରିଥିବା କହିଛନ୍ତି ଧର୍ମେନ୍ଦ୍ର କୁମାର । ମୋ ପ୍ରତି ଏହି ଭଲ ପାଇବା ରହିଲେ ଆଗକୁ ନୂଆ ନୂଆ ରେକର୍ଡ କରିବି ବୋଲି କହିଛନ୍ତି ।

ABOUT THE AUTHOR

...view details