ଓଡିଶା

odisha

ETV Bharat / bharat

ପ୍ରଧାନମନ୍ତ୍ରୀ ମୋଦିଙ୍କ ଚା' ଦୋକାନ ଭ୍ରମଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଗୁଜୁରାଟ ଗସ୍ତ କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭଦାନଗର ରେଲୱେ ଷ୍ଟେସନ ପରିଭ୍ରମଣ କରିଛନ୍ତି । ଏଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚା' ଦୋକାନ ବୁଲି ଦେଖିବା ସହ ସେ ବେଶ ଖୁସିବ୍ୟକ୍ତ କରିଛନ୍ତି । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଚା' ଦୋକାନ ଭ୍ରମଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନମନ୍ତ୍ରୀ ମୋଦିଙ୍କ ଚା' ଦୋକାନ ଭ୍ରମଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

By

Published : Sep 11, 2022, 8:52 PM IST

ଗାନ୍ଧୀନଗର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁଜୁରାଟ ଗସ୍ତରେ ରହିଛନ୍ତି । ସେ ଶନିବାର ଭଦାଗନର ରେଲୱେ ଷ୍ଟେସନରରେ ଥିବା ଏକ ଐତିହାସିକ ଟି ଷ୍ଟଲ ବା ଚା' ଦୋକାନ ପରିଭ୍ରମଣ କରିଛନ୍ତି । ଏହି ଚା' ଦୋକାନରୁ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରେରଣାଦାୟୀ ଜୀବନ ସଂଘର୍ଷର ଆରମ୍ଭ କରିଥିଲେ । ଏହି ଚା' ଦୋକାନ ପରିଭ୍ରମଣ କରିବା ପରେ ଧର୍ମେନ୍ଦ୍ର ବେଶ ଖୁସିବ୍ୟକ୍ତ କରିଛନ୍ତି ।

ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରି କହିଛନ୍ତି, " ଯେଉଁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରେରଣାଦାୟକ ଜୀବନ ଯାତ୍ରା ଆରମ୍ଭ କରିଥିଲେ ସେହି ରାସ୍ତାରେ ପରିଭ୍ରମଣ କରିବା ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ । ଭଦାନଗର ରେଳ ଷ୍ଟେସନରେ ଥିବା ଚା' ଦୋକାନ ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦି ଅତି ନିଷ୍ଠା, ସାହସ ଏବଂ ପରିଶ୍ରମର ସହିତ ତାଙ୍କ ପିତାଙ୍କୁ ସାହାଯ୍ୟ କରିଥିଲେ ।"

ଏହା ବି ପଢନ୍ତୁ- ଧାରା ୩୭୦ ପୁନଃ ଲାଗୁ ହୋଇପାରିବ ନାହିଁ: ଗୁଲାମ ନବି ଆଜାଦ

ଭଦାନଗରର ଏହି ସ୍ଥାନ ଏବଂ ଏହି ଐତିହାସିକ ଚା' ଦୋକାନ ଯେଉଁଠି ପ୍ରଧାନମନ୍ତ୍ରୀ ମୋଦି ନିଜ ପିତାଙ୍କୁ ଅନେକ ବର୍ଷ ଧରି ସାହାଯ୍ୟ କରିଆସୁଥିଲେ । ଏହି ସ୍ଥାନ ଏବେ ଅନେକଙ୍କ ପାଇଁ ପ୍ରେରଣାଦାୟୀ ସ୍ଥାନ । ଏ ନେଇ ଧର୍ମେନ୍ଦ୍ର କହିଛନ୍ତି ଭଦାନଗରର ଏହି ସ୍ଥାନ ଏକ ଗୌରବ ବହନ କରୁଛି । ଏଠାରେ ଚା' ବିକ୍ରି କରୁଥିବା ଜଣେ ବ୍ୟକ୍ତି ଆଜି ଦେଶର ମୁଖ୍ୟ ହୋଇଥିବା ବେଳେ ବିଶ୍ବ ନେତା ମଧ୍ୟ ହୋଇପାରିଛନ୍ତି ।

ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରେରଣାଦାୟୀ ଜୀବନ କାହାଣୀକୁ ବୟାନ କରୁଛି । ଏହି ସ୍ଥାନ ଭ୍ରମଣ କରିବା ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଅନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ସେ ଏହି ସ୍ଥାନ ପରିଭ୍ରମଣ କରିବା ପରେ ବେଶ ଖୁସିବ୍ୟକ୍ତ କରିଥିବା ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ ସେ ଭଦାନଗରରେ ଥିବା ହଟକେଶ୍ବର ମହାଦେଭ ମନ୍ଦିରରେ ଦର୍ଶନ କରିଥିଲେ । ଏହାସହିତ ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ସଭିଙ୍କ ଖୁସି କାମନା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details