ଓଡିଶା

odisha

By

Published : Aug 30, 2022, 8:43 AM IST

ETV Bharat / bharat

ଇଣ୍ଡୋନେସିଆ ଗସ୍ତରେ ଧର୍ମେନ୍ଦ୍ର ପ୍ରଧାନ, G20 ଶିକ୍ଷାମନ୍ତ୍ରୀ ବୈଠକରେ ଯୋଗଦେବେ

ଚାରି ଦିନିଆ ଇଣ୍ଡୋନେସିଆ ବାଲି ଗସ୍ତରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେଠାରେ ଜି-୨୦ ଶିକ୍ଷାମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ । ଅଧିକ ପଢନ୍ତୁ

ଇଣ୍ଡୋନେସିଆ ଗସ୍ତରେ ଧର୍ମେନ୍ଦ୍ର, ଜି ୨୦ ଶିକ୍ଷାମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବେ
ଇଣ୍ଡୋନେସିଆ ଗସ୍ତରେ ଧର୍ମେନ୍ଦ୍ର, ଜି ୨୦ ଶିକ୍ଷାମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବେ

ନୂଆଦିଲ୍ଲୀ:କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ(Dharmendra Pradhan) ସୋମବାର ଠାରୁ ସେପ୍ଟେମ୍ବର ୨ ତାରିଖ ଯାଏଁ ୪ ଦିନିଆ ଇଣ୍ଡୋନେସିଆ ବାଲି ଗସ୍ତରେ ଯାଇଛନ୍ତି । ସୋମବାର ରାତିରେ ସେ ବାଲି ଅଭିମୁଖେ ଯାତ୍ରା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ବାଲିରେ ଅନୁଷ୍ଠିତ ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ଜି-୨୦ ଶିକ୍ଷାମନ୍ତ୍ରୀଙ୍କ ବୈଠକରେ(G20 4th Education Ministers’ Meeting) ଯୋଗ ଦେବେ । ଏନେଇ ସେ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଲିରେ ପହଞ୍ଚିବା ପରେ ପ୍ରଥମେ ଜି-୨୦ ଶିକ୍ଷାମନ୍ତ୍ରୀ ବୈଠକରେ ଅଂଶଗ୍ରହଣ କରିବା ପାଇଁ ଆସିଥିବା ବ୍ରାଜିଲର ପ୍ରତିନିଧିମାନଙ୍କ ସହ ଦ୍ବିପାକ୍ଷିକ ବୈଠକ କରିବେ । ଏହାପରେ ବାଲିରେ ପ୍ରବାସୀ ଓଡିଆ ଓ ଭାରତୀୟଙ୍କ ସହ ସାକ୍ଷାତ କରିବେ । ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଟୁରିଜିମ ଆଣ୍ଡ ବିଜନେସ ଅନୁଷ୍ଠାନ ପରିଦର୍ଶନ କରି କୁଳପତିଙ୍କୁ ମଧ୍ୟ ଭେଟିବେ ।

ସୁଗ୍ରୀବ ବିଶ୍ବବିଦ୍ୟାଳୟ ସଂସ୍କୃତ ବିଭାଗର ଛାତଛାତ୍ରୀ ଓ ଅଧ୍ୟାପକମାନଙ୍କ ସହ ଆଲୋଚନା କରିବେ । ପରେ ସେପ୍ଟେମ୍ବର ୧ରେ କେନ୍ଦ୍ରମନ୍ତ୍ରୀ ଜି-୨୦ ଶିକ୍ଷାମନ୍ତ୍ରୀ ମାନଙ୍କ ବୈଠକରେ ଯୋଗଦେବେ । ଚଳିତ ବର୍ଷ ଏହି ବୈଠକର ବିଷୟବସ୍ତୁ ରିକଭର, ରିଇମାଜିନ ଆଣ୍ଡ ରିବିଲ୍ଡ ଷ୍ଟ୍ରଙ୍ଗର(Recover, Reimagine, and Rebuild Stronger) ରହିଛି ।

ABOUT THE AUTHOR

...view details