ଓଡିଶା

odisha

ETV Bharat / bharat

ପଶ୍ଚିମବଙ୍ଗ ସାମ୍ବିଧାନିକ ସଙ୍କଟ: ଆଲୋଚନା ପାଇଁ ମମତାଙ୍କୁ ଧନଖରଙ୍କ ରାଜଭବନ ନିମନ୍ତ୍ରଣ - ପଶ୍ଚିମବଙ୍ଗ ରାଜନୀତି

ପଶ୍ଚିମବଙ୍ଗରେ ଲାଗି ରହିଥିବା ସାମ୍ବିଧାନିକ ସଙ୍କଟ ସମାଧାନ ଲାଗି ଆଗ୍ରହ ଦେଖାଇଲେ ରାଜ୍ୟପାଳ ଜଗଦୀପ ଧନଖର । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରାଜଭବନ ଆସି ଆଲୋଚନା ପାଇଁ କଲେ ନିମନ୍ତ୍ରଣ । ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି ମମତା । ଅଧିକ ପଢନ୍ତୁ

ପଶ୍ଚିମବଙ୍ଗ ସାମ୍ବିଧାନିକ ସଙ୍କଟ: ଆଲୋଚନା ପାଇଁ ମମତାଙ୍କୁ ରାଜଭବନ ନିମନ୍ତ୍ରଣ କଲେ ଧନଖର
ପଶ୍ଚିମବଙ୍ଗ ସାମ୍ବିଧାନିକ ସଙ୍କଟ: ଆଲୋଚନା ପାଇଁ ମମତାଙ୍କୁ ରାଜଭବନ ନିମନ୍ତ୍ରଣ କଲେ ଧନଖର

By

Published : Feb 17, 2022, 9:01 PM IST

କୋଲକାତା:ଗତ କିଛି ଦିନ ଧରି ପଶ୍ଚିମବଙ୍ଗ ସଚିବାଳୟ ଏବଂ ରାଜଭବନ ମଧ୍ୟରେ ଚାଲିଥିବା ବିବାଦ ଓ ସାମ୍ବିଧାନିକ ଅସ୍ଥିରତାକୁ ଦୂର କରିବା ପାଇଁ ରାଜ୍ୟପାଳ ଜଗଦୀପ ଧନଖରଙ୍କ ପକ୍ଷରୁ ଆଗ୍ରହ ପ୍ରକାଶ ପାଇଛି । ଆଜି ଉକ୍ତ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆଲୋଚନା କରିବା ପାଇଁ ରାଜଭବନକୁ ରାଜ୍ୟପାଳ ଧନଖର ନିମନ୍ତ୍ରଣ କରିଛନ୍ତି । ତେବେ ରାଜ୍ୟପାଳଙ୍କ ନିମନ୍ତ୍ରଣ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ମମତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚଳିତ ସପ୍ତାହ ମଧ୍ୟରେ ଯେକୈଣସି ସୁବିଧାଜନକ ସମୟରେ ରାଜଭବନରେ ଆସି ଆଲୋଚନା ପାଇଁ ନିମନ୍ତ୍ରଣ କରିଛନ୍ତି ରାଜ୍ୟପାଳ ଧନଖର । ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ଲେଖିଥିବା ଚିଠି ପୋଷ୍ଟ କରିବା ସହ ରାଜ୍ୟରେ ଲାଗି ରହିଥିବା ସାମ୍ବିଧାନିକ ଅସ୍ଥିରାତା ଦୂର କରିବା ପ୍ରସଙ୍ଗରେ ଉଭୟ ପକ୍ଷ ଆଗ୍ରହ ଗେଖାଇବା ଜରୁରୀ ବୋଲି ଟ୍ବିଟରେ କହିଛନ୍ତି ରାଜ୍ୟପାଳ ଧନଖର ।

ସୂଚନା ଅନୁସାରେ, ଗତ କିଛି ଦିନ ହେବ ପଶ୍ଚିମବଙ୍ଗର ସାମ୍ବିଧାନିକ ସଙ୍କଟ ଲାଗି ରହିଛି । ରାଜ୍ୟପାଳ ବିଧାନସଭା ଅଧିବେଶନ ସ୍ଥଗିତ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । କିଛି ଦିନର ବ୍ୟବଧାନ ପରେ ରାଜ୍ୟପାଳ ସମସ୍ୟାର ସମାଧାନ ଦିଗରେ ଆଗ୍ରହ ଦେଖାଇଥିବା ବେଳେ ମମତା ଏପରି ପ୍ରସ୍ତାବରେ ଏପର୍ଯ୍ୟନ୍ତ ପ୍ରତିକ୍ରିୟା ରଖିନାହାନ୍ତି । ମୁଖ୍ୟମନ୍ତ୍ରୀ ମମତା ଆଗାମି ଦିନରେ କଣ ଆଭିମୁଖ୍ୟ ରଖୁଛନ୍ତି, ତାକୁ ମସସ୍ତଙ୍କ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details