ଲକ୍ଷ୍ନୌ:ଉତ୍ତର ପ୍ରଦେଶର ରାଏବରେଲିରେ ଥିବା ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ଉଡାଣ ଏକାଡେମୀ (IGRUA)ରେ ଏକ ପ୍ରିଶିକ୍ଷଣ ବିମାନ ଫୋର୍ସ ଲ୍ୟାଣ୍ଡିଂ କରିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲା ବେସାମରିକ ଉଡାଣ ମନ୍ତ୍ରଣାଳୟ (DGCA) । ଆଜି (ସୋମବାର) ପ୍ରଶିକ୍ଷଣ ବେଳେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ଏହା ଫୋର୍ସ ଲ୍ୟାଣ୍ଡିଂ କରିବା ସହ ଦୁର୍ଘଟଣାର ଶିକାର ହୋଇଥିଲା । ବିମାନଟି ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଥିରେ ଥିବା ଜଣେ ପାଇଲଟ ସାମାନ୍ୟ ଆହତ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଏକାଡେମୀର ସିଙ୍ଗିଲ ସିଟର ପ୍ରଶିକ୍ଷଣ ବିମାନ (VT-FGC)ଟି ଏରୋଡ୍ରମ ଫିଲ୍ଡ ପାଚେରୀ ହଠାତ ଫୋର୍ସ ଲ୍ୟାଣ୍ଡି କରିଥିଲା । ବିମାନଟି ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାକୁ ଉଡାଉଥିବା ପ୍ରଶିକ୍ଷଣକାରୀ ପାଇଲଟ ସାମାନ୍ୟ ଆହତ ହେବା ସହ ଅଳ୍ପକେ ବର୍ତ୍ତି ଯାଇଥିଲେ । ବିମାନ ଇଞ୍ଜିନରେ ପାଓ୍ବାର ସଞ୍ଚାଳନରେ କିଛି ତ୍ରୁଟି ଦେଖାଯାଇଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି ।