ଓଡିଶା

odisha

ସୁରକ୍ଷା ନିୟମ ଉଲ୍ଲଘଂନ, ୧୦ ଲକ୍ଷ ଗଣିବ ବିମାନ କମ୍ପାନୀ Vistara

By

Published : Jun 2, 2022, 1:00 PM IST

Updated : Jun 2, 2022, 1:24 PM IST

ଜରୁରୀ ଟ୍ରେନିଂ ବିନା ଭିସ୍ତାରା ଦେଉଥିଲା ଟେକ୍‌ ଅଫ୍‌ ଓ ଲ୍ୟାଣ୍ଡିଂର କ୍ଲିୟରାନ୍ସ । ଫଳରେ କମ୍ପାନୀ ଉପରେ ୧୦ ଲକ୍ଷ ଟଙ୍କା ଫାଇନ ଲଗାଇଲେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

ସୁରକ୍ଷା ନିୟମ ଉଲ୍ଲଘଂନ, ୧୦ ଲକ୍ଷ ଗଣିବ ବିମାନ କମ୍ପାନୀ Vistara
ସୁରକ୍ଷା ନିୟମ ଉଲ୍ଲଘଂନ, ୧୦ ଲକ୍ଷ ଗଣିବ ବିମାନ କମ୍ପାନୀ Vistara

ନୂଆଦିଲ୍ଲୀ: ସୁରକ୍ଷା ବ୍ୟବସ୍ଥା ନିୟମ ଉଲ୍ଲଘଂନ(Vistara Violates safety Rules) କଲା ବିମାନ ସେବା ଯୋଗାଉଥିବା କମ୍ପାନୀ ଏୟାର ଭିସ୍ତାରା(Air Vistara) । ଫଳରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଏହି କମ୍ପାନୀ ଉପରେ ୧୦ ଲକ୍ଷ ଟଙ୍କା ଫାଇନ ଲଗାଇଛନ୍ତି । ଉପଯୁକ୍ତ ଭାବେ ତାଲିମ ନେଇନଥିବା ପାଇଲଟ ଇନ୍ଦୋର ବିମାନ ବନ୍ଦରରେ ବିମାନ ଅବତରଣ କରିବାରୁ ଏହି ଫାଇନ ଲାଗିଥିବା ଜଣାପଡ଼ିଛି ।

DGCA କହିଛି ଯେ,‘ ଜରୁରୀ ଟ୍ରେନିଂ ନ ଦିଆଯାଇ ଭିସ୍ତାରା ଏୟାରଲାଇନ୍ସ ପକ୍ଷରୁ ଟେକ୍‌ ଅଫ ଓ ଲ୍ୟାଣ୍ଡିଂର କ୍ଲିୟରାନ୍ସ ଦିଆଯାଉଥିଲା । ସୂଚନା ଥାଉ କି ସିମ୍ୟୁଲେଟର(ବିମାନର ନିୟନ୍ତ୍ରଣ ଏବଂ କାର୍ଯ୍ୟର ବାସ୍ତବିକ ଅନୁକରଣ ପ୍ରଦାନ କରିବାକୁ ଏକ ମେସିନ୍)ରେ ବିମାନକୁ ଅବତରଣ କରିବା ପୂର୍ବରୁ ଅଫିସରଙ୍କୁ ଟ୍ରେନିଂ ଦିଆଯାଏ । ସେହିପରି ଲ୍ୟାଣ୍ଡିଂ ପୂର୍ବରୁ ଅଫିସରଙ୍କ ପକ୍ଷରୁ କ୍ୟାପଟେନକୁ ସିମ୍ୟୁଲେଟରେ ହିଁ ଟ୍ରେନିଂ ଦିଆଯାଏ । ଅଭିଯୋଗ ହୋଇଛି ଯେ ଅଫିସର ଓ କ୍ୟାପଟେନଙ୍କୁ ସିମ୍ୟୁଲେଟରରେ ଟ୍ରେନିଂ ବିନା ବିମାନକୁ ଲ୍ୟାଣ୍ଡ କରାଯାଉଥିଲା । ଏଭଳି ସ୍ଥିତିରେ ବିମାନ ଦୁର୍ଘଟଣାର ଆଶଙ୍କା ରହିଥାଏ ।’

ଗତ ମେ ୩୦ ତାରିଖରେ DGCA ସ୍ପାଇସଜେଟ ଉପରେ ମଧ୍ୟ ୧୦ ଲକ୍ଷ ଟଙ୍କାର ଜୋରିମାନା ଲଗାଇଥିଲା । ଏପ୍ରିଲରେ ଡିଜିସିଏ ସ୍ପାଇସଜେଟକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । ତେବେ ସନ୍ତୁଷ୍ଟ ଉତ୍ତର ନ ଦେଇପାରିବା ପରେ ସ୍ପାଇସଜେଟ ଜୋରିମାନା ଦେଇଥିଲା । ସ୍ପାଇସଜେଟ ପ୍ରାୟ ୯୦ ପାଇଲଟଙ୍କୁ ଖରାପ ସିମ୍ୟୁଲେଟରରେ ପ୍ରଶିକ୍ଷଣ ଦେଇଥିଲା । ଯେଉଁଥିରେ ସ୍ଟିକ ଶେକର ନିଷ୍କ୍ରିୟ ରହିଥିଲା ।

ସ୍ଟିକ ଶେକର ହେଉଛି ଏଭଳି ଏକ ମେସିନ ଯାହାକି ବିମାନ ଉଡ଼ାଣ ସମୟରେ ସଙ୍କେତ ଭାବେ କାର୍ଯ୍ୟ କରିଥାଏ । ଯେତେବେଳେ ବିମାନଟି ଆକାଶରେ ପବନ ମଧ୍ୟରେ ଫସିଯାଏ, ସେତେବେଳେ ଏହି ମେସିନ ପାଇଲଟଙ୍କୁ ଚେତାବନୀ ଦେଇଥାଏ । ଏଭଳି ଖରାପ ସିମ୍ୟୁଲେଟରରେ ପ୍ରଶିକ୍ଷଣ ଦେବା ଦ୍ବାରା ଏହା ସୁରକ୍ଷା ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ । ଏଥିଲାଗି ସ୍ପାଇସଜେଟକୁ ଜୋରିମାନା ଦେବାକୁ ପଡ଼ିଥିଲା ।

Last Updated : Jun 2, 2022, 1:24 PM IST

ABOUT THE AUTHOR

...view details