ନୂଆଦିଲ୍ଲୀ:ପୁଣି ବଢିଲା ବିମାନ ସେବା ପ୍ରଦାନକାରୀ କମ୍ପାନି ସ୍ପାଇସଜେଟ୍ ଏୟାରଲାଇନ୍ସର ଅଡୁଆ । ଉଡାଣ ସୁରକ୍ଷା ପ୍ରୋଟୋକଲ ଉଲଙ୍ଘନ ଅଭିଯୋଗରେ ଏୟାରଲାଇନ୍ସ ସର୍ବାଧିକ 50 ପ୍ରତିଶତ ବିମାନ ଉଡାଇ ପାରିବା ନେଇ କଟକଣା ଜାରି କରିଥିଲା ଉଡାଣ ନିୟାମକ ସଂସ୍ଥା DGCA । ତେବେ ଉକ୍ତ କଟକଣାକୁ ପୁନର୍ବାର ଅକ୍ଟୋବର 29 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି ନିୟାମକ ସଂସ୍ଥା (DGCA extends 50 pc cap on SpiceJet)। ଏହି ଅବଧି ମଧ୍ୟରେ ବିମାନ କମ୍ପାନି ପୂର୍ବ କଟକଣା ମୁତାବକ ମାତ୍ର 50 ପ୍ରତିଶତ ବିମାନ ଉଡାଣ ଜାରି ରଖିବ ।
ଏୟାରଲାଇନ୍ସର ଏକାଧିକ ବିମାନରେ ତୃଟି ଦେଖାଯିବା ସହ ଯାତ୍ରୀ ସୁରକ୍ଷା ବିପନ୍ନ ହେବାରୁ ଜୁଲାଇ 27 ତାରିଖରେ ସ୍ପାଇସଜେଟ୍ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା DGCA । 8 ସପ୍ତାହ ପର୍ଯ୍ୟନ୍ତ ବିମାନ କମ୍ପନି ତାର ପୂର୍ଣ୍ଣ କ୍ଷମତାର ମାତ୍ର 50 ପ୍ରତିଶତ ବିମାନ (SpiceJet to operate a maximum of 50 per cent) ଉଡାଇ ପାରିବା ନେଇ କଟକଣା ଜାରି କରାଯାଇଥିଲା । ତେବେ ଆଜି ଦ୍ବିତୀୟ ପର୍ଯ୍ୟାୟ କଟକଣା ନେଇ ଉଡାଣ ନିର୍ଦ୍ଦେଶାଳୟ (DGCA) ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି । ତେବେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ଏହି ଅବଧିକୁ ଅକ୍ଟୋବର 29 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପ୍ରଥମ କାର୍ଯ୍ୟାନୁଷ୍ଠାନରେ ଏୟାରଲାଇନ୍ସ ନିର୍ଦ୍ଦେଶ ପାଳନ କରିବା ସହ ଯାତ୍ରୀ ସେବା ପ୍ରଭାବିତ ହେବନାହିଁ ନେଇ ବୋଲି ସୂଚନା ଦେଇଥିଲା ।