ଓଡିଶା

odisha

By

Published : Mar 13, 2021, 7:13 PM IST

ETV Bharat / bharat

ମାସ୍କ ନ ପିନ୍ଧିଲେ ବିମାନରୁ ଓହ୍ଲାଇ ଦିଆଯିବ: ଡିଜିସିଏ

କୋଭିଡ ପ୍ରତିହିତ ନେଇ କଠୋର ଡିଜିସିଏ । ବିଜ୍ଞପ୍ତି ପ୍ରକାଶ ଜାରି ଦେଲେ କଡା ଆଦେଶ । କୋଭିଡ ଗାଇଡଲାଇନ ନ ମାନିଲେ ବିମାନରୁ ଓହ୍ଲାଇଦିଆଯିବ । ଅଧିକ ପଢନ୍ତୁ..

କୋଭିଡ ଗାଇଡଲାଇନ ନ ମାନିଲେ ବିମାନ  ଯାତ୍ରା ମନା
କୋଭିଡ ଗାଇଡଲାଇନ ନ ମାନିଲେ ବିମାନ ଯାତ୍ରା ମନା

ନୂଆଦିଲ୍ଲୀ: ଯଦି ଆପଣ ବିମାନରେ ଯାତ୍ରା କରିବାକୁ ଯାଉଛନ୍ତି ତେବେ ସତର୍କ ହୋଇଯାଆନ୍ତୁ । ମାସ୍କ ନ ପିନ୍ଧିଲେ , କୋରୋନା କଟକଣା ଉଲଙ୍ଘନ କଲେ ଉଡିବାକୁ ମିଳିବନି ଅନୁମତି । ଏ ନେଇ ଶନିବାର ଶକ୍ତ ଆଦେଶ ଦେଇଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ।

କୋଭିଡ ଗାଇଡଲାଇନ ନ ମାନିଲେ ବିମାନ ଯାତ୍ରା ମନା

ଦେଶରେ ପୁଣି ଥରେ କୋରୋନା ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି । ଏଣୁ କୋରୋନା କଟକଣାକୁ ନେଇ ଯାତ୍ରୀଙ୍କ ଲାଗି ନୂଆ ଗାଇଡଲାଇନ ଜାରି କରିଛି ଡିଜିସିଏ । ଡିଜିସିଏର ବିଜ୍ଞପ୍ତି ଅନୁସାରେ ଯାତ୍ରୀମାନେ ଯାତ୍ରା ସମୟରେ ଫେସମାସ୍କ ପିନ୍ଧିବେ, ସାମାଜିକ ଦୂରତ୍ବ ରକ୍ଷା କରିବାକୁ ହେବ । ଆଉ ଯଦି କୌଣସି ଯାତ୍ରୀ କଟକଣା ଉଲଙ୍ଘନ କରନ୍ତି କିମ୍ବା ନିୟମ ପ୍ରତି ବେଖାତିର କରନ୍ତି ତେବେ ସେମାନଙ୍କୁ ବିମାନ ଉଡାଣ ପୂର୍ବରୁ ଓହ୍ଲାଇ ଦିଆଯିବ ବୋଲି କଠୋର ଆଦେଶ ଦିଆଯାଇଛି ।

କୋଭିଡ ଗାଇଡଲାଇନ ନ ମାନିଲେ ବିମାନ ଯାତ୍ରା ମନା

ସେହିଭଳି ଡିଜିସିଏ ତାର ଗାଇଡଲାଇନରେ କହିଛି କି ଯଦି କେହି ଯାତ୍ରୀ ନାକ ତଳକୁ ମାସ୍କ ପିନ୍ଧେ ତେବେ ସେମାନଙ୍କୁ ବିମାନରେ ପ୍ରବେଶ ଅନୁମତି ମିଳିବ ନାହିଁ । ଆଉ ବିମାନରେ ଯାତ୍ରା ସମୟରେ କୋଭିଡ-19 ପ୍ରୋଟୋକଲ ପାଳନ କରିବା ଦରକାର । ଯାତ୍ରୀ ନିୟମ ପାଳନ କରୁଛନ୍ତି କି ନାହିଁ ତାହାର ତଦାରଖ କରିବାକୁ ବିମାନ ବନ୍ଦରରେ ସୁରକ୍ଷାକର୍ମୀଙ୍କୁ ନିୟୋଜନ କରାଯିବ । ଏଥିସହ ଯଦି କେହି ବ୍ୟକ୍ତି ଅସୁସ୍ଥତା ଅନୁଭବ କରନ୍ତି ତେବେ ସେମାନଙ୍କୁ ଯାତ୍ରା ବାତିଲ ପାଇଁ ପରାମର୍ଶ ଦିଆଯାଇଛି ।

ଆଉ କୌଣସି ଯାତ୍ରୀକୁ ବାରମ୍ବାର ଚେତାବନୀ ଦେବା ପରେ ପ୍ରୋଟୋକଲର ଉଲଙ୍ଘନ କରାଯାଏ , ତେବେ ଯାତ୍ରୀଙ୍କୁ ଅନିୟନ୍ତ୍ରିତ ଯାତ୍ରୀ (Unruly Passenger) ମାନାଯିବ । ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

ABOUT THE AUTHOR

...view details