ନୂଆଦିଲ୍ଲୀ:ଏକାଧିକ ଥର ଉଡାଣ ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିବାଦରେ ଥିବା ବିମାନ କମ୍ପାନୀ ସ୍ପାଇସଜେଟ ଉପରେ କଟକଣା ଲଗାଇଲା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) । ଆଗାମୀ 8 ସପ୍ତାହ ପର୍ଯ୍ୟନ୍ତ ସଂସ୍ଥା ତାର ସମ୍ପୂର୍ଣ୍ଣ ଉଡଣା କ୍ଷମତା ପରିବର୍ତ୍ତେ ମାତ୍ର 50 ପ୍ରତିଶତ ବିମାନ ଉଡାଇବା ନେଇ ନିର୍ଦ୍ଦେଶ ମିଳିଛି । ତେବେ ଏପରି ନିର୍ଦ୍ଦେଶ ପରେ ଉଡାଣ ଅପରେସନ ପ୍ରଭାବିତ ହେବ ନାହିଁ ବୋଲି ସମ୍ପୃକ୍ତ ସଂସ୍ଥା ପକ୍ଷରୁ କୁହାଯାଇଛି ।
କେବଳ ଏତିକି ନୁହେଁ DGCA ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ଏହି କଟକଣା ଅବଧି ପୁରା ହେବା ପରେ ସଂସ୍ଥା ଯଦି ସମ୍ପୂର୍ଣ୍ଣ କ୍ଷମତା ସହ ବିମାନ ଉଡାଇବାକୁ ଅନୁମତି ମାଗେ ତେବେ, ଏହା ପ୍ରାମାଣିତ କିରବାକୁ ପଡିବ, ଯେ ସଂସ୍ଥା ପାଖରେ ଯଥେଷ୍ଟ ସାଧନ ଓ ପ୍ରଶିକ୍ଷିତ ମାନବ ସମ୍ବଳ ରହିଛି । କଟକଣା ପରେ ସଂସ୍ଥା ମଧ୍ୟ ବିବୃତ୍ତି ଜାରି କରିଛି । ବିବୃତ୍ତିରେ କୁହାଯାଇଛି, ନିର୍ଦ୍ଦେଶନାମାକୁ ବିମାନ କମ୍ପାନୀ ପାଳନ କରିବାକୁ ପ୍ରସ୍ତୁତ । କିନ୍ତୁ ଫ୍ଲାଇଟ ଅପରେସନରେ କୌଣସି ସମସ୍ୟା ହେବ ନାହିଁ । ତେଣୁ ଯାତ୍ରୀମାନେ କୌଣସି ପ୍ରକାର ସନ୍ଦେହରେ ରହିବାର ଆବଶ୍ୟକତା ନାହିଁ ।