ଓଡିଶା

odisha

By ETV Bharat Odisha Team

Published : Oct 31, 2023, 8:28 PM IST

ETV Bharat / bharat

ଏଣିକି ପାଇଲଟ ଓ କ୍ଯାବିନ କ୍ର୍ୟୁ ସଦସ୍ୟଙ୍କୁ ପରଫ୍ୟୁମ ମନା

ଏବେ ପାଇଲଟ ଓ କ୍ୟାବିନ କ୍ର୍ୟୁ ସଦସ୍ୟ ବ୍ୟବହାର କରିପାରିବେନି ପରଫ୍ୟୁମ ସମେତ ଏକାଧିକ ସାମଗ୍ରୀ । ଆଲକୋହଲିକ୍‌ କଣ୍ଟେଣ୍ଟ ଥିବାରୁ ସଂଶୋଧିତ ନିୟମାବଳିରେ ବାଦ ଦେଲା ଡିଜିସିଏ । ଅଧିକ ପଢନ୍ତୁ

ପାଇଲଟ ଓ କ୍ର୍ୟୁ ସଦସ୍ୟ ବ୍ୟବହାର କରିପାରିବେ ନାହିଁ ପରଫ୍ୟୁମ ସମେତ ଏକାଧିକ ସାମଗ୍ରୀ
ପାଇଲଟ ଓ କ୍ର୍ୟୁ ସଦସ୍ୟ ବ୍ୟବହାର କରିପାରିବେ ନାହିଁ ପରଫ୍ୟୁମ ସମେତ ଏକାଧିକ ସାମଗ୍ରୀ

ନୂଆଦିଲ୍ଲୀ:ଏବେ ବିମାନର ପାଇଲଟଙ୍କ ସମେତ କ୍ୟାବିନ କ୍ର୍ୟୁ ସଦସ୍ୟମାନେ ପରଫ୍ୟୁମ ସମେତ ଏକାଧିକ ସାମଗ୍ରୀ ବ୍ୟବହାର କରିପାରିବେ ନାହିଁ । ବେସାମରିକ ବିମାନ ଉଡାଣ ନିର୍ଦ୍ଦେଶାଳୟ (ଡିଜିସିଏ) ଜାରି କରିଥିବା ସଂଶୋଧିତ ନିୟମାବଳିରେ ପରଫ୍ୟୁମ, ଟୁଥଜେଲ,ମେଡିକେସନ ଓ ମାଉଥଓ୍ବାସ ପରି ଏକାଧିକ ସାମଗ୍ରୀର ବ୍ୟବହାରକୁ ବାଦ ଦିଆଯାଇଛି । ଏହି ସବୁ ସାମଗ୍ରୀର କମ୍ପୋଜିସନରେ ଆଲକୋହଲର ବ୍ୟବହାର ହେଉଥିବାରୁ ଏହାକୁ ନିଷେଧ ଶ୍ରେଣୀଭୁକ୍ତ କରାଯାଇଛି । ସମସ୍ତ ସରକାରୀ ଫ୍ଲାଇଁ ସ୍କୁଲ ଓ ସଂସ୍ଥା ସମେତ ଘରୋଇ ଏୟାରଲାଇନ୍ସ କର୍ମଚାରୀଙ୍କ କ୍ଷେତ୍ରରେ ଏହି ନିୟମାବଳି ଲାଗୁ କରାଯିବା ।

ବିମାନ ଉଡାଣ ପୂର୍ବରୁ ଓ ପରେ କରାଯାଉଥିବା ଶ୍ବାସକ୍ରିୟା ପରୀକ୍ଷାରେ ମିଳିଥିବା ତଥ୍ୟ ଅନୁସାରେ ଏହି ସାମଗ୍ରୀରେ ଆଲକୋହଲର ବ୍ୟବହାର ଓ ଏହାର ପ୍ରଭାବ ମଧ୍ୟ ସ୍ପଷ୍ଟ ହୋଇଛି । ତେଣୁ ଆଲକୋହଲ କଣ୍ଟେଣ୍ଟ ଥିବା ଏପରି ସାମଗ୍ରୀ ବ୍ୟବହାର କରିବା କିମ୍ବା ସାଙ୍ଗରେ ନେବା ଉପରେ ସଂଶୋଧିତ ନିୟମାବଳିରେ ରୋକ ଲଗାଯାଇଛି । ଏପରିକି ଏହି ବିମାନ କମ୍ପାନୀ ସଦସ୍ୟମାନେ କୌଣସି ଉଡାଣ କାର୍ଯ୍ୟକଳାପ ପୂର୍ବରୁ ବ୍ରିଥ-ଆନାଲାଇସରରେ ସେମାନଙ୍କ ସ୍ବାଶକ୍ରିୟାର ମାତ୍ରା ମଧ୍ୟ ପରୀକ୍ଷା କରିବା ବାଧ୍ୟତାମୂଳକ ହେବ ।

ଡିଜିସିଏ ରିପୋର୍ଟ ଅନୁସାରେ, ଚଳିତବର୍ଷ ମଧ୍ୟ ସୁଦ୍ଧା 33 ଜଣ ପାଇଲଟ ଓ 97 କ୍ୟାବିନ କ୍ର୍ୟୁ ସଦସ୍ୟ ବାଧ୍ୟତାମୂଳକ ଆଲକୋହଲ ଟେଷ୍ଟିଂରେ ଧରା ପଡିଥିଲେ । ସେହିପରି ଗତବର୍ଷ ସମାନ ଅବଧି ମଧ୍ୟରେ 14 ଜଣ ପାଇଲଟ ଓ 54 ଜଣ କ୍ର୍ୟୁ ସଦସ୍ୟ ଏହି ଟେଷ୍ଟିଂରେ ବିଫଳ ହୋଇଥିଲେ । ଏମାନେ ନିଶାସକ୍ତ ଥିବା ଜଣାପଡିଥିଲା । ଏହି ବିମାନ କର୍ମଚାରୀମାନେ ବିଭିନ୍ନ ଏୟାରଲାଇନ୍ସରୁ ଥିଲେ । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଥିଲା ଉଡାଣ ନିର୍ଦ୍ଦେଶାଳୟ । ଆଜି ଜାରି କରାଯାଇଥିବା ସଂଶୋଧିତ ନିୟମାବଳିରେ ଅନ୍ୟ କିଛି ଆଲକୋହଲିକ କଣ୍ଟେଣ୍ଟ ଥିବା ସାମଗ୍ରୀକୁ ମଧ୍ୟ ଏମାନଙ୍କ ବ୍ୟବହାରରୁ ବାଦ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ :- Hacking Allegation: ବିରୋଧୀଙ୍କ ଅଭିଯୋଗକୁ ନିରାଧାର କହିଲେ ବିଜେପି ଆଇଟି ସେଲ ମୁଖ୍ୟ

ତେବେ ଉଡାଣ କ୍ଷେତ୍ରରେ ଏକାଧିକ ନିୟମାବଳି ଓ ସୁରକ୍ଷା ପ୍ରୋଟୋକଲ ରହିଛି । ଏହା ମଧ୍ୟରେ ବିଶେଷ ଭାବେ ପାଇଲଟ ଓ ବିମାନରେ ଯାତ୍ର କରୁଥିବା ଅନ୍ୟ ସହଯୋଗୀ ସଦସ୍ୟ (କ୍ୟାବିନ କ୍ର୍ୟୁ)ଙ୍କ ପାଇଁ ଏକାଧିକ ସ୍ବାସ୍ଥ୍ୟ ସମ୍ପର୍କିତ ନିୟମାବଳି ରହିଛି । ଯାହା ଅନୁପାଳନ କରିବା ସେମାନଙ୍କ କ୍ଷେତ୍ରରେ ବାଧ୍ୟତାମୂଳକ ମଧ୍ୟ । ଏହାର ଖିଲାପ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଥାଏ । ଯେକୌସି ଉଡାଣ ପୂର୍ବରୁ ସେମାନଙ୍କ ମାନସିକ ଓ ଶାରୀରିକ ସୁସ୍ଥତା ଯାଞ୍ଚ କରିବା ପାଇଁ ସେମାନେ ଏକାଧିକ ଟେଷ୍ଟିଂର ସାମ୍ନା କରିଥାନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details