ଓଡିଶା

odisha

By

Published : Aug 12, 2022, 10:53 AM IST

ETV Bharat / bharat

ଦେଶରେ ବାଣିଜ୍ୟିକ ବିମାନ ଉଡାଇବେ କିନ୍ନର

ଦେଶରେ ବାଣିଜ୍ୟିକ ବିମାନ ଉଡାଇପାରିବେ କିନ୍ନର । ନୂଆ ନିର୍ଦ୍ଦେଶନାମା ଜାରି କଲା DGCA । ଅଧିକ ପଢନ୍ତୁ

ଦେଶରେ ବାଣିଜ୍ୟିକ ବିମାନ ଉଡାଇବେ ଟ୍ରାନ୍ସଜେଣ୍ଡର
ଦେଶରେ ବାଣିଜ୍ୟିକ ବିମାନ ଉଡାଇବେ ଟ୍ରାନ୍ସଜେଣ୍ଡର

ନୂଆଦିଲ୍ଲୀ: ଦେଶରେ ବାଣିଜ୍ୟିକ ବିମାନ ଉଡାଇବେ କିନ୍ନର । ବାଣିଜ୍ୟିକ ପାଇଲଟ ଲାଇସେନ୍ସ ହାସଲ କରିବାକୁ ଇଚ୍ଛୁକ କିନ୍ନରଙ୍କ ପାଇଁ ପଥ ପରିଷ୍କାର ହୋଇଛି । ଏଣିକି ସେମାନେ ଏହି ଲାଇସେନ୍ସ ପାଇଁ ଆବେଦନ କରିପାରିବେ । କାରଣ ବୁଧବାର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(DGCA) ପାଇଲଟ ଆଶାୟୀ ଟ୍ରାନ୍ସଜେଣ୍ଡଙ୍କ ଫିଟ୍‌ନେସ ଯାଞ୍ଚ କରିବା ପାଇଁ ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛି । ଏହାସହିତ DGCA କେରଳର ଟ୍ରାନ୍ସଜେଣ୍ଡର ଆଡାମ ହ୍ୟାରିଙ୍କୁ ବାଣିଜ୍ୟିକ ପାଇଲଟ ଲାଇସେନ୍ସ ଦେବାକୁ ମନା କରିବା ସମ୍ପର୍କିତ ମିଡିଆ ରିପୋର୍ଟକୁ ମଧ୍ୟ ଖଣ୍ଡନ କରିଛି ।

ବର୍ତ୍ତମାନ DGCA ପକ୍ଷରୁ କୁହାଯାଇଛି, ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କୁ ଫିଟନେସ୍ ସାର୍ଟିଫିକେଟ ମିଳିପାରିବ । ଏଥିପାଇଁ ତାଙ୍କର କୌଣସି ପ୍ରକାର ଶାରିରୀକ ଓ ମାନସିକ ରୋଗ ନଥିବା ସୁନିଶ୍ଚିତ କରିବାକୁ ପଡିବ । ଟ୍ରାନ୍ସଜେଣ୍ଡର ଆବେଦନକାରୀଙ୍କ କାର୍ଯ୍ୟାତ୍ମକ କ୍ଷମତା ଏବଂ ଅକ୍ଷମତାକୁ ଆଧାର କରି ଫିଟନେସ୍ ସାର୍ଟିଫିକେଟ ଜାରି କରାଯିବ । ସେହିପରି ଗତ ୫ ବର୍ଷ ହେଲା ହର୍ମୋନ ଥେରାପି ନେଉଥିବା ଏବଂ ଲିଙ୍ଗ ପରିବର୍ତ୍ତନ କରିଥିବା ଆଡାମ ହ୍ୟାରିଙ୍କ ମାନସିକ ସ୍ବାସ୍ଥ୍ୟବସ୍ଥା ମଧ୍ୟ ଯାଞ୍ଚ ହେବ ।

ଉଲ୍ଲେଖଯୋଗ୍ୟ, ଆଡାମ ହ୍ୟାରି ଦକ୍ଷିଣ ଆଫ୍ରିକାରେ ପ୍ରାଇଭେଟ ପାଇଲଟ ଲାଇସେନ୍ସ ହାସଲ କରିଥିଲେ । ଏହାପରେ ବାଣିଜ୍ୟିକ ପାଇଲଟ ଲାଇସେନ୍ସ ପାଇଁ କେଳର ଥିରୁଅନନ୍ତପୁରମରେ ଥିବା ରାଜୀବ ଗାନ୍ଧୀ ଏକାମେଡୀ ଫର୍ ଏଭିଏସନ ଟେକ୍ନୋଲିଜିରେ ନିଜକୁ ଏନରୋଲ କରିଥିଲେ । ପରେ ତାଙ୍କୁ ଡିଜିସିଏ ପକ୍ଷରୁ ବାଣିଜ୍ୟିକ ବିମାନ ଉଡାଣ ପାଇଁ ଅନଫିଟ୍ ଦର୍ଶାଯାଇଥିଲା ।

ABOUT THE AUTHOR

...view details