ଓଡିଶା

odisha

ETV Bharat / bharat

ଶ୍ମଶାନରେ ହେଉଛି ଜନ୍ମଦିନ ସେଲିବ୍ରେସନ, ଭିଡ ଲଗାଉଛନ୍ତି ପର୍ଯ୍ୟଟକ - ଶ୍ମଶାନ ପାଲଟିଛି ପର୍ଯ୍ୟଟନସ୍ଥଳୀ

ଯୁବକଙ୍କ ପ୍ରୟାସରେ ଶ୍ମଶାନ ପାଲଟିଛି ପାର୍କ । ଶ୍ମଶାନ ଭିତରେ ଜନ୍ମଦିନ ସେଲିବ୍ରେସନ ହେଉଛି । ଭୋଜିଭାତ କରୁଛନ୍ତି ଲୋକେ । ଅଧିକ ପଢନ୍ତୁ

ଶ୍ମଶାନରେ ହେଉଛି ଜନ୍ମଦିନ ସେଲିବ୍ରେସନ, ଭିଡ ଲଗାଉଛନ୍ତି ପର୍ଯ୍ୟଟକ
ଶ୍ମଶାନରେ ହେଉଛି ଜନ୍ମଦିନ ସେଲିବ୍ରେସନ, ଭିଡ ଲଗାଉଛନ୍ତି ପର୍ଯ୍ୟଟକ

By

Published : Oct 4, 2022, 8:36 AM IST

ମୁମ୍ବାଇ: ଶ୍ମଶାନ ପାଲଟିଛି ଭୂସ୍ବର୍ଗ । ଶ୍ମଶାନଘାଟରେ ଭୋଜିଭାତର ଆୟୋଜନ ହେଉଛି, ଜନ୍ମଦିନ ସେଲିବ୍ରେସନ ମଧ୍ୟ ଚାଲିଛି । ବାବା ଭୋଳାନାଥଙ୍କ ଦର୍ଶନ ପାଇଁ ଶ୍ମଶାନକୁ ଆସୁଛନ୍ତି ଶହ ଶହ ପର୍ଯ୍ୟଟକ । ଏକଥା ଶୁଣିବାକୁ ହୁଏତ ଆଶ୍ଟର୍ଯ୍ୟ ଲାଗୁଥାଇ ପାରେ, ହେଲେ ମହାରାଷ୍ଟ୍ର ଅମରାବତୀ ଜିଲ୍ଲାରେ ରହିଛି ଏହିଭଳି ଏକ ଆକର୍ଷଣୀୟ ଶ୍ମଶାନ । ଯେଉଁଠାରେ ଲୋକମାନେ ବୁଲିବାକୁ ଯାଆନ୍ତି ଓ ମଉଜ ମଜଲିସ୍ କରନ୍ତି । ସ୍ଥାନୀୟ ଗ୍ରାମବାସୀ ଓ ଯୁବକଙ୍କ ପରିଶ୍ରମରେ ଗାଁର ଅପରିଷ୍କାର ଶ୍ମଶାନ ଏପରି ସୁନ୍ଦର ପାର୍କରେ ପରିଣତ ହୋଇଛି ।

ଶ୍ମଶାନରେ ହେଉଛି ଜନ୍ମଦିନ ସେଲିବ୍ରେସନ, ଭିଡ ଲଗାଉଛନ୍ତି ପର୍ଯ୍ୟଟକ

ଅମରାବତୀ ଜିଲ୍ଲା ତିବସା ତାଲୁକ ଅନ୍ତର୍ଗତ କୁର୍ହା ଗ୍ରାମରେ ରହିଛି ଏହି ଆକର୍ଷଣୀୟ ଶ୍ମଶାନ । ସୂଚନା ମୁତାବକ, ୨୦୧୯ରେ କୁର୍ହା ଗ୍ରାମର ଯୁବକମାନେ ଏକତ୍ରିତ ହୋଇ ପୁରା କଲ୍ୟାଣ ସଂଗଠନ(Pura Welfare Association) ଗଠନ କରିଥିଲେ । ସଂଘର କର୍ମକର୍ତ୍ତାମାନ ପ୍ରଥମେ ଗ୍ରାମରେ ଥିବା ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ଶ୍ମଶାନଘାଟ ସଫାସୁତୁରା କରିବାକୁ ଅଭିଯାନ ଆରମ୍ଭ ଚଳାଇଥିଲେ । ଏହାପରେ ଶ୍ମଶାନର ସୌନ୍ଦର୍ଯ୍ୟକରଣ ପାଇଁ ଅଣ୍ଟା ଭିଡିଥିଲେ ସମସ୍ତେ । ସେମାନଙ୍କ ଏହି ପ୍ରଚେଷ୍ଟାରେ ଗ୍ରାମବାସୀମାନେ ମଧ୍ୟ ସହାୟତା କରିଥିଲେ । ଲକ୍‌ଡାଉନ ସମୟରେ ଗ୍ରାମବାସୀ ପ୍ରତିଦିନ ମାସ୍କ ପିନ୍ଧି ଏଠାରେ ଅନେକ ବୃକ୍ଷରୋପଣ କରିବା ସାଙ୍ଗକୁ ସଫେଇ କାର୍ଯ୍ୟ କରିଥିଲେ ।

ଶ୍ମଶାନରେ ହେଉଛି ଜନ୍ମଦିନ ସେଲିବ୍ରେସନ, ଭିଡ ଲଗାଉଛନ୍ତି ପର୍ଯ୍ୟଟକ

ଏହାମଧ୍ୟ ପଢନ୍ତୁ:ଦୁର୍ନୀତି ବୃଦ୍ଧି ନେଇ ଚିନ୍ତାରେ ସାଧୁ, କାଟିଲେ ହାତ ପାପୁଲି

ଏଥିପାଇଁ ଗ୍ରାମର ପ୍ରତ୍ୟେକ ଘରୁ କିଛି ଟଙ୍କା ଆଦାୟ ହୋଇଥିଲା । ମୋଟ ୫୧ ହଜାର ଟଙ୍କା ଯୋଗାଡ କରାଯାଇ ଶ୍ମଶାନର ସୌନ୍ଦର୍ଯ୍ୟକରଣ କରାଯାଇଥିଲା । ଶେଷରେ ଯୁବ ଗୋଷ୍ଠୀଙ୍କ ଏହି ମହତ୍ ପ୍ରୟାସ ଗାଁର ଅପରିଷ୍କାର ଶ୍ମଶାନକୁ କ୍ରମଶଃ ଏକ ସୁନ୍ଦର ପାର୍କରେ ପରିଣତ କରିଥିଲା । ଏହି ଶ୍ମଶାନରେ ମହାଦେବଙ୍କ ଏକ ବିଶାଳ ମୂର୍ତ୍ତି ମଧ୍ୟ ସ୍ଥାପନ କରାଯାଇଛି । ଯାହାକି ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି ।

ଶ୍ମଶାନରେ ହେଉଛି ଜନ୍ମଦିନ ସେଲିବ୍ରେସନ, ଭିଡ ଲଗାଉଛନ୍ତି ପର୍ଯ୍ୟଟକ

ଏହି ଶ୍ମଶାନ ଭିତରେ ଅନେକ ସମୟରେ ବିଭିନ୍ନ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ହୋଇଥାଏ । ପ୍ରାତଃରେ ଲୋକମାନେ ଏଠାରେ ବ୍ୟାୟାମ କରିଥାନ୍ତି । ଲୋକମାନେ ସେମାନଙ୍କ ପିଲାମାନଙ୍କ ଜନ୍ମଦିନ ପାଳନ ପାଇଁ ଏଠାକୁ ଆସିଥାନ୍ତି । ଭୋଜିଭାତ ସାଙ୍ଗରୁ ଶ୍ମଶାନରେ ମଉଜ ମଜଲିସ୍ ମଧ୍ୟ ହୋଇଥାଏ ।

ABOUT THE AUTHOR

...view details