ଭୋପାଳ: ଆସିଛି ରଙ୍ଗର ପର୍ବ ହୋଲି । ରଙ୍ଗ ବେରଙ୍ଗର ଫଗୁରେ ବଡ ଧୁମଧାମରେ ଚାଲିଛି ହୋଲି ସେଲିବ୍ରେସନ। ସାରାଦେଶରେ ହୋଲି ଉତ୍ସବକୁ ନେଇ ସବୁଠି ଦେଖାଦେଇଛି ଉତ୍ସାହର ମାହୋଲ । ଏହାକୁ ନେଇ ମଧ୍ୟପ୍ରଦେଶ ଭୋପାଳରେ କିଛି ନିଆରା ଢଙ୍ଗରେ ହୋଲି ପାଳିଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ ।
ଶିବ-ପାର୍ବତୀ ବେଶରେ ନାଚିନାଚି ହୋଲି ପାଳିଲେ ଭକ୍ତ - Lord Shiva play holi and dance religious songs
ସାରାଦେଶରେ ହୋଲି ଉତ୍ସବକୁ ନେଇ ସବୁଠି ଦେଖାଦେଇଛି ଉତ୍ସାହର ମାହୋଲ । ଏହାକୁ ନେଇ ମଧ୍ୟପ୍ରଦେଶ ଭୋପାଳରେ କିଛି ନିଆରା ଢଙ୍ଗରେ ହୋଲି ପାଳିଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ ।
ମଧ୍ୟପ୍ରଦେଶ ଉଜ୍ଜ୍ଜେନରେ ଶିବଙ୍କ ଭକ୍ତମାନେ ଶିବ-ପାର୍ବତୀ ବେଶ ଧାରଣ କରିଛନ୍ତି । ଆଉ ଧାର୍ମିକ ସଙ୍ଗୀତର ତାଳି ତାଳେ ନାଚିଗାଇ ଝୁମିଉଠିଛନ୍ତି । ଆଉ ପୂର୍ବ ଶତ୍ରୁତାକୁ ଭୁଲିଯାଇ ଭାଇଚାରର ପର୍ବକୁ ପାରମ୍ପରିକ ରୀତିନୀତିରେ ପାଳିଛନ୍ତି ରଙ୍ଗର ଉତ୍ସବ । ଶହଶହ ଶ୍ରଦ୍ଧାଳୁ ଏକାଠି ହୋଇି ସାମୂହିକ ଭାବେ ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ।
ତେବେ ଚଳିତବର୍ଷ କୋରୋନା ଭାଇରସ ଭୟରେ କିଛି ସ୍ଥାନରେ ଫିକା ପଡିଛି ହୋଲିର ରଙ୍ଗ । ଅନେକ ସଂକ୍ରମଣ ଭୟରେ ସାମୂହିକ ହୋଲି ଖେଳଠାରୁ ଦୂରେଇ ରହିଥିବାବେଳେ ଅନେକ ଘରେ ରହି ପରିବାର ସହ ହୋଲି ଉତ୍ସବ ପାଳୁଥିବା ଦେଖାଯାଇଛି ।