ଅମରାବତୀ: ଦକ୍ଷିଣ ଭାରତର ପ୍ରସିଦ୍ଧ ତିରୁମାଳାର ବାଲାଜୀ ମନ୍ଦିରକୁ ପ୍ରାୟ 2 କୋଟି ଟଙ୍କାର ସୁନା ଅଳଙ୍କାର ଦାନ କଲେ ଜଣେ ଭକ୍ତ । ପଡୋଶୀ ରାଜ୍ୟ ତାମିଲନାଡୁର ଜଣେ ଭକ୍ତ ଏହି ଦାନ କରିଥିବା ଜଣାପଡିଛି । ଭକ୍ତ ଜଣଙ୍କ ଭଗବାନ ବାଲାଜୀଙ୍କ ପାଇଁ ଦୁଇଟି ସୁନାର ‘ଶଙ୍ଖ’ ଓ ‘ଚକ୍ର’ ଦାନ କରିଛନ୍ତି ।
ତିରୁପତି ମନ୍ଦିରକୁ ଦୁଇ କୋଟି ଟଙ୍କାର ଶଙ୍ଖ ଓ ଚକ୍ର ଦାନ - Tirupati temple
ଦକ୍ଷିଣ ଭାରତର ପ୍ରସିଦ୍ଧ ତିରୁମାଳାର ବାଲାଜୀ ମନ୍ଦିରକୁ ପ୍ରାୟ 2 କୋଟି ଟଙ୍କାର ସୁନା ଅଳଂକାର ଦାନ କଲେ ଜଣେ ଭକ୍ତ । ଅଧିକ ପଢନ୍ତୁ....
ତିରୁପତି ମନ୍ଦିରକୁ ଦୁଇ କୋଟି ଟଙ୍କାର ଶଙ୍ଖ ଓ ଚକ୍ର ଦାନ କଲେ ଭକ୍ତ
ଏହି ଦାନ ମନ୍ଦିର ଟ୍ରଷ୍ଟ ଅଳଂକର ତିରୁପତି ତିରୁମାଳା ଦେବସ୍ଥାନମ (ଟିଟିଡି) ପକ୍ଷକୁ ଗ୍ରହଣ କରାଯାଇଛି । ଏହି ଦୁଇ ଅଂଳକାରର ଦାମ ପ୍ରାୟ 2 କୋଟି ଟଙ୍କା ହେବ ବୋଲି ଜଣାପଡିଛି । ତିରୁପତିର ବାଲାଜୀ ମନ୍ଦିରରେ ଭକ୍ତ ମାନେ ନିଜ ନିଜ ମାନସିକ ଅନୁସାରେ ଦାନ କରିବାର ପରମ୍ପରା ରହିଛି । ତେବେ ଦକ୍ଷିଣ ଭାରତର ଏହି ପ୍ରମୁଖ ବିଷ୍ଣୁ ପୀଠ ଭାରତର ଧନୀ ମନ୍ଦିର ମାନଙ୍କ ମଧ୍ୟରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ