ଭୋପାଳ:'ଇଣ୍ଡିଆ' ଓ 'ଭାରତ' ନାଁକୁ ନେଇ ବିବାଦ ଜାରି ରହିଥିବା ବେଳେ ମଧ୍ୟପ୍ରଦେଶ ଇନ୍ଦୋର ସ୍ଥିତ ଦେବୀ ଅହଲ୍ୟା ୟୁନିଭର୍ସିଟିର ବଡ଼ ନିଷ୍ପତ୍ତି । ଏଣିକି ବିଶ୍ବବିଦ୍ୟାଳୟର ଦସ୍ତାବିଜରେ ଇଣ୍ଡିଆ ବଦଳରେ ବ୍ୟବହାର ହେବ ଭାରତ । ଅଫିସିଆଲ ଡକ୍ୟୁମେଣ୍ଟ ଓ କୌଣସି ଯୋଗାଯୋଗ କରିବା ଲାଗି ଇଣ୍ଡିଆ ବଦଳରେ 'ଭାରତ' ଲେଖାଯିବ । ଗତକାଲି (ଗୁରୁବାର) ବିଶ୍ବବିଦ୍ୟାଳୟ କାର୍ଯ୍ୟକାରୀ କାଉନସିଲ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
'ଭାରତ' ନାମକୁ ଉଭୟ ମୌଖିକ ଓ ଲିଖିତ ଯୋଗାଯୋଗ ଲାଗି ବ୍ୟବହାର କରାଯିବ । ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବିନା ଦ୍ବିଧାରେ ଏହି ପ୍ରସ୍ତାବକୁ ଗ୍ରହଣ କରିଥିବା ଜଣାପଡ଼ିଛି । ଏନେଇ ଦେବୀ ଅହଲ୍ୟା ବିଶ୍ବବିଦ୍ୟାଳୟର କୂଳପତି ରେଣୁ ଜୈନ କହିଛନ୍ତି, "ପୂର୍ବରୁ ଆମେ 'ଭାରତ' ନାମକୁ ବ୍ୟବହାର କରିବା ଲାଗି ତର୍ଜମା କରୁଥିଲୁ । ଆଜି ଆଲୋଚନା ସମୟରେ ସମସ୍ତ ସଦସ୍ୟ ଏହାକୁ ସ୍ବୀକାର କରିଛନ୍ତି । ଏହାସହିତ ହିନ୍ଦୀ ଭାଷାକୁ ପ୍ରାଥମିକତା ଦେବା ଉପରେ ମଧ୍ୟ ସମ୍ମତି ପ୍ରକାଶ କରିଛନ୍ତି । ଭାରତ ନାମ ଦେଶର ପାରମ୍ପରିକ ନାମକୁ କେବଳ ପ୍ରୋତ୍ସାହିତ କରିବ ନାହିଁ, ବରଂ ଦେଶର ସୁସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ଦୃଢୀଭୂତ କରିବ ।"
ଏହା ବି ପଢନ୍ତୁ- Bharat vs India Row: ବଦଳିଲା ପ୍ରଧାନମନ୍ତ୍ରୀଙ୍କ ନେମ୍ ପ୍ଲେଟ, ଇଣ୍ଡିଆ ନୁହେଁ ଲେଖାହେଲା ଭାରତ
କୁଳପତି ରେଣୁ ଜୈନ ଆହୁରି କହିଛନ୍ତି ଯେ ଭାରତ ନାମଟି ଦେଶର ସଂସ୍କୃତିର ପ୍ରତୀକ । ଦେଶରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ଲାଗି ହିନ୍ଦୀ ଭାଷାର ବ୍ୟବହାର ହେବ । ଏହାସହିତ ବିଶ୍ବବିଦ୍ୟାଳୟର ଅଧୀନରେ ଥିବା ଅନ୍ୟ ମହାବିଦ୍ୟାଳୟରେ ମଧ୍ୟ ଯୋଗାଯୋଗ ଲାଗି ହିନ୍ଦୀ ଭାଷାର ବ୍ୟବହାର କରାଯିବ । ଯେଉଁଠି ଆବଶ୍ୟକ ସେଠାରେ ଇଂରାଜୀ ଭାଷାର ମଧ୍ୟ ବ୍ୟବହାର କରାଯିବ । ବିଶ୍ବବିଦ୍ୟାଳୟରେ ସମସ୍ତ ଅଧିକାରୀଙ୍କ ନେମପ୍ଲେଟକୁ ମଧ୍ୟ ପରିବର୍ତ୍ତନ କରାଯିବ । ଯେତେବେଳେ ଭାରତ ନାମକୁ ଦେଶ ବଡ଼ ବଡ଼ ଇଭେଣ୍ଟ ଲାଗି ବ୍ୟବହାର କରିଛି, ତେବେ ବିଶ୍ବବିଦ୍ୟାଳୟ କାହିଁକି କରିପାରିବ ନାହିଁ ।