ମୁମ୍ବାଇ:ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ନଓ୍ବାବ ମଲିକଙ୍କୁ ଲିଗାଲ ନୋଟିସ ପଠାଇଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ । ବାରମ୍ବାର ତାଙ୍କ ସ୍ବାମୀ ଓ ପରିବାର ନାଁରେ ଆପତ୍ତିଜନକ ମନ୍ତବ୍ୟ ଦେଇ ତାଙ୍କ ପରିବାରର ଭାବମୂର୍ତ୍ତି ବିଗାଡିବା ଅଭିଯୋଗ କରି ନୋଟିସ ଜାରି କରିଛନ୍ତି ଦେବନ୍ଦ୍ରଙ୍କ ପତ୍ନୀ ଅମୃତା ଫଡନାଭିସ । ସେହିପରି 48 ଘଣ୍ଟା ମଧ୍ୟରେ ସ୍ବାମୀ ଫଡନାଭିସଙ୍କୁ ନେଇ ନଓ୍ବାବ କରିଥିବା ବିବାଦୀୟ ଟ୍ବିଟ ଡିଲିଟ କରିବା ସହ ନିସର୍ତ୍ତ କ୍ଷମା ପ୍ରର୍ଥନା କରନ୍ତୁ । ଯଦି ନଓ୍ବାବ ଏପରି ନକରନ୍ତି ତେବେ ସେ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ଚେତବନୀ ଦେଇଛନ୍ତି ଅମୃତା ।
ତେବେ ଏହା ପୂର୍ବରୁ ନଓ୍ବାବଙ୍କ ଜ୍ବାଇଁ ମଧ୍ୟ ଅନୁରୂପ ଭାବେ ଦେବେନ୍ଦ୍ର ଫଡନାସିଭଙ୍କୁ ଲିଗାଲ ନୋଟିସ ପଠାଇଥିଲେ । ଏହା ସହ ଦେବେନ୍ଦ୍ରଙ୍କ ମନ୍ତବ୍ୟ ପାଇଁ ସେ ୫ କୋଟି ଟଙ୍କାର ମାନହାନୀ ମକଦ୍ଦମା ମଧ୍ୟ କରିଛନ୍ତି । ବାରମ୍ବାର ଗଣମାଧ୍ୟମରେ ଫଡନାଭିସଙ୍କ ବିବାଦୀୟ ଓ ଆପତ୍ତିଜନକ ମନ୍ତବ୍ୟ କାରଣରୁ ତାଙ୍କ ପରିବାରକୁ ମାନସିକ ନିର୍ଯାତନା, ଯନ୍ତ୍ରଣା, ଆର୍ଥିକ କ୍ଷତି ଏବଂ ଆଘାତ' ପହଞ୍ଚିିଥିବା ଅଭିଯୋଗ କରିଛନ୍ତି ନଓ୍ବାବଙ୍କ ଜ୍ବାଇଁ ସମୀର ଖାନ । ଚଳିତବର୍ଷ ପ୍ରାରମ୍ଭରେ ସମୀର ଡ୍ରଗ୍ସ ମାମଲାରେ ଗିରଫ ହୋଇ ଜେଲରେ ଥିବାବେଳେ ବର୍ତ୍ତମାନ ଜାମିନରେ ଆସିଛନ୍ତି ।