ମୁମ୍ବାଇ: ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି ସରକାରର ପତନ ଘଟିଛି । ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକ୍ରେଙ୍କ ଇସ୍ତଫା ପରେ ଆଜି ଏହି ପଦ ପାଇଁ ଶପଥ ନେଇ ପାରନ୍ତି ଦେବେନ୍ଦ୍ର ଫଡନାଭିସ୍ । ୧୭୦ ବିଧାୟକଙ୍କ ସମର୍ଥନ ଥିବା ନେଇ ଜୋର୍ ଦେଇ କହିଛନ୍ତି ବିଜେପି ନେତାଏ ।
Maharashtra Political Crisis: ସନ୍ଧ୍ୟା ୭ଟାରେ ଶପଥ ନେବେ ଦେବେନ୍ଦ୍ର ଫଡନାଭିସ୍ ଓ ଏକନାଥ ସିନ୍ଦେ - ଆଜି ଶପଥ ନେଇ ପାରନ୍ତି ଦେବେନ୍ଦ୍ର ଫଡନାଭିସ୍
ଗୁରୁବାର ଦେବେନ୍ଦ୍ର ଫଡନାଭିସ୍ ତୃତୀୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ । ତାଙ୍କ ସହ ଏକନାଥ ସିନ୍ଦେ ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ନେଇ ସୂତ୍ରରୁ ପ୍ରକାଶ ପାଇଛି । ଅଧିକ ପଢନ୍ତୁ
ତେବେ ଆଜି(ଗୁରୁବାର) ସନ୍ଧ୍ୟା ୭ଟାରେ ଦେବେନ୍ଦ୍ର ଫଡନାଭିସ୍ ତୃତୀୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ । ତାଙ୍କ ସହ ଏକନାଥ ସିନ୍ଦେ ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ନେଇ ସୂତ୍ରରୁ ପ୍ରକାଶ ପାଇଛି । ତେବେ ଏହାକୁ ନେଇ ଏକନାଥ ସିନ୍ଦେ କିମ୍ବା ଦେବେନ୍ଦ୍ର ଫଡନାଭିସ୍ଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବରେ କିଛି ଘୋଷଣା କରାଯାଇନାହିଁ ।
ସେପଟେ ମୁମ୍ବାଇ ପହଞ୍ଚିବା ପରେ ଦେବେନ୍ଦ୍ର ଫଡ଼ନାଭିସ୍ଙ୍କୁ ଭେଟିଛନ୍ତି ଏକନାଥ ସିନ୍ଦେ । ଏହାପରେ ଉଭୟ ରାଜ୍ୟପାଳଙ୍କୁ ଭେଟିବାକୁ ରାଜଭବନ ଅଭିମୁଖେ ବାହାରିଛନ୍ତି । ଏହାପରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବରେ ଦେବେନ୍ଦ୍ର ଫଡ଼ନାଭିସ୍ ଓ ଏକନାଥ ସିନ୍ଦେ ଶପଥ ନେବେ ବୋଲି ସୂଚନା ରହିଛି । ବାକି ମନ୍ତ୍ରୀ ଜୁଲାଇ ୧ ତାରିଖ ବା ଆସନ୍ତାକାଲି ଶପଥ ନେଇପାରନ୍ତି ।
TAGGED:
ଶପଥ ନେବେ ଏକନାଥ ସିନ୍ଦେ