ଓଡିଶା

odisha

ଫଡନାଭିସଙ୍କ ଅଭିଯୋଗ, ମୁମ୍ବାଇ ବିସ୍ଫୋରଣ ଦୋଷୀଙ୍କ ଠାରୁ ଜମି କିଣିଛନ୍ତି ନୱାବ

By

Published : Nov 9, 2021, 5:36 PM IST

Updated : Nov 9, 2021, 5:50 PM IST

ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲିକଙ୍କୁ ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ଟାର୍ଗେଟ । କହିଲେ ଅଣ୍ଡରଓ୍ବାର୍ଲ୍ଡ ସହ ରହିଛି ସମ୍ପର୍କ । ମୁମ୍ବାଇ ବିସ୍ପୋରଣ ଅଭିଯୁକ୍ତଙ୍କ ଠାରୁ ଶସ୍ତାରେ କିଣିଛନ୍ତି ଜମି । ଅଧିକ ପଢନ୍ତୁ...

ଦେବନ୍ଦ୍ରଙ୍କ ଅଭିଯୋଗ, ଇଣ୍ଡରଓ୍ବାର୍ଲ୍ଡ ସହ ରହିଛି ନଓ୍ବାବଙ୍କ ସମ୍ପର୍କ
ଦେବନ୍ଦ୍ରଙ୍କ ଅଭିଯୋଗ, ଇଣ୍ଡରଓ୍ବାର୍ଲ୍ଡ ସହ ରହିଛି ନଓ୍ବାବଙ୍କ ସମ୍ପର୍କ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ଆଜି (ମଙ୍ଗଳବାର) ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲିକଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ମନ୍ତ୍ରୀ ନଓ୍ବାବ ମଲିକଙ୍କ ପରିବାର ମୁମ୍ବାଇରେ ବୋମା ବିସ୍ଫୋରଣ ଘଟଣାର ଦୋଷୀଙ୍କ ନିକଟରୁ ଜମି କିଣିଛନ୍ତି। ମୁମ୍ବାଇର ଅପରାଧୀମାନେ ନଓ୍ବାବଙ୍କୁ ସହରର LBS ରୋଡରେ ୩ ଏକର ଜମି ମାତ୍ର 20 ଲକ୍ଷ ଟଙ୍କାରେ ବିକିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଫଡନାଭିସ ।

ଫଡନାଭିସ୍ ଆହୁରି ମଧ୍ୟ କହିଛନ୍ତି, ମହାରାଷ୍ଟ୍ରର ୪ ରାଜନୈତିକ ଦଳର ଅଣ୍ଡରୱାର୍ଲ୍ଡ ସହ ଲିଙ୍କ ରହିଛି । ଏହି ସମ୍ପର୍କିତ ପ୍ରମାଣ ମଧ୍ୟ ତାଙ୍କ ପାଖରେ ରହିଛି । ସେ ଏହି ପ୍ରମାଣକୁ ପ୍ରାଧିକୃତ ଅନୁସନ୍ଧାନକାରୀ ସଂସ୍ଥାକୁ ଯୋଗାଇଦେବେ ବୋଲି କହିଛନ୍ତି ଫଡନାସିଭ । ଏହି ସବୁ ପ୍ରମାଣ ସେ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ମଧ୍ୟ ଦେବେ ଯାହା ଫଳରେ ସେ ତାଙ୍କ ମନ୍ତ୍ରୀମାନଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଜାଣିପାରିବେ ବୋଲି ଫଡନାସିଭ କହିଛନ୍ତି।

ଦେବେନ୍ଦ୍ର ଫଡନାଭିସଙ୍କ ଏପରି ସାଙ୍ଘାତିକ ଅଭିଯୋଗ ପରେ କାଉଣ୍ଟର ଆଟାକ ମୋଡକୁ ଆସିଛନ୍ତି ମନ୍ତ୍ରୀ ତଥା ଏନସିପି ନେତା ନଓ୍ବାବ । ଅଣ୍ଡରୱାର୍ଲ୍ଡ ସହ ସମ୍ପର୍କ ଅଭିଯୋଗର ପ୍ରତିଉତ୍ତରରେ ନଓ୍ବାବ କହିଛନ୍ତି ଆସନ୍ତାକାଲି ସକାଳ 10 ଟାରେ ଏ ସମ୍ପର୍କରେ ସବିଶେଷ ତଥ୍ୟ ସାମ୍ନାକୁ ଆଣିବି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 9, 2021, 5:50 PM IST

ABOUT THE AUTHOR

...view details