ଓଡିଶା

odisha

ETV Bharat / bharat

ଚିକିତ୍ସା ବିଜ୍ଞାନରେ ସଫଳତା, କର୍କଟ ସୃଷ୍ଟି କରୁଥିବା ଜିନକୁ ଚିହ୍ନଟ କରିବ ପିଭଟ୍‌ - ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଆଉ ଏକ ସଫଳତା । ଏକ ବିଶେଷଜ୍ଞ ଟିମ ବୁଧବାର ଏକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଧାରିତ ଉପକରଣ 'ପିଭଟ୍' ବିକଶିତ କରିଛନ୍ତି । ଯାହାକି ଜଣେ ବ୍ୟକ୍ତିଙ୍କ ଠାରେ କର୍କଟ ରୋଗ ସୃଷ୍ଟି କରୁଥିବା ଜିନ୍ ବିଷୟରେ ଜାଣିପାରିବ । ଅଧିକ ପଢନ୍ତୁ

କର୍କଟ ସୃଷ୍ଟି କରୁଥିବା ଜିନ ଗୁଡିକର ପୂର୍ବାନୁମାନ କରିବ ପିଭଟ୍
କର୍କଟ ସୃଷ୍ଟି କରୁଥିବା ଜିନ ଗୁଡିକର ପୂର୍ବାନୁମାନ କରିବ ପିଭଟ୍

By

Published : Jul 8, 2022, 7:38 AM IST

ନୂଆଦିଲ୍ଲୀ: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଆଉ ଏକ ସଫଳତା । ନିକଟରେ କ୍ୟାନସର ପାଇଁ ଔଷଧ ମିଳିଥିବା ଖବର ଆସିବା ପରେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଏକ ବିଶେଷଜ୍ଞ ଟିମ ବୁଧବାର ଏକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଧାରିତ ଉପକରଣ 'ପିଭଟ୍' ବିକଶିତ କରିଛନ୍ତି। ଯାହାକି ଜଣେ ବ୍ୟକ୍ତିଙ୍କ ଠାରେ କର୍କଟ ରୋଗ ସୃଷ୍ଟି କରୁଥିବା ଜିନ୍ ବିଷୟରେ ଜାଣିପାରିବ ଓ ତାର କାରଣକୁ ଅନୁସନ୍ଧାନ କରିପାରିବ । ଏନେଇ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ମାଡ୍ରାସ (IIT-Madras) ତରଫରୁ କୁହାଯାଇଛି ।

ଏହା କର୍କଟ ରୋଗ ଚିକିତ୍ସା ପ୍ରଣାଳୀକୁ ବଦଳାଇବାରେ ସାହାଯ୍ୟ କରିବ । କର୍କଟ ସୃଷ୍ଟି କରୁଥିବା ଜିନଗୁଡିକର ପୂର୍ବାନୁମାନ ମଧ୍ୟ କରିବ । ଆଇଆଇଟି ନୁସନ୍ଧାନକାରୀଙ୍କ ଦ୍ବାରା ବିକଶିତ ହୋଇଥିବା ପିଭଟ୍ କର୍କଟ ରୋଗ ସମ୍ପର୍କରେ ଅଧିକରୁ ଅଧିକ ଜାଣିବା ପାଇଁ ପ୍ରସ୍ତୁତ କରାଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି । ମ୍ୟୁଟେସନ ଓ ପ୍ରଜାତିର ନମ୍ବର ର ସମ୍ପର୍କୀତ ସୂଚନା ଉପରେ ଏହି ଏହି ମଡେଲ ଆଧାରିତ ।

ABOUT THE AUTHOR

...view details