ଓଡିଶା

odisha

ETV Bharat / bharat

ଘାଟିରେ ଅଶାନ୍ତି ପରେ ବି କମୁନି ପର୍ଯ୍ୟଟକଙ୍କ ସଂଖ୍ୟା

ଆଶାନ୍ତ ହୋଇଛି ସୀମା । କାଶ୍ମୀର ଘାଟିରେ ଆତଙ୍କୀଙ୍କ ଟାର୍ଗେଟରେ କାଶ୍ମୀର ପଣ୍ଡିତ । ପ୍ରବାସୀ ଶ୍ରମିକଙ୍କଠୁ ନେଇ ସ୍ଥାନୀୟ ଲୋକ ଆତଙ୍କୀ ଗୁଳିରେ ପ୍ରାଣ ହରାଉଛନ୍ତି । ଗମ୍ଭୀର ସ୍ଥିତିରେ ବି ରେକର୍ଡ ସଂଖ୍ୟକ ପର୍ଯ୍ୟଟକ କାଶ୍ମୀର ମୁହାଁ ହୋଇଛନ୍ତି । ଅଧିକ ପଢନ୍ତୁ

କାଶ୍ମୀରରେ ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା
କାଶ୍ମୀରରେ ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା

By

Published : Jun 5, 2022, 1:47 PM IST

ଶ୍ରୀନଗର: ଆଶାନ୍ତ ହୋଇଛି ସୀମା । କାଶ୍ମୀର ଘାଟିରେ ଆତଙ୍କୀଙ୍କ ଟାର୍ଗେଟରେ କାଶ୍ମୀର ପଣ୍ଡିତ । ପ୍ରବାସୀ ଶ୍ରମିକଙ୍କଠୁ ନେଇ ସ୍ଥାନୀୟ ଲୋକ ଆତଙ୍କୀ ଗୁଳିରେ ପ୍ରାଣ ହରାଉଛନ୍ତି । ଗତ କିଛି ଦିନ ଭିତରେ ଘାଟିରେ 5ଜଣରୁ ଅଧିକ ନୀରିହ ଜୀବନ ହାରିଲେଣି । ସ୍ଥିତି ଏମିତି ହେଲାଣି ଯେ କାଶ୍ମୀର ଛାଡିଲେଣି କାଶ୍ମୀର ପଣ୍ଡିତ । ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଛି । ଗମ୍ଭୀର ସ୍ଥିତିରେ ବି ରେକର୍ଡ ସଂଖ୍ୟକ ପର୍ଯ୍ୟଟକ କାଶ୍ମୀର ମୁହାଁ ହୋଇଥିବା ରେକର୍ଡରୁ ଜଣାପଡିଛି ।

କାଶ୍ମୀରରେ ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା

ରେକର୍ଡ ଅନୁସାରେ ବର୍ତ୍ତମାନ ହୋଟେଲ, ହାଉସବୋର୍ଟ ଏବଂ ଅନ୍ୟ ଗେଷ୍ଟ ହାଉସରେ ସମସ୍ତ ବୁକିଂ କରାଯାଇଛି । ଚଳିତ ବର୍ଷ ଜାନୁଆରୀରୁ ମଇ ମାସ ମଧ୍ୟରେ ପାଖାପାଖି 7 ଲକ୍ଷ ପର୍ଯ୍ୟଟକ କାଶ୍ମୀର ବିଭିନ୍ନ ପର୍ଯ୍ୟଟନ ସ୍ଥାନ ଭ୍ରମଣ କରିଛନ୍ତି । ଯାହା ପୂର୍ବ ବର୍ଷ ଅପେକ୍ଷା ଅଧିକ । ଅଙ୍କ ଅନୁସାରେ ଜାନୁଆରୀରେ 61 ହଜାର ପର୍ଯ୍ୟଟକ ବିଭିନ୍ନ ସ୍ଥାନ ଭ୍ରମଣ କରିଥିଲେ । ଫେବୃଆରୀରେ ଏହି ସଂଖ୍ୟା ବଢି 100,000ରେ ପହଞ୍ଚିଥିଲା ।

କାଶ୍ମୀରରେ ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା

ମାର୍ଚ୍ଚରେ କାଶ୍ମୀର ଘାଟିରେ 180,009 ଏବଂ ଏପ୍ରିଲରେ 260.000 ପର୍ଯ୍ୟଟକ ଭ୍ରମଣରେ ଆସିଥିଲେ । 2021ରେ ଲକ୍ଷ ଲକ୍ଷ ଲୋକ କାଶ୍ମୀର ଭ୍ରମଣରେ ପହଞ୍ଚିଥିଲେ । ମାତ୍ର ଚଳିତ ବର୍ଷ ଗତ ବର୍ଷ ତୁଳନାରେ ରେକର୍ଡ ହୋଇଛି । ଇତିହାସରେ ପ୍ରଥମ ଥର ପାଇଁ ଶ୍ରୀନଗର ବିମାନବନ୍ଦରରେ 100 ବିମାନ ଚଳାଚଳ ହୋଇଛି । ଅତି କମରେ 5000 ପର୍ଯ୍ୟଟକ ଏଠାକୁ ଆସୁଛନ୍ତି । ସେହିପରି ହୋଟେଲଗୁଡିକରେ ଜୁନ୍ ସୁଦ୍ଧା 95% ଆଗୁଆ ବୁକିଂ କରାଯାଇଛି । ଶ୍ରୀନଗର ବିମାନବନ୍ଦର ଅଧିକାରୀ ଏକ ଟୁଇଟ୍‌ରେ ଲେଖିଛନ୍ତି ଯେ କାଶ୍ମୀର ଉପତ୍ୟକାରେ ପର୍ଯ୍ୟଟକଙ୍କ ଦ୍ରୁତ ସଂଖ୍ୟା ବୃଦ୍ଧି ହୋଇଛି ।

କାଶ୍ମୀରରେ ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା

ବିମାନବନ୍ଦରରେ ଦୈନିକ 16 ରୁ 18 ହଜାର ଯାତ୍ରୀ ପଞ୍ଜିକରଣ କରିଛନ୍ତି । ଯେଉଁମାନେ ରାଜ୍ୟ ବାହାରକୁ ଯାଉଛନ୍ତି ଏବଂ ରାଜ୍ୟ ବାହାରୁ ଶ୍ରୀନଗର ଆସିଛନ୍ତି । ପ୍ରକାଶ ଥାଉ କି, କାଶ୍ମୀରରେ ଦୁଇ ସପ୍ତାହରେ ଆତଙ୍କ ଖେଳାଇଛନ୍ତି ଆତଙ୍କବାତୀ । ଜଣେ TV ଅଭିନେତ୍ରୀ, ତହସିଲ ଅଫିସ କର୍ମଚାରୀ, ବ୍ୟାଙ୍କ ମ୍ୟାନେଜର ଓ ଦୁଇ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ।

ABOUT THE AUTHOR

...view details