ଓଡିଶା

odisha

By

Published : Mar 15, 2022, 9:33 PM IST

ETV Bharat / bharat

ଅପରେସନ ଗଙ୍ଗା: ଫେରିଛନ୍ତି ୨୨ ହଜାରରୁ ଊର୍ଦ୍ଧ୍ବ ଭାରତୀୟ, ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀଙ୍କ ଉତ୍ତର

ଅପରେସନ ଗଙ୍ଗା ସମ୍ପର୍କରେ ରାଜ୍ୟସଭାରେ ବିସ୍ତୃତ ବିବୃତ୍ତି ରଖିଲେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ୧୮ଦେଶରୁ ୧୪୮ ସମେତ ସ୍ବଦେଶ ଫେରିଛନ୍ତି ମୋଟ ୨୨ହଜାରରୁ ଉର୍ଦ୍ଧ୍ବ ଭାରତୀୟ । ଅଧିକ ପଢନ୍ତୁ

ଅପରେସନ ଗଙ୍ଗା ସମ୍ପର୍କରେ ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀଙ୍କ ଉତ୍ତର, ଉଦ୍ଧାର ହୋଇଛନ୍ତି ୨୨ ହଜାର ଭାରତୀୟ
ଅପରେସନ ଗଙ୍ଗା ସମ୍ପର୍କରେ ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀଙ୍କ ଉତ୍ତର, ଉଦ୍ଧାର ହୋଇଛନ୍ତି ୨୨ ହଜାର ଭାରତୀୟ

ନୂଆଦିଲ୍ଲୀ:ୟୁକ୍ରେନ ସଙ୍କଟ ମଧ୍ୟରେ ଭାରତୀୟଙ୍କୁ ଉଦ୍ଧାର ଲାଗି ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଅପରେସନ ଗଙ୍ଗା ଜରିଆରେ ସ୍ବଦେଶ ଫେରିଛନ୍ତି ମୋଟ 22,500 ନାଗରିକ । ଏନେଇ ଆଜି (ମଙ୍ଗଳବାର) ରାଜ୍ୟସଭାରେ ବିସ୍ତୃତ ବିବୃତ୍ତି ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ।

ଆଜି ରାଜ୍ୟସଭାରେ ମନ୍ତ୍ରୀ ରଖିଥିବା ବିବୃତ୍ତିରେ କହିଛନ୍ତି, ଉଦ୍ଧାର ହୋଇଥିବା ନାଗରିକଙ୍କ ମଧ୍ୟରେ ସେଠାରେ ଅଧ୍ୟୟନ କରିଥିବା ପ୍ରାୟ ୧୮ ହଜାର ଭାରତୀୟ ଛାତ୍ର ରହିଛନ୍ତି । ସେମାନ ସମେତ ଅନ୍ୟ କିଛି ଭାରତୀୟ ନାଗରିକଙ୍କୁ ମଧ୍ୟ ସ୍ବଦେଶ ଫେରାଇ ଅଣାଯାଇଛି ।

ଯୁଦ୍ଧ ଜାରି ରହିଥିବା ବେଳେ ଏହି ଅପରେସନ ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ସ୍ଥିତିରେ କରାଯାଇଥିଲା । ଏହାକୁ ସଫଳତାର ଶେଷ କରିବା ପାଇଁ ବିଦେଶ ମନ୍ତ୍ରଣାଳୟର ପ୍ରାୟ ୧୦୦ କର୍ମଚାରୀ ବିଭିନ୍ନ ମିଶନରେ ସାମିଲ ହୋଇଥିଲେ । ସଠିକ ସୂଚନା ଆଦାନପ୍ରଦାନ ଓ ଯୋଗାଯୋଗ ପାଇଁ ଏକ ଉଚ୍ଚମାନର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ମଧ୍ୟ ଖୋଲାଯାଇଥିଲା । ଏଥିରେ ପ୍ରାୟ 13,000 ରୁ ଅଧିକ କଲ ଏବଂ 9,000 ଇ-ମେଲ ଗ୍ରହଣ କରାଯାଇଥିଲା । ଏହି ଇନପୁଟ ସୂଚନା ଆଧାରରେ ଉଦ୍ଧାର ପ୍ରକ୍ରିୟା ସୁଗମ ହୋଇଥିଲା ।

ଅପରେସନ୍ ଗଙ୍ଗା ଅଧୀନରେ 20ଟି ବାୟୁସେନା ବିମାନ ସମେତ 90ଟି ଘରୋଇ ବିମାନ ନିୟୋଜିତ ହୋଇଥିଲେ । ଘରୋଇ ବିମାନ କମ୍ପାନୀ ମଧ୍ୟରେ ଏୟାର ଇଣ୍ଡିଆ ଏକ୍ସପ୍ରେସ, ଭିଷ୍ଟାରା, ଇଣ୍ଡଗୋ ଏବଂ ଅନ୍ୟମାନେ । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ଭାରତୀୟ ବାୟୁସେନାର ବୃହତ ପରିବହନ ବିମାନ ଗ୍ଲୋବମାଷ୍ଟର ସି -୧୭ ମଧ୍ୟ ବ୍ୟବହୃତ ହୋଇଥିଲା । ୟୁକ୍ରେନର ଆକାଶ ସୀମା ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ପଡୋଶୀ ୪ଦେଶର ସହାୟତାରେ ଭାରତକୁ ବିମାନ ଉଡାଣ ଜାରି ରହିଥିଲା ।

ଜୟଶଙ୍କର ଆହୁରି ମଧ୍ୟ କହିଛନ୍ତି, ପ୍ରକ୍ରିୟାକୁ ଆହୁରି ସହଜ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଏବଂ ସେ ନିଜେ ପୋଲାଣ୍ଡ, ସ୍ଲୋଭାକିଆ, ରୋମାନିଆ ଏବଂ ହଙ୍ଗେରୀର ପ୍ରତିପକ୍ଷଙ୍କ ସହ ନିୟମିତ ଯୋଗାଯୋଗରେ ରହିଥିଲେ । ସ୍ଥିତିର ସମୀକ୍ଷା ପାଇଁ ଚାରିଜଣ ବରିଷ୍ଠ କେନ୍ଦ୍ରମନ୍ତ୍ରୀଙ୍କୁ ୟୁକ୍ରେନର ପଡୋଶୀ ଦେଶକୁ ମଧ୍ୟ ପଠାଯାଇଥିଲା । କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ରୋମାନିଆ ଏବଂ ମଲଡୋଭା, କିରଣ ରିଜିଜୁଙ୍କୁ ସ୍ଲୋଭାକିଆ, ହାର୍ଦ୍ଦିକ ସିଂ ପୁରୀ ହଙ୍ଗେରୀ ଏବଂ ମନ୍ତ୍ରୀ ଜେନରାଲ କେଭି ସିଂଙ୍କୁ ପୋଲାଣ୍ଡକୁ ପଠାଇଥିଲେ ଭାରତ ସରକାର ।

ମନ୍ତ୍ରୀ ଏହା ମଧ୍ୟ ଗୃହକୁ ସୂଚନା ଦେଇଛନ୍ତି ଯେ ବାଂଲାଦେଶ ଏବଂ ନେପାଳ ପରି ପଡୋଶୀ ଦେଶ ସମେତ ମୋଟ ୧୮ ଦେଶରୁ 147 ବିଦେଶୀ ନାଗରିକଙ୍କୁ ନିଜ ଦେଶକୁ ସୁରକ୍ଷିତ ଭାବେ ପ୍ରତ୍ୟାବର୍ତ୍ତନ କରିଥିବା ଏହି ଅପରେସନର ବଡ ଭୂମିକା ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details