ଓଡିଶା

odisha

ETV Bharat / bharat

ବଙ୍ଗରେ ବିଜେପିର ପରାଜୟକୁ ପ୍ରତିକ୍ରିୟା ରଖିଲେ ସୁବାଷ ବୋଷଙ୍କ ବଂଶଧର - ଚନ୍ଦ୍ର କୁମାର ବୋଷ

ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିର ପରାଜୟ ଉପରେ ପ୍ରତିକ୍ରିୟା ରଖିଲେ ସୁବାଷ ବୋଷଙ୍କ ବଂଶଧର । ଅଧିକ ପଢନ୍ତୁ..

ବଙ୍ଗ ନିର୍ବାଚନ ଫଳାଫଳ: ବିଜେପି ହାର ଉପରେ ସୁବାଷ ବୋଷଙ୍କ ବଂଶଧରଙ୍କ ପ୍ରତିକ୍ରିୟା
ବଙ୍ଗ ନିର୍ବାଚନ ଫଳାଫଳ: ବିଜେପି ହାର ଉପରେ ସୁବାଷ ବୋଷଙ୍କ ବଂଶଧରଙ୍କ ପ୍ରତିକ୍ରିୟା

By

Published : May 3, 2021, 12:45 PM IST

କୋଲକାତା:ପଶ୍ଚିମବଙ୍ଗ ନିର୍ବାଚନ ଉପରେ ରହିଥିଲା ସାରା ଦେଶର ନଜର । ବହୁ ବିବାଦ ମଧ୍ୟରେ ଶେଷ ହୋଇଛି ନିର୍ବାଚନ । ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶାସନ କ୍ଷମତା ହାତେଇଛନ୍ତି ମମତା । ତେବେ ବଙ୍ଗରେ ବିଜେପିର ପରାଜୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାଧୀନତା ସଂଗ୍ରାମୀ ସୁବାଷ ବୋଷଙ୍କ ବଡ ଭାଇ ଶରତ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର କୁମାର ବୋଷ । ବିଜେପି ନିଜ ପ୍ରତିଦ୍ବନ୍ଦ୍ବୀ ତଥା ମମତାଙ୍କୁ ଦୁର୍ବଳ ଭାବିବାରୁ ପଶ୍ଚିମବଙ୍ଗରେ ସରକାର ଗଠନ କରିବାରେ ବିଫଳ ହୋଇଛି ବୋଲି ସେ କହିଛନ୍ତି ।

ନିର୍ବାଚନ ପ୍ରଚାର ସମୟରେ ବିଜେପିକୁ ନିଜର ବିଚାରାଧାରା ଦ୍ବାରା ପ୍ରଭାବିତ କରିବାର ଉଦ୍ୟମ ସଠିକ ନଥିଲା ବୋଲି ସେ କହିଛନ୍ତି । ଗତ 2016 ମସିହା ଜାନୁଆରୀ ମାସରେ ଚନ୍ଦ୍ର ଭାଜପାରେ ଯୋଗେ ଦେଇଥିଲେ । ତେବେ ଗତ ନିର୍ବାଚନ ଅପେକ୍ଷା 2021 ନିର୍ବାଚନ ଦଳ ପାଇଁ ସଫଳତା ଆଣିଛି । କାରଣ 2016 ମସିହାରେ ଦଳ କେବଳ 3ଟି ଆସନରେ ବିଜୟୀ ହୋଇଥିବା ବେଳେ ଚଳିତ ନିର୍ବାଚନରେ 77ଟି ଆସନକୁ ହାତେଇଛି । କିନ୍ତୁ 148 ମ୍ୟାଜିକ ନମ୍ବରକୁ ଛୁଇଁବାରେ ଦଳ ବିଫଳ ହୋଇଛି ।

ଅନ୍ୟପଟେ କୋଲକାତାରେ ବିଜେପି ଶାସନ କରିବାକୁ ହେଲେ ସବୁ ଧର୍ମର ଭୋଟରଙ୍କ ଆବଶ୍ୟକତା ରହିଛି । କେବଳ ହିନ୍ଦୁ ଧର୍ମର ଭୋଟରଙ୍କ ଭୋଟରେ ବଙ୍ଗରେ ଶାସନ କରିବା ସମ୍ଭବ ନୁହେଁ । ସବୁ ଧର୍ମାବଲମ୍ବୀ ଲୋକଙ୍କ ନିକଟରେ ସମାନ ଭାବରେ ପହଞ୍ଚିବା ଆବଶ୍ୟକ ରହିଛି । ଏହି ରଣନୀତି ନ ଆପଣାଇବାରୁ ରାଜ୍ୟର ମହତ୍ତ୍ବପୂର୍ଣ୍ଣ ଭୋଟ ବ୍ୟାଙ୍କରୁ ଭୋଟ ହାତେଇବାରେ ବିଫଳ ହୋଇଛି ଭାଜପା । ଭାଜପା ସମାନ ରାଜନୀତି କରିଥିଲେ ରାଜ୍ୟର 10 କୋଟି ଲୋକଙ୍କ ନିକଟରେ ପହଞ୍ଚିପାରିଥାନ୍ତା । ହିନ୍ଦୁ, ମୁସଲିମ, ଶିଖ ଓ ଅନ୍ୟ ଧର୍ମାବଲମ୍ବୀ ଭୋଟରଙ୍କ ନିକଟରେ ପହଞ୍ଚିବା ପରେ ମମତାଙ୍କୁ ହରାଇବା ସହଜ ହୋଇଥାନ୍ତା ବୋଲି ସେ ଅନୁଭବ କରିଥିବା କହିଛନ୍ତି ।

ମମତା ଜନତାଙ୍କର ନେତ୍ରୀ ସହିତ ଖ୍ୟାତି ସମ୍ପନ୍ନ ନେତ୍ରୀ । ତେଣୁ ତାଙ୍କୁ ଦୁର୍ବଳ ଭାବିବା ଦ୍ବାରା ବିଜେପି ପରାଜିତ ହୋଇଛି ବୋଲି ସେ କହିଛନ୍ତି । ସ୍ଥାନୀୟ ନେତାଙ୍କ ଉପରେ ଦଳକୁ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଥିଲା ବୋଲି ମତବ୍ୟକ୍ତ କରିଛନ୍ତି । ପଶ୍ଚିମବଙ୍ଗ ମଧ୍ୟପ୍ରଦେଶ କି ଉତ୍ତରପ୍ରଦେଶ ନୁହେଁ, ଏଠାରେ ଭାଜପା ସମ୍ମୁଖରେ ଜଣେ ଟାଣୁଆ ନେତ୍ରୀ ରହିଛନ୍ତି । ଏ ସମ୍ପର୍କରେ ସେ କେନ୍ଦ୍ର ସରକାରଙ୍କୁ ସଜାଗ କରିଥିଲେ ମଧ୍ୟ ନିଜ ବିଚାରଧାରାରେ ଅଟଳ ରହି ଆଜି ଭାଜପା ପରାଜୟ ଭୋଗିଛି ବୋଲି ସେ କହିଛନ୍ତି ।

@IANS

ABOUT THE AUTHOR

...view details