ଓଡିଶା

odisha

ETV Bharat / bharat

Pakistan Crisis: ଇମ୍ରାନଙ୍କୁ ବଡ ଝଟକା ! ଅନାସ୍ଥା ଖାରଜ ନିଷ୍ପତ୍ତି ଅସାମ୍ବିଧାନିକ କହିଲେ ପାକ ପ୍ରଧାନ ବିଚାରପତି - ପାକିସ୍ତାନ ଅନାସ୍ଥା ଖାରଜ ପ୍ରସଙ୍ଗରେ

ଇମ୍ରାନ ଖାନକୁ ସୁପ୍ରିମକୋର୍ଟଙ୍କ ଝଟକା । ପ୍ରଧାନମନ୍ତ୍ରୀଙ୍କ ବିରୋଧ ଆସିଥିବା ଅନାସ୍ଥା ଖାରଜ ନିଷ୍ପତ୍ତିକୁ ଅସାମ୍ବିଧାନିକ ଦର୍ଶଇଲେ ପ୍ରଧାନ ବିଚାରପତି । ତେବେ ଏନେଇ ପାକିସ୍ତାନ ମିଡିଆରେ ଖବର ପ୍ରକାଶ ପାଇଛି । ସନ୍ଧ୍ୟାର ଆସିପାରେ ଚୂଡାନ୍ତ ରାୟ । ଅଧିକ ପଢନ୍ତୁ

Pakistan crisis: ଉପବାଚସ୍ପତିଙ୍କ ଅନାସ୍ଥା ଖାରଜ ନିଷ୍ପତ୍ତି ଅସାମ୍ବିଧାନିକ କହିଲେ ପାକ ପ୍ରଧାନ ବିଚାରପତି
Pakistan crisis: ଉପବାଚସ୍ପତିଙ୍କ ଅନାସ୍ଥା ଖାରଜ ନିଷ୍ପତ୍ତି ଅସାମ୍ବିଧାନିକ କହିଲେ ପାକ ପ୍ରଧାନ ବିଚାରପତି

By

Published : Apr 7, 2022, 5:33 PM IST

ଇସଲାମାବାଦ:ପାକିସ୍ତାନରେ ଜାରି ରହିଥିବା ରାଜନୈତିକ ସଙ୍କଟ ଏବେ ପୁଣି ରୋଚକ ମୋଡରେ ପହଞ୍ଚିଛି । ରାଷ୍ଟ୍ରପତିଙ୍କୁ ସଂସଦ ଭଙ୍ଗ ସୁପାରିଶ କରି ଏବଂ ସେଥିରେ ସଫଳ ହୋଇଥିଲେ ଇମ୍ରାନ ଖାନ । ତେବେ ନିଜ ସମ୍ମାନ ବଞ୍ଚାଇବାରେ କଳେବଳେ କୌଶଳେ ସଫଳତା ପାଇଥିବା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡୁଆ ପୁଣି ଥରେ ବଢିବାକୁ ଯାଉଛି । ଉପବାଚସ୍ପତିଙ୍କ ଅନାସ୍ଥା ଖାରଜ ନିଷ୍ପତ୍ତିକୁ ଅସାମ୍ବିଧାନିକ ଦର୍ଶାଇଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି । ତେବେ ଏନେଇ ପାକିସ୍ତାନ ମିଡିଆରେ ଖବର ପ୍ରକାଶ ପାଇଛି । ଏପଟେ ଚୂଡାନ୍ତ ରାୟ ଆସିବା ପୂର୍ବରୁ ସୁପ୍ରିମକୋର୍ଟ ପରିସରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ହୋଇଛି ।

ପାକିସ୍ତାନ ସର୍ବୋଚ୍ଚ ନ୍ୟାୟାଳୟରେ ଉପବାଚସ୍ପତିଙ୍କ ଦ୍ବାରା ଏହି ଅନାସ୍ଥା ଖାରଜ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କରାଯାଇଥିବା ଆବେଦନର ଶୁଣାଣି କରି ଆଜି ପ୍ରଧାନମନ୍ତ୍ରୀ ବିଚାରପତି ଉମର ଅଟ୍ଟା ବନ୍ଦିଆଲ ଉପବାଚସ୍ପତି ଓ୍ବାସିମ ଖାନ ସୁରୀଙ୍କ ଅନାସ୍ଥା ଖାରଜ ନିଷ୍ପତ୍ତିକୁ ଅସାମ୍ବିଧାନିକ ବୋଲି ଦର୍ଶାଇଛନ୍ତି । ସନ୍ଧ୍ୟା 7.30 ଟାରେ ଚୂଡାନ୍ତ ରାୟ ପ୍ରକାଶ ପାଇବା ନେଇ ଆଶା କରାଯାଉଛି ।

ପ୍ରଧାନ ବିଚାରପତି ବନ୍ଦିଆଲଙ୍କ ନେତୃତ୍ବରେ ଗଠିତ 5 ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଜାରି ରଖିଛନ୍ତି । ଏକାଧିକ ଥର ସ୍ଥଗିତ ରହିବା ପରେ ଆଜି ସନ୍ଧ୍ୟାରେ ଏହି ବହୁଚର୍ଚ୍ଚିତ ସଙ୍କଟ କିଛି ନିର୍ଣ୍ଣାୟକ ମୋଡରେ ପହଞ୍ଚିପାରେ ବୋଲି ଅନୁମାନ କରାଯାଉଛି । ଚୂଡାନ୍ତ ରାୟ ପୂର୍ବରୁ ଉପବାଚସ୍ପତିଙ୍କ ଦ୍ବାରା ଅନାସ୍ଥା ଖାରଜ ନିଷ୍ପତ୍ତିକୁ କୋର୍ଟ ଅସାମ୍ବଧାନିକ କହିବା ପରେ ଚୂଡାନ୍ତ ରାୟ ମଧ୍ୟ ଅନୁରୂପ ଭାବେ ଇମ୍ରାନଙ୍କ ବିରୋଧରେ ଆସିବା ନେଇ ଅନୁମାନ କରାଯାଉଛି ।

ପାକିସ୍ତାନ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ଆଇନଜୀବୀ କୋର୍ଟଙ୍କୁ ଏହା ମଧ୍ୟ ବାରମ୍ବାର କହିଆସୁଛନ୍ତି, ଯେ ବିଦେଶୀ ଷଡଯନ୍ତ୍ର ଓ ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ସଂସଦ ଭଙ୍ଗ ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିଶ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହା କ୍ଷମତାଭୂକ୍ତ ମଧ୍ୟ । ଯଦି ପ୍ରଧାନମନ୍ତ୍ରୀଙ୍କ ସୁପାରିଶ ଉପରେ 48 ଘଣ୍ଟା ମଧ୍ୟରେ ରାଷ୍ଟ୍ରପତିଙ୍କ ପକ୍ଷରୁ କୌଣସି ନିର୍ଣ୍ଣୟ ନଆସେ ତେବେ ସଂସଦ ମଧ୍ୟ ସ୍ବତପ୍ରତଃ ଭାବେ ଅଚଳ ହୋଇଯିବାର ବ୍ୟବସ୍ଥା ରହିଛି । ଅନ୍ୟପଟେ ଆଗତ ଅନାସ୍ଥା ପ୍ରସ୍ତାବରେ ଭୋଟିଂ ଜଣେ ନର୍ବାଚିତ ଜନ ପ୍ରତିନିଧିଙ୍କ ବାଧ୍ୟତାମୂଳକ ଅଧିକାର ମଧ୍ୟ ନୁହେଁ ବୋଲି ମଧ୍ୟ ସରକାରୀ ପକ୍ଷ ଯୁକ୍ତିରେ ଦର୍ଶାଇଛି ।

କିନ୍ତୁ ସମସ୍ତ ଯୁକ୍ତି ସତ୍ତ୍ବେ ମଧ୍ୟ ଉପବାଚସ୍ପତିଙ୍କ ଭୋଟିଂ ପୂର୍ବରୁ ଅନାସ୍ଥା ପ୍ରସ୍ତାବକୁ ଖାରଜ କରିବା ନିଷ୍ପତ୍ତିକୁ ନିରାଧାର ତଥା ଅସାମ୍ବିଧାନିକ ଦର୍ଶାଇଛନ୍ତି ପାକିସ୍ତାନ ପ୍ରଧାନ ବିଚାରପତିଙ୍କ ନେତୃତ୍ବଧୀନ ଖଣ୍ଡପୀଠ । ଆଜି ଏହି ମାମଲର ଚୂଡାନ୍ତ ରାୟ ସନ୍ଧ୍ୟାରେ ପ୍ରକାଶ କରିପାରନ୍ତି ପାକିସ୍ତାନ ସର୍ବୋଚ୍ଚ ନ୍ୟାୟାଳୟ । ଅନ୍ୟପଟେ ଲାଗି ରହିଥିବା ସଙ୍କଟ ନେଇ ସେନା ପ୍ରତ୍ୟେକ୍ଷ କିଛି ଆଭିମୁଖ୍ୟ ସ୍ପଷ୍ଟ କରୁନଥିବା ବେଳେ ସେନାର ହସ୍ତକ୍ଷେପ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details