ନୂଆଦିଲ୍ଲୀ:ଆସୁଛି ଚଳିତ ବର୍ଷର ପ୍ରଥମ ବାତ୍ୟା ‘ଆସାନୀ’ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏବଂ ଆଣ୍ଡାମାନ ସାଗରର ଦକ୍ଷିଣରେ ଅବପାତର ରୂପ ନେଇ ଆଣ୍ଡାମାନ ଏବଂ ନିକୋବର ଦୀପପୁଞ୍ଜକୁ ଛୁଇଁବ । ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସୂଚନା ଦିଆଯାଇଛି ।
Cylone Asani: ଆଜି ଅବପାତର ରୂପ ନେବ ବାତ୍ୟା ଆସାନୀ - cyclone asani update news
ଆସୁଛି ବର୍ଷର ପ୍ରଥମ ବାତ୍ୟା ‘ଆସାନୀ’ । ଆସନ୍ତା 24 ଘଣ୍ଟାରେ ଏହା ଅବପାତରେ ପରିଣତ ହୋଇ ବାତ୍ୟାରେ ପରିଣତ ହେବ । ଅଧିକ ପଢ଼ନ୍ତୁ
ମାର୍ଚ୍ଚ ୨୧ ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବ। ଏହି ବାତ୍ୟା ଆଣ୍ଡାମାନେ ଓ ନିକୋବାର ଦୀପ ଦେଇ ଉତ୍ତରଆଡ଼କୁ ଯିବା ନେଇ ଆଶଙ୍କା କରାଯାଉଥିବା ବେଳେ ଆଜି ଏହା ତୀବ୍ରତର ହେବ ବୋଲି ପାଣିପାଗ ବିଭାଗ କହିଛି । ବାତ୍ୟା ପ୍ରଭାବରେ ଆଜି ଓ ଆସନ୍ତା କାଲି ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାସହ ଉତ୍ତର ଆଣ୍ଡାମାନ ଦୀପର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଘଣ୍ଟା ପ୍ରତି 80ରୁ 85 କିମି ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଆଜି ସନ୍ଧ୍ୟା ସୁଦ୍ଧା ଘଣ୍ଟା ପ୍ରତି 40-50 କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟାକୁ ଦେଖି ଆଣ୍ଡାମାନ ଓ ନିକୋବାର ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଏହି ସମୟରେ, ଆଣ୍ଡାମାନ ଏବଂ ନିକୋବର ଦ୍ବୀପପୁଞ୍ଜରେ ଜାହାଜ ଚଳାଚଳକୁ ବାତିଲ କରିବା ସହ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ବାରଣ କରାଯାଇଛି ।