ଓଡିଶା

odisha

ETV Bharat / bharat

Ropeway Accident: ୪୪ ଘଣ୍ଟା ପରେ ସରିଲା ଉଦ୍ଧାର କାର୍ଯ୍ୟ - देवघर न्यूज

ଝାଡଖଣ୍ଡ ଦେବଘରରେ ରୋପୱେ ଦୁର୍ଘଟଣା । ସରିଲା ଉଦ୍ଧାର କାର୍ଯ୍ୟ । ବାୟୁସେନା ଓ ଏନଡିଆରଏଫର ମିଳିତ ସହଯୋଗରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା । ଅଧିକ ପଢନ୍ତୁ

Ropeway Accident: ଏବେ ବି ଫସିଛନ୍ତି ୧୪ ପର୍ଯ୍ୟଟକ, ଦ୍ବିତୀୟ ଦିନରେ ଉଦ୍ଧାର କାର୍ଯ୍ୟ ଜାରି
Ropeway Accident: ଏବେ ବି ଫସିଛନ୍ତି ୧୪ ପର୍ଯ୍ୟଟକ, ଦ୍ବିତୀୟ ଦିନରେ ଉଦ୍ଧାର କାର୍ଯ୍ୟ ଜାରି

By

Published : Apr 12, 2022, 8:24 AM IST

Updated : Apr 12, 2022, 1:19 PM IST

ରାଞ୍ଚି: ଝାଡଖଣ୍ଡ ଦେବଘରରେ ରୋପୱେ ଦୁର୍ଘଟଣା(Ropeway Accident) । ଦୀର୍ଘ ୪୪ ଘଣ୍ଟାର କସରତ ପରେ ଶେଷ ହେଲା ଉଦ୍ଧାର କାର୍ଯ୍ୟ । ହେଲେ ଆଜି ଉଦ୍ଧାର ସମୟରେ ପୁଣିଥରେ ଏକ ଅଘଟଣ ଘଟିଛି । ଜଣେ ମହିଳା ରୋପୱେରୁ ଖସି ପଡିବା ଯୋଗୁଁ ପ୍ରାଣ ହରାଇଛନ୍ତି । ଫଳରେ ମୋଟ ମୃତକଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଏହାପୂର୍ବରୁ ସୋମବାର ଜାରି ରହିଥିବା ଉଦ୍ଧାର କାର୍ଯ୍ୟ ଅନ୍ଧାର ଯୋଗୁଁ ସ୍ଥଗିତ ରଖାଯାଇଥିଲା । ରୋପୱେରେ ଫସିଥିବା ଅବଶିଷ୍ଟ ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ଆଜି(ମଙ୍ଗଳବାର) ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଗତକାଲି(ସୋମବାର) ଠାରୁ ମଝି ଆକାଶରେ ଅନେକ ପର୍ଯ୍ୟଟକ ରୋପୱେ ଟ୍ରଲିରେ ଫସି ରହିଥିଲେ ।

Ropeway Accident: ଏବେବି ଫସିଛନ୍ତି ୧୪ ପର୍ଯ୍ୟଟକ, ଦେଖନ୍ତୁ କେମିତି ଚାଲିଛି ଉଦ୍ଧାର

ସୋମବାର ସକାଳୁ ସାଢେ ୭ଟାରୁ ବାୟୁସେନା ଉଦ୍ଧାର କାର୍ଯ୍ୟରେ ଲାଗି ପଡିଥିଲା । ବାୟୁସେନାର ଗରୁଡ କମାଣ୍ଡୋ ଟିମ୍ MI-17 ଏବଂ MI-17 V5 ହେଲିକପ୍ଟର ସହାୟତାରେ ୩୨ ଜଣ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ହେଲେ ସନ୍ଧ୍ୟା ହେଉ ହେଉ ଏକ ବଡ ଅଘଟଣ ଘଟିଯାଇଥିଲା । ଉଦ୍ଧାର ସମୟରେ ସେଫ୍ଟି ବେଲ୍ଟ ଖୋଲିଯିବା ଯୋଗୁଁ ହେଲିକପ୍ଟରରୁ ଜଣେ ପର୍ଯ୍ୟଟକ ଖାଇ ମଧ୍ୟକୁ ଖସି ପଡିଥିଲେ ।

ଉଲ୍ଲେଖଯୋଗ୍ୟ, ରବିବାର ଦେବଘର ନିକଟ ତ୍ରିକୁଟ ପାହାଡ ଶିଖରରେ ଥିବା ରୋପୱେରେ ଦୁର୍ଘଟଣା ଘଟିଥିଲା । ଫଳରେ ୨ ହଜାର ଫୁଟ ଉପରେ ଦୀର୍ଘ ସମୟ ଧରି ଅନେକ ପର୍ଯ୍ୟଟକ ଜୀବନ ମରଣ ମଧ୍ୟରେ ଝୁଲି ରହିଥିଲେ । ଉଦ୍ଧାର ପାଇଁ ପ୍ରଥମେ ଏନଡିଆରଏଫ ଟିମ୍‌ ନିୟୋଜିତ ହୋଇଥିବା ବେଳେ ପରେ ସେନାର ସହାୟତା ନିଆଯାଇଥିଲା । ଅଘଟଣରେ ଏବେସୁଦ୍ଧା ୪ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

Last Updated : Apr 12, 2022, 1:19 PM IST

ABOUT THE AUTHOR

...view details