ଓଡିଶା

odisha

ETV Bharat / bharat

ତାଜମହଲ ବୁଲିଲେ ଡେନମାର୍କ ପ୍ରଧାନମନ୍ତ୍ରୀ

ତାଜମହଲ ବୁଲିଲେ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନ । ଆଜି(ରବିବାର) ସକାଳ ୯ଟା ସମୟରେ ସ୍ବାମୀ ବୋ ଟେନବର୍ଗଙ୍କ ସହିତ ତାଜମହଲ ପରିଦର୍ଶନ କରିଛନ୍ତି ଡେନମାର୍କ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

By

Published : Oct 10, 2021, 1:57 PM IST

ତାଜମହଲ ବୁଲିଲେ ଡେନମାର୍କ ପ୍ରଧାନମନ୍ତ୍ରୀ
ତାଜମହଲ ବୁଲିଲେ ଡେନମାର୍କ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ତାଜମହଲ ବୁଲିଲେ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନ । ଆଜି(ରବିବାର) ସକାଳ ୯ଟା ସମୟରେ ସ୍ବାମୀ ବୋ ଟେନବର୍ଗଙ୍କ ସହିତ ତାଜମହଲ ପରିଦର୍ଶନ କରିଛନ୍ତି ଡେନମାର୍କ ପ୍ରଧାନମନ୍ତ୍ରୀ । ଏହି ସମୟରେ ସେ ତାଜମହଲର ପ୍ରଶଂସା କରି କହିଛନ୍ତି ବାଃ ତାଜ ସୁ୍ନ୍ଦର ତାଜ ।

ତାଜମହଲ ବୁଲିଲେ ଡେନମାର୍କ ପ୍ରଧାନମନ୍ତ୍ରୀ

ତାଜମହଲର ଇତିହାସ ବିଷୟରେ ପଚାରି ବୁଝିଛନ୍ତି ଡେନମାର୍କ ପ୍ରଧାନମନ୍ତ୍ରୀ । ଏହା ସହିତ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନ ଓ ତାଙ୍କ ସ୍ବାମୀ ଫଟୋଗ୍ରାଫି କରିଛନ୍ତି । ପରିଦର୍ଶନ ବହିରେ ତାଜମହଲର ସୁନ୍ଦରତା ବିଷୟରେ ଲେଖିଛନ୍ତି ମେଟେ । ଏହା ଏକ ଖୁବ୍ ସୁନ୍ଦର ସ୍ଥାନ ବୋଲି କହିଛନ୍ତି । ତାଜମହଲ ଗସ୍ତ ପରେ ସେ ଆଗ୍ରା ଅଭିମୁଖେ ଯାତ୍ର କରିଛନ୍ତି ।

ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ତାଜମହଲ ଗସ୍ତ ପାଇଁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆଜି ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ସମସ୍ତ ପର୍ଯ୍ୟଟକଙ୍କ ବାହାର କରିଦିଆଯାଇଥିଲା । ପ୍ରକାଶ ଥାଉ କି,ଗତକାଲି ଭାରତ ଆସିଥିଲେ ଡେନମାର୍କ ପ୍ରଧାନମନ୍ତ୍ରୀ । ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ ମେଟେ ଫ୍ରେଡେରିକସେନ । ସବୁଜ ପ୍ରଯୁକ୍ତି ଏବଂ ଭୂତଳ ଜଳ ପ୍ରତି ପ୍ରକୃତିକ ସମ୍ପଦର ପରିଚାଳନାରେ ସହଯୋଗ ବଢାଇବା ପାଇଁ ଦୁଇ ଦେଶ ମଧ୍ୟରେ ଏମଏୟୁର ୪ଟି ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି । ବର୍ଷେ ପୂର୍ବରୁ ଏହି ସହଯୋଗ ଚୁକ୍ତିନାମା ଚୂଡାନ୍ତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details