ଜୟପୁର: ରାଜସ୍ଥାନ ଗସ୍ତରେ ଡେନମାର୍କର ରାଷ୍ଟ୍ରଦୂତ ଫ୍ରେଡିସ୍ ସଭାନେ । ସେ ଆଜି ଜୟପରୁରେ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ଭେଟିଥିବା ସୂଚନା ରହିଛି ।
ରାଜସ୍ଥାନ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡେନମାର୍କ ରାଷ୍ଟ୍ରଦୂତ, ଜୟପୁରରେ ପ୍ରତିଷ୍ଠା ହେବ ଡାଏରି ଏକ୍ସଲେନ୍ସ ସେଣ୍ଟର - Denmark Ambassador in rajasthan
ରାଜସ୍ଥାନ ଗସ୍ତରେ ଡେନମାର୍କର ରାଷ୍ଟ୍ରଦୂତ ଫ୍ରେଡିସ୍ ସଭାନେ । ଅଧିକ ପଢନ୍ତୁ...
ଡେନମାର୍କ ସହାୟତାରେ ଖୁବଶୀଘ୍ର ରାଜସ୍ଥାନରେ ଦୁଗ୍ଧ କ୍ଷେତ୍ରରେ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ହେବାକୁ ଯାଉଛି । ଏନେଇ ଉକ୍ତ ବୈଠକରେ ଆଲୋଚନା ହୋଇଥିବା ସୂଚନା ରହିଛି । ଦୁଗ୍ଧ ଉତ୍ପାଦନ ଓ ସଂରକ୍ଷଣ କ୍ଷେତ୍ରରେ ଏକ ଅତ୍ୟାଧୁନିକ ଡାଏରି ଡାଏରି ଏକ୍ସଲେନ୍ସ ସେଣ୍ଟର ଖୁବ ସହାୟକ ହୋଇ ପାରିବ । ଏହି ପ୍ରକଳ୍ପ ପାଇଁ ଡେନମାର୍କ ସରକାର ବୈଷୟିକ ସାହାଯ୍ୟ ଓ ସହାୟତା ଯୋଗାଇ ଦେବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି । ତେବେ ଏହି ଅତ୍ୟାଧୁନିକ ଡାଏରି ଫାର୍ମ ଫଳରେ ଦୁଗ୍ଧ ଚାଷକୁ ଏକ ନୂଆ ଦିଗ ଦେବାକୁ ପ୍ରୟାସ କରୁଛନ୍ତି ରାଜସ୍ଥାନ । ଏନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ