ନୂଆଦିଲ୍ଲୀ: ଟିକେଟକୁ ନେଇ ପଶ୍ଚିମବଙ୍ଗ ବିଜେପିରେ ବଢୁଛି ଅସନ୍ତୋଷ । ବେହାଲା ପୂର୍ବରୁ ଟିକେଟ ନ ମିଳିବାରୁ ବିଜେପି ଛାଡିଛନ୍ତି ସୋଭେନ ଚାର୍ଟାଜୀ । ବେହାଲାରେ ଚଟ୍ଟୋପାଧ୍ୟାୟ ଦଶନ୍ଧି ଧରି ନିର୍ବାଚନ ଲଢୁଥିବାବେଳେ ଏଥର ତାଙ୍କ ସ୍ଥାନରେ ପାୟଲ ସରକାରଙ୍କୁ ଟିକେଟ ଦେଇଛି ଦଳ । ସେପଟେ, ବୈଶାଖୀ ବାନାର୍ଜୀ ମଧ୍ୟ ଟିକେଟ ନ ପାଇବାରୁ ଦଳରୁ ବାହାରି ଯାଇଛନ୍ତି ।
ଟିକେଟ ଦେଲାନି ଦଳ, ବିଜେପି ଛାଡିଲେ ସୋଭେନ ଚାଟାର୍ଜୀ - ପଶ୍ଚିମବଙ୍ଗ ନିର୍ବାଚନ
ପଶ୍ଚିମବଙ୍ଗ ବିଜେପିରେ ନୂଆ ପୁରୁଣା ଚେହେରାକୁ ନେଇ ବଢୁଛି ଅସନ୍ତୋଷ । ବେହାଲା ପୂର୍ବରୁ ଟିକେଟ ନ ମିଳିବାରୁ ଦଳ ଛାଡିଛନ୍ତି ସୋଭେନ ଚାର୍ଟାଜୀ । ଅଧିକ ପଢନ୍ତୁ...
ସୋଭେନ ଚାର୍ଟାଜୀ ତୃଣମୂଳ କଂଗ୍ରେସର ଜଣେ ହେଭିୱେଟ ନେତା ଭାବେ ପରିଚିତ ଥିଲେ । ସେ କୋଲକାତାର ପୂର୍ବତନ ମେୟର ମଧ୍ୟ ରହିସାରିଛିନ୍ତି । ତେବେ ଗତ 2019ରେ ସେ ଟିଏମସି ଛାଡି ବିଜେପିରେ ସାମିଲ ହୋଇଥିଲେ । ଗତକାଲି ବିଧାନସଭା ନିର୍ବାଚନ ଲାଗି ବିଜେପି ତାର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀପତ୍ର ତାଲିକା ଘୋଷଣା କରିଥିଲା । ଯେଉଁଥିରେ ତାଙ୍କ ପାରମ୍ପରିକ ନିର୍ବାଚନୀ ମଣ୍ଡଳୀରେ ନୂଆ କରି ବିଜେପିରେ ସାମିଲ ହୋଇଥିବା ପାୟଲ ସରକାରଙ୍କୁ ଟିକେଟ ଦିଆଯାଇଛି । ଗତ 25 ଫେବୃୟାରୀରେ ବିଜେପିରେ ସାମିଲ ହୋଇଥିଲେ ପାୟଲ ସରକାର ।
ରବିବାର ସୋଭେନ ଓ ବୈଶାଖୀ ଫେସବୁକ ଜରିଆରେ ବିଜେପି ଛାଡିଥିବା ନେଇ ସୂଚନା ଦେଇଥିଲେ । ଦିଲ୍ଲୀରେ ଥିବା ବିଜେପି ଜାତୀୟ ନେତାଙ୍କୁ ନିଜର ଇସ୍ତଫା ପଠାଇଛନ୍ତି । ସୂଚନାଯୋଗ୍ୟ, ସୋଭେନ ଚାର୍ଟାଜୀ ବେହାଲା ପୂର୍ବ ଓ ବୈଶାଖୀ ବାନାର୍ଜୀ ବେହାଲା ପଶ୍ଚିମରୁ ନିର୍ବାଚନ ଲଢିବେ ବୋଲି ଆଶା ରଖିଥିଲେ । ବିଜେପି ସୋଭେନଙ୍କୁ ପଶ୍ଚିମରୁ ଛିଡା କରିବାକୁ ଚାହୁଁଥିଲା । କାରଣ ପଶ୍ଚିମରେ ତୃଣମୂଳ କଂଗ୍ରେସ ପ୍ରତିଦ୍ବନ୍ଦିତା କରୁଛନ୍ତି ସୋଭେନଙ୍କ ପୂର୍ବତନ ପତ୍ନୀ ରତନ ଚାଟାର୍ଜୀ । କାରଣ ବିଜେପି ଏହି ନିର୍ବାଚନକୁ ସୋଭେନ ଓ ତାଙ୍କ ପୂର୍ବତନ ସ୍ତ୍ରୀଙ୍କ ମଧ୍ୟ ଲଢେଇ କରିବାକୁ ଚାହୁଁନଥିଲା । ତେବେ ବିଜେପି ବେହାଲା ପଶ୍ଚିମରୁ ସୋଭାନଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା କରିଥିବାବେଳେ ଏହା ଘୋଷଣା କରିବା ପୂର୍ବରୁ ସୋଭେନ ଦଳରୁ ଇସ୍ତଫା ଦେଇଛନ୍ତି ।