ଶ୍ରୀନଗର: ଜମ୍ମୁକାଶ୍ମୀର ଗସ୍ତରେ ଥିବା 24 ଜଣିଆ ବିଦେଶୀ ରାଷ୍ଟ୍ରଦୂତ ପ୍ରତିନିଧିମଣ୍ଡଳ କେନ୍ଦ୍ରଶାସିତ ଅଞ୍ଚଳ ପରିଦର୍ଶନ କରି ଏଠାରେ ସ୍ଥିତି ସମୀକ୍ଷା କରିଛନ୍ତି । ଘାଟିର ବିଭିନ୍ନ ଅଞ୍ଚଳ ବୁଲିବା ପରେ ପ୍ରତିନିଧିମଣ୍ଡଳ ସଦସ୍ୟଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।
ବିଦେଶୀ ପ୍ରତିନିଧିମଣ୍ଡଳରେ ସାମିଲ ବୋଲିଭିଆ ରାଷ୍ଟ୍ରଦୂତ ଜୁଆନ ଜୋଶ କୋର୍ଟେଜ ରୋଜାସ କହିଛନ୍ତି, ଆମେ ଯାହା ହୃଦୟଙ୍ଗମ କରୁଛୁ ତାହା ହେଉଛି ଏଠାରେ ଥିବା ଗଣତନ୍ତ୍ର । ଏହା ପ୍ରଭାବଶାଳୀ ଅଟେ । କେନ୍ଦ୍ର ସରକାର ନେଇଥିବା ରାଜନୈତିକ ନିଷ୍ପତ୍ତିରେ ଏଠାକାର ଲୋକମାନେ ଖୁସି ଅଛନ୍ତି ବୋଲି କହିଛନ୍ତି ଜୁଆନ ଜୋଶ ।