ଓଡିଶା

odisha

ETV Bharat / bharat

ଗଣତନ୍ତ୍ର ଖାଲି ଏକ ବ୍ୟବସ୍ଥା ନୁହେଁ ତାହା ଭାରତର ପ୍ରକୃତି: ମୋଦି

ଗଣତନ୍ତ୍ର ଖାଲି ଏକ ବ୍ୟବସ୍ଥା ନୁହେଁ ତାହା ଭାରତର ପ୍ରକୃତି ଓ ଏକ ପ୍ରାକୃତିକ ପ୍ରବୃତ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଶିମଲା ଠାରେ ଆୟୋଜିତ 82ତମ ଅଲ ଇଣ୍ଡିଆ ପ୍ରିଜାଇଡିଂ ଅଫିସର୍ସ କନଫରେନ୍ସର ଉଦଘାଟନୀ ଅଧିବେଶନରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

By

Published : Nov 17, 2021, 2:36 PM IST

ଗଣତନ୍ତ୍ର ଖାଲି ଏକ ବ୍ୟବସ୍ଥା ନୁହେଁ ତାହା ଭାରତର ପ୍ରକୃତି
ଗଣତନ୍ତ୍ର ଖାଲି ଏକ ବ୍ୟବସ୍ଥା ନୁହେଁ ତାହା ଭାରତର ପ୍ରକୃତି

ନୂଆଦିଲ୍ଲୀ:ଗଣତନ୍ତ୍ର ଖାଲି ଏକ ବ୍ୟବସ୍ଥା ନୁହେଁ ତାହା ଭାରତର ପ୍ରକୃତି ଓ ଏକ ପ୍ରାକୃତିକ ପ୍ରବୃତ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଶିମଲା ଠାରେ ଆୟୋଜିତ 82ତମ ଅଲ ଇଣ୍ଡିଆ ପ୍ରିଜାଇଡିଂ ଅଫିସର୍ସ କନଫରେନ୍ସର ଉଦଘାଟନୀ ଅଧିବେଶନରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗାମୀ ଦିନରେ ଦେଶକୁ ଏକ ନୂଆ ଶିଖରରେ ପହଞ୍ଚାଇବାକୁ କହିଛନ୍ତି ମୋଦି ।

ସେ ଆହୁରି କହିଛନ୍ତି, ଦେଶକୁ ସଫଳତାର ଶିଖରରେ ପହଞ୍ଚାଇବାକୁ ହେଲେ ଆମକୁ ଏକଜୁଟ ହୋଇ କାମ କରିବାକୁ ପଡିବ । ଆସାଧାରଣ ଲକ୍ଷ୍ୟକୁ ହାସଲ କରିବାକୁ ପଡିବ । ଏହା କେବଳ ସବକା ପ୍ରୟାସ ଦ୍ବାରା ଫଳପ୍ରଦ ହେବ । ଲୋକତନ୍ତ୍ରରେ ଭାରତୀୟ ଗଣତନ୍ତ୍ର ବ୍ୟବସ୍ଥାରେ ଯେତେବେଳେ ଆମେ ସବକା ପ୍ରୟାସର କଥା କହୁ ସବୁ ରାଜ୍ୟର ଭୂମିକା ସବୁଠୁ ବଡ ଆଧାର ହୋଇଥାଏ ବୋଲି କହିଛନ୍ତି ମୋଦି । ବିଗତ ଦିନରେ ଦେଶ ଯେଉଁ ସଫଳତା ହାସଲ କରିଛି ରାଜ୍ୟଗୁଡିକ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । କୋରୋନା ବିରୋଧୀ ଲଢେଇରେ ଦେଶ ଯେଉଁ ସଫଳତା ପାଇଛି ତାହା ସବକା ପ୍ରୟାସର ଏକ ଉଦାହରଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆମ ପଲିସି ଆମ ନିୟମ ଏକ ଭାରତ ଶ୍ରେଷ୍ଠ ଭାରତକୁ ଶକ୍ତି ଯୋଗାଇବ । ୱାନ ନେସନ ୱାନ ଲେଜିସଲେଟିନ ଆମ ସଂସଦୀୟ ବ୍ୟବସ୍ଥାକୁ ଖାଲି ବୈଷେୟିକ କୌଶଳ ଦେବନାହିଁ ବରଂ ଦେଶର ଗଣତାନ୍ତ୍ରିକ ୟୁନିଟ୍ ଗୁଡ଼ିକୁ ଏକାଠି ସଂଯୋଗ କରିବା ପାଇଁ କାର୍ଯ୍ୟ କରିବ ବୋଲି କହିଛନ୍ତି ମୋଦି । ହିମାଚଳପ୍ରଦେଶ ଶିମଲାରେ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଭର୍ଚ୍ଚୁଆଲରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୯୨୧ରେ ଶିମଲାରେ ପ୍ରଥମ ବାଚସ୍ପତି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଏହାର ଶତବାର୍ଷିକୀ ପୂର୍ତ୍ତୀ ଉପଲକ୍ଷେ ଦେବାକୁ ଥିବା ଦୁଇ ଦିନିଆ ସମ୍ମିଳନୀରେ ଦେଶର ସମସ୍ତ ବାଚସ୍ପତି ଓ ଉପବାଚସ୍ପତି ଯୋଗ ଦେଇଛନ୍ତି । ଗଣତନ୍ତ୍ରକୁ ମଜବୁତ କରିବା ଏହି ସମ୍ମିଳନୀର ଲକ୍ଷ୍ୟ ।

@ANI

ABOUT THE AUTHOR

...view details