ଓଡିଶା

odisha

ETV Bharat / bharat

Eenadu Editorial: ନାମକୁ ମାତ୍ର ଗଣତନ୍ତ୍ର, ସରକାରରେ ରହିବା ପାଇଁ କିଛି ବି କରିବେ ! - ନାମକୁ ମାତ୍ର ଗଣତନ୍ତ୍ର

କେହି ଚାହିଁଲେ କୋଟି କୋଟି ଟଙ୍କା ବଳରେ ରାଜନୈତିକ କ୍ଷମତା କିଣିପାରିବେ କି ? ବିଧାୟକ ମାର୍କେଟରେ ମିଳିବେ କି ? ଗଣତନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ସରକାରକୁ ବେଆଇନ ଭାବେ ଭାଙ୍ଗି ଦେବା କଣ ସମ୍ବିଧାନର ମୂଲ୍ୟବୋଧକୁ ଧ୍ୱସଂ କରିବା ସହ ସମାନ ନୁହେଁ କି ? ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Nov 9, 2022, 11:04 PM IST

ହାଇଦ୍ରାବାଦ: କେହି ଚାହିଁଲେ କୋଟି କୋଟି ଟଙ୍କା ବଳରେ ରାଜନୈତିକ କ୍ଷମତା କିଣିପାରିବେ କି ? ବିଧାୟକ ମାର୍କେଟରେ ମିଳିବେ କି? ଯଦି ଏହା ହୁଅନ୍ତା ଏହା କେଉଁ ପ୍ରକାରର ରାଜନୀତି ? ଗଣତନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ସରକାରକୁ ବେଆଇନ ଭାବେ ଭାଙ୍ଗି ଦେବା କଣ ସମ୍ବିଧାନର ମୂଲ୍ୟବୋଧକୁ ଧ୍ବସଂ କରିବା ସହ ସମାନ ନୁହେଁ କି ? ଗତ ସପ୍ତାହରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ସରକାର ଭାଙ୍ଗିବା, ଦଳୀୟ ବିଧାୟକଙ୍କୁ କିଣା ବିକା ପାଇଁ ଉଦ୍ୟମ କରିବା ଅଭିଯୋଗ ନେଇ ବିଜେପି ବିରୋଧରେ ସଂଗୀନ ଅଭିଯୋଗ ଆଣିବା ସହ ନ୍ୟାୟିକ ହସ୍ତକ୍ଷେପ ଲୋଡିଛନ୍ତି । ଖାଲି ଏତିକି ନୁହେଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ବିଜେପି ତାଙ୍କୁ ଟଙ୍କା ଯାଚୁଥିବା ଅଭିଯୋଗ କରିଛନ୍ତି ।

ସତ ଏହାଯେ, ଦେଶର ରାଜନୈତିକ ଦଳ ଗୁଡିକ ନିଜ ଉପରେ କୌଣସି ବିପଦ ଆସିଲେ ଗଣତନ୍ତ୍ରର ଦ୍ବାହି ଦେଇଥାନ୍ତି । କିନ୍ତୁ ସୁଯୋଗ ମିଳିଲେ କ୍ଷମତା ପାଇଁ ସେହି ଗଣତନ୍ତ୍ରକୁ ଦଳି ଦେବାକୁ ପଛଘୁଞ୍ଚା ଦିଅନ୍ତ ନାହିଁ । 60 ବର୍ଷ ପୂର୍ବେ ଇଏମଏସ ନମ୍ବୁଦିରିପାଦଙ୍କ ନେତୃ୍ତ୍ବାଧୀନ କେରଳ ସରକାରକୁ ବରଖାସ୍ତ କରାଯାଇଥିଲା । ଖାଲି ଏତିକି ନୁହେଁ କଂଗ୍ରେସ ଏହା ପରେ ପରେ ଦେଶର ଅନ୍ୟ ରାଜ୍ୟର ଥିବା ବିରୋଧୀ ସରକାରଙ୍କୁ ହଇରାଣ କରିବା ସହ କେନ୍ଦ୍ରୀୟ ଏଜେନ୍ସୀ ସହାୟତାରେ ଭାଙ୍ଗି ଦେବାକୁ ପଛାଉନଥିଲା । 1984 ରେ ଇନ୍ଦିରା ଗାନ୍ଧୀ ଏନଟିଆର ସରକାରଙ୍କୁ ଭାଙ୍ଗିଦେଇଥିଲେ । ଜନାତ ପାର୍ଟି ସରକାର ମଧ୍ୟ କଂଗ୍ରେସର କିଛି ସରକାରକୁ ଭାଙ୍ଗି ଦେଇଥିଲା । ଏହା ଥିଲା ସ୍ବାଧୀନ ଭାରତର ପରବର୍ତ୍ତୀ ସ୍ଥିତି ।

ଏବେ ବି ମଧ୍ୟ ଏହି ଧାରା ଜାରି ରହିଛି । ବର୍ତ୍ତମାନ ଭାରତୀୟ ଜନତା ପାର୍ଟି ନିଜକୁ ଅପରାଜୟେ ଅଜୟ ଦେଖୁଛି । କାରଣ ଦଳ ପାଖରେ ଶକ୍ତି ଅଛି, ସାମର୍ଥ୍ୟ ଅଛି । ଆରଏସଏସ ଭଳି ସଂଗଠନର ସମର୍ଥନ ଅଛି । ଏହାସହ ଦେଶର ସର୍ବାଧିକ ରାଜ୍ୟରେ ବିଜେପି ସରକାର ମଧ୍ୟ ରହିଛି । ହେଲେ ବିରୋଧୀ ସରକାରଙ୍କୁ ଭାଙ୍ଗିବା ପ୍ରସଙ୍ଗ ଯେତେବେଳେ ଉଠୁଛି, ବିଜେପି ପାଖରେ ସବୁଥାଇ ମଧ୍ୟ ଏହି ଅପବାଦରୁ ନିଜକୁ ମୁକ୍ତ ରଖିପାରି ନାହିଁ । ଅରୁଣାଚଳ ପ୍ରଦେଶ, ମଧ୍ୟ ପ୍ରଦେଶ, ମଣୀପୁର, ଗୋଆ ଓ କର୍ଣ୍ଣାଟକରେ ହୋଇଥିବା ସରକାର ପରିବର୍ତ୍ତନର ଜ୍ଜଳନ୍ତ ଉଦାହରଣ । ମହାରାଷ୍ଟ୍ରରେ ମଧ୍ୟ ନିର୍ବାଚିତ ସରକାରକୁ ବିଜେପି ଭାଙ୍ଗି ସରକାର ପରିବର୍ତ୍ତନ କରିଦେଇଛି ।

ବର୍ତ୍ତମାନ ରାଜନୀତି ବଦଳି ଯାଇଛି । ଛୋଟ ଛୋଟ ପାର୍ଟିରୁ ରାଜନୀତି ଆରମ୍ଭ କରିଥିବା ନେତା ପରବର୍ତ୍ତୀ ଅବସ୍ଥାରେ ସ୍ବାର୍ଥ ପାଇଁ ଦଳ ଛାଡିବାରେ ଲାଗିଛନ୍ତି । କୌଣସି ବି ନେତା ବିଚାରଧାରକୁ ନେଇ ରାଜନୀତି କରିବା ଏବେ ସମ୍ଭବ ନାହିଁ । ଯେଉଁ ଦଳ ଯେମିତି ଚାହୁଁଛି, ସେହିଭଳି ଗଣତନ୍ତ୍ରକୁ ବ୍ୟବହାର କରିବାକୁ ଚାହୁଁଛି । ଯାହା ସର୍ବବୃହତ ଗଣତନ୍ତ୍ରକୁ କଳୁଷିତ କରୁଛି ।

ଥରେ ଇତିହାସକୁ ଓଲଟାଇ ଦେଖନ୍ତୁ । ଯେତେବେଳେ ବର୍ଷ 1996 ରେ ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଲୋକସଭାରେ ଅବିଶ୍ବାସ ପ୍ରସ୍ତାବ ଉପରେ ଅଭିଭାଷଣ ଦେଇ କହିଥିଲେ, ଯଦି ମତେ କ୍ଷମତା ବଜାୟ ରଖିବା ପାଇଁ କୌଣସି ଦଳକୁ ଭାଙ୍ଗିବା କିମ୍ବା ନୂଆ ଗଠବନ୍ଧନ କରିବା ପଡେ, ସେଭଳି ସରକାର ଓ କ୍ଷମତା ମୋର ଆବଶ୍ୟକ ନାହିଁ । ମୁଁ ସେଭଳି କ୍ଷମତାକୁ ଛୁଇଁବି ନାହିଁ ।

31 ମେ’ 1996 ରେ ସଂସଦରେ ଅଭିଭାଷଣ ଦେଇ ଅଟଳ କହିଥିଲେ, ଆଜି ଦେଶ ସଂକଟରେ ପଡିଛି । ଏହି ସଂକଟ ଆମେ କରିନାହୁଁ । ଦେଶର ମଙ୍ଗଳ ପାଇଁ ଯେତେବେଳେ, ଯେଉଁ ସରକାରକୁ ଯାହା ଆବଶ୍ୟକ ଆମେ ସମର୍ଥନ କରିଛୁ । ସେତେବେଳେ ଅଟଳ କହିଥିଲେ, ସତା କା ଖେଲ ତ ଚଲେଗା... ସରକାର ଆଏଁଗୀ ଯାଏଁଗୀ.. ପାର୍ଟିଆଁ ବନେଗୀ ବିଗଡେଙ୍ଗୀ.... ମଗର ୟେ ଦେଶ ରେହନା ଚାହିୟେ...ୟେ ଦେଶ କା ଲୋକତନ୍ତ୍ର ରହେନା ଚାହିୟେ... ।

ଇନାଡୁ ସମ୍ପାଦକୀୟ

ABOUT THE AUTHOR

...view details