ଓଡିଶା

odisha

G20 summit: ବର୍ଷାରେ ଜଳବନ୍ଦୀ ‘ଭାରତ ମଣ୍ଡପମ’, କଂଗ୍ରେସ କହିଲା ଖୋଲିଲା ବିକାଶର ପୋଲ

By ETV Bharat Odisha Team

Published : Sep 10, 2023, 4:22 PM IST

ବର୍ଷାରେ ଜି20 ସମ୍ମିଳନୀର ମୁଖ୍ୟ କାର୍ଯ୍ୟକ୍ରମ ସ୍ଥଳ ‘ଭାରତ ମଣ୍ଡପମ’ ଜଳବନ୍ଦୀ । ଭିଡିଓ ସେୟାର କରି ସରକାରଙ୍କ ବିଶ୍ବସ୍ତରୀୟ ଆୟୋଜନ ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ । ଅଧିକ ପଢନ୍ତୁ

ବର୍ଷା ପରେ ଭାରତ ମଣ୍ଡପମ ଜଳବନ୍ଦୀ, କଂଗ୍ରେସ କହିଲା ଖୋଲିଲା ବିକାଶର ପୋଲ
ବର୍ଷା ପରେ ଭାରତ ମଣ୍ଡପମ ଜଳବନ୍ଦୀ, କଂଗ୍ରେସ କହିଲା ଖୋଲିଲା ବିକାଶର ପୋଲ

ନୂଆଦିଲ୍ଲୀ:ଜି20 ସମ୍ମିଳନୀ ଅବସରରେ ନୂଆଦିଲ୍ଲୀର ‘ଭାରତ ମଣ୍ଡମ’ରେ ଏକାଠି ହେଲା ସମଗ୍ର ବିଶ୍ବ । ଏହି ଶିଖର ସମ୍ମିଳନୀର ଆୟୋଜନକୁ ଭବ୍ୟ କରିବା ପାଇଁ ଭାରତ ପକ୍ଷରୁ ସମସ୍ତ ପ୍ରସ୍ତୁତି ମଧ୍ୟ କରାଯାଇଥିଲା । ହେଲେ ଗତକାଲି ରାତିରେ ପ୍ରବଳ ବର୍ଷା ପରେ ପ୍ରଗତି ମୈଦାନର ଏହି ମୁଖ୍ୟ କାର୍ଯ୍ୟକ୍ରମ କେନ୍ଦ୍ର ‘ଭାରତ ମଣ୍ଡପମ’ରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି । ସମଗ୍ର ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଯାଇଛି । ଜଳ ନିଷ୍କାସନ ପାଇଁ ପ୍ରୟାସ ଜାରି ରହିଛି । ଏହାକୁ ନେଇ ସରକାରକୁ ଟାର୍ଗେଟ କରିଛି କଂଗ୍ରେସ । ସରକାରଙ୍କ ପ୍ରସ୍ତୁତିର ପୋଲ ଖୋଲିଛି ବୋଲି କଂଗ୍ରେସ କହିଛି ।

ଯୁବ କଂଗ୍ରେସ ଅଧ୍ୟକ୍ଷ ବି.ବି ଶ୍ରନିବାସ ‘ଭାରତ ମଣ୍ଡପମ’ର ଏହି ଜଳବନ୍ଦୀ ଭିଡିଓକୁ ଏକ୍ସରେ ପୋଷ୍ଟ କରି ସରକାରଙ୍କ ଉପରେ ବର୍ଷିଛନ୍ତି । ଲେଖିଛନ୍ତି, ଜି20 ସମ୍ମିଳନୀ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ପ୍ରସ୍ତୁତି ହେଲା । ହେଲେ ଏଠାରେ ବିକାଶ ସ୍ପଷ୍ଟ ଦେଖାଯାଉଛି । କଂଗ୍ରେସର ଅଫିସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଏହି ଭିଡିଓ ସେୟାର କରାଯାଇ ସରକାରଙ୍କ ବିଶ୍ବସ୍ତରୀୟ ପ୍ରସ୍ତୁତିକୁ କଟାକ୍ଷ କରାଯାଇଛି । କଂଗ୍ରେସ କହିଛି, ମିଛ ବିକାଶର ପୋଲ ଖୋଲିଛି । ଜି-20 ସମ୍ମିଳନୀ ପାଇଁ ‘ଭାରତ ମଣ୍ଡପମ’ରେ 27ଶହ କୋଟି ଖର୍ଚ୍ଚ ହୋଇଛି । ହେଲେ ମାତ୍ର ଥରେ ବର୍ଷାରେ ବିକାଶରେ ପାଣି ପଶିଗଲା ।

ଏହା ମଧ୍ୟ ପଢନ୍ତୁ:- G20 Summit: ମହାଶକ୍ତି ମହାସମ୍ମିଳନୀରେ ଅନ୍ତିମ ଦିନ, ୱାନ ଫ୍ୟୁଚର ବିଷୟବସ୍ତୁ ଉପରେ ହେବ ଆଲୋଚନା

ନୂଆଦିଲ୍ଲୀର ଐତିହାସିକ ପ୍ରଗତି ମୈଦାନରେ ଥିବା ଏହି ଅନ୍ତର୍ଜାତୀୟ କନଭୋକେସନ ସେଣ୍ଟରକୁ ନବୀକରଣ କରାଯାଇଥିଲା । ଏଥିରେ ବିଶ୍ବସ୍ତରୀୟ କାର୍ଯ୍ୟକ୍ରମ, କନଫରେନ୍ସ, ସମ୍ମିଳନୀ, ପ୍ରଦର୍ଶନୀ ଆୟୋଜନ କରିବା ପାଇଁ ସମସ୍ତ ଅତ୍ୟାବଶ୍ୟକ ବ୍ୟବସ୍ଥା ସହ ଏହାର ପୁନଃନାମକରଣ ମଧ୍ୟ କରାଯାଇଥିଲା । କେନ୍ଦ୍ର ସରକାର ଏହାର ନାମ ‘ଭାରତ ମଣ୍ଡପମ’ ରଖିଥିଲେ । ଗତକାଲି ଆରମ୍ଭ ହୋଇ ଆଜି ଶେଷ ହୋଇଥିବା ଜି-20 ରାଷ୍ଟ୍ରମୁଖ୍ୟ ସମ୍ମିଳନୀର ମୁଖ୍ୟ କାର୍ଯ୍ୟକ୍ରମ ଓ ରାଷ୍ଟ୍ରପତିଙ୍କ ଦ୍ବାରା ଆୟୋଜିତ ଭବ୍ୟ ନୈଶ୍ଯଭୋଜି ମଧ୍ୟ ଏହିଠାରେ ହୋଇଥିଲା । ଦିନ ତମାମ ଜାରି ରହିଥିବା କାର୍ଯ୍ୟକ୍ରମ 70ଦେଶର ରାଷ୍ଟ୍ରମୁଖ୍ୟ ଓ ଅନ୍ୟ ନିମନ୍ତ୍ରିତ ଅତିଥି ସାମିଲ ହୋଇଥିଲେ । ମାତ୍ର ଗତକାଲି ରାତିରେ ପ୍ରବଳ ବର୍ଷା ପରେ ଭାରତ ମଣ୍ଡପମରେ ଜଳବନ୍ଦୀ ସମସ୍ୟା ଦେଖାଯାଇଛି । ଯାହାକୁ ନେଇ ବିଶ୍ବସ୍ତରୀୟ ଆୟୋଜନରେ ବିରୋଧୀ ପ୍ରଶ୍ନ ଉଠାଇବା ସହ ସରକାରଙ୍କୁ କଟାକ୍ଷ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details