ମୁମ୍ବାଇ:ଚିନ୍ତା ବଢାଇଲାଣି କୋରୋନା ଭାଇରସର ଡେଲଟା ପ୍ଲସ ଭାରିଆଣ୍ଟ । ମହାରାଷ୍ଟ୍ରରେ ଜଣେ ମହିଳା ୬୩ ବର୍ଷିୟ ମହିଳାଙ୍କ ମୃତ୍ୟୁ ହୋଇଛି । ତାଙ୍କ ଠାରେ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏନେଇ ସ୍ଥାନୀୟ ମୁନସିପାଲ କର୍ପୋରେସନ ପକ୍ଷରୁ ସୂଚନା ମିଳିଛି ।
ସୂଚନା ଅନୁସାରେ, ମହାରାଷ୍ଟ୍ରରେ ରହୁଥିବା ଜଣେ ଗୃହିଣୀ ଜୁଲାଇ ୨୧ରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ପରେ ତାଙ୍କୁ ଚିକିତ୍ସା ପାଇଁ ୨୪ରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଅକ୍ସିଜେନ ଲେଭଲ କମ୍ ଥିବାରୁ ଅକ୍ସିଜେନ ମଧ୍ୟ ଦିଆଯାଇଥିଲା । କିନ୍ତୁ ଜୁଲାଇ ୨୭ରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ମହିଳା ଜଣକ ଫୁସଫୁସ ରୋଗରେ ପୀଡିତ ମଧ୍ୟ ଥିଲେ । ଯେଉଁଥିପାଇଁ ସେ କୋଭିଡ ସଂକ୍ରମଣ ପୂର୍ବରୁ ଘରେ ତାଙ୍କୁ ଅକ୍ସିଜେନ ଯୋଗେ ଚିକିତ୍ସା ମଧ୍ୟ କରାଯାଉଥିଲା । ମହାମାରୀ ସମୟରେ ବି ମହିଳା ଦେଶ ବାହାରକୁ ଯାତ୍ରା କରି ନଥିଲେ । ମହିଳା ଜଣକ ୨ଟି କୋଭିସିଲ୍ଡ ଡୋଜ ମଧ୍ଯ ନେଇଥିଲେ ।