ଓଡିଶା

odisha

ETV Bharat / bharat

WHOର ଚେତାବନୀ, ଦ୍ରୁତ ଗତିରେ ମାଡୁଛି ଡେଲଟା ଭ୍ୟାରିଏଣ୍ଟ - ହୁ

ମନରୁ କୋରୋନା ଭୟ ନ ଛାଡୁଣୁ ଡେଲଟା ଭ୍ୟାରିଏଣ୍ଟ ପୁଣି ଆତଙ୍କ ସୃଷ୍ଟି କଲାଣି । ସାରା ବିଶ୍ବରେ ଦ୍ରୁତ ଗତିରେ ମାଡୁଛି ଡେଲଟା ଭ୍ୟାରିଏଣ୍ଟ । ଏନେଇ ବିଶ୍ବବାସୀଙ୍କୁ ଚେତାବନୀ ଦେଲା WHO । ଅଧିକ ପଢନ୍ତୁ...

ଦ୍ରୁତ ଗତିରେ ଗତି କରୁଛି ଡେଲଟା ଭ୍ୟାରିଏଣ୍ଟ
ଦ୍ରୁତ ଗତିରେ ଗତି କରୁଛି ଡେଲଟା ଭ୍ୟାରିଏଣ୍ଟ

By

Published : Jul 13, 2021, 1:25 PM IST

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କୋରୋନା ମହାମାରୀର କୋପ । ଏହା ଭିତରେ ଡେଲଟା ଭ୍ୟାରିଏଣ୍ଟ (Delta variant) ବି ତାର କୋପ ଦେଖାଇଛି । ଦେଶରେ ପ୍ରାୟ ରାଜ୍ୟରେ ଡେଲଟା ଭ୍ୟାରିଏଣ୍ଟ ରୋଗୀ ଚିହ୍ନଟ ହୋଇଛନ୍ତି । ଏପଟେ ସାରା ବିଶ୍ବରେ ଦ୍ରୁତ ଗତିରେ ଗତି କରୁଛି ଡେଲଟା ଭ୍ୟାରିଏଣ୍ଟ । ଏ ନେଇ ବିଶ୍ବବାସୀଙ୍କୁ ଚେତାବନୀ ଦେଇଛି ହୁ (world health organisation)।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକ ଟେଡ୍ରୋସ ଆଧନୋମ୍ କହିଛନ୍ତି ବିଶ୍ବର 104 ଦେଶରେ ଖୁବ ଶୀଘ୍ର ବିଶ୍ବରେ ପ୍ରସାରିତ କୋଭିଡ୍ -19 ଷ୍ଟ୍ରେନ୍ ହେବ ଏହି ଭ୍ୟାରିଏଣ୍ଟ । ସୋମବାର ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଟେଡ୍ରୋସ କହିଛନ୍ତି ଯେ ଗତ ସପ୍ତାହରେ କ୍ରମାଗତ ଚତୁର୍ଥ ସପ୍ତାହରେ ବିଶ୍ବରେ କୋଭିଡ -19 ମାମଲା ବଢିଛି । 10 ଦିନ ପରେ କମିଥିବାବେଳେ ମୃତ୍ୟୁସଂଖ୍ୟା ପୁଣି ବଢିଛି । ଭାରିଆଣ୍ଟ ସାରା ବିଶ୍ବରେରେ ଦ୍ରୁତ ଗତିରେ ଗତି କରୁଛି ବୋଲି କହିଛନ୍ତି ହୁ ନିର୍ଦ୍ଦେଶକ ।

ଡେଲଟା ବର୍ତ୍ତମାନ 104ରୁ ଅଧିକ ଦେଶରେ ତାର କାୟା ବିସ୍ତାର କରିଛି । ଏହା ଖୁବ୍ ଶୀଘ୍ର ସମଗ୍ର ବିଶ୍ବରେ ପ୍ରସାରିତ କୋଭିଡ୍ -19 ଷ୍ଟ୍ରେନ୍ ହେବ । କୋଭିଡ -19 ଭୂତାଣୁ ବଦଳିବାରେ ଲାଗିଛି । ଆଜି ମୋର ବାର୍ତ୍ତା ହେଉଛି ଯେ ଆମେ ଜନସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତିକୁ ଅନୁଭବ କରୁଛୁ ଯାହା ଜୀବନ, ​​ଜୀବିକା ତଥା ବିଶ୍ବ ଅର୍ଥନୀତି ପୁନରୁଦ୍ଧାର ପାଇଁ ବିପଦ ସୃଷ୍ଟି କରୁଛି । ଯେଉଁ ସ୍ଥାନରେ ଟିକା ବହୁତ କମ୍ ଅଛି, ଏହା ନିଶ୍ଚିତ ଭାବରେ ଖରାପ, କିନ୍ତୁ ମହାମାରୀ କୌଣସି ସ୍ଥାନରେ ଶେଷ ହୋଇନାହିଁ ବୋଲି କହିଛନ୍ତି ଟେଡ୍ରୋସ୍ । ସେ ଆହୁରି କହିଛନ୍ତି କୋଭିଡ୍ -19 ମହାମାରୀକୁ ହରାଇବା ପାଇଁ ବିଶ୍ବବାସୀ ଏକତ୍ରିତ ହୋଇ ଲଢେଇ କରିବା ଦରକାର ।

ଡେଲଟା ଭ୍ୟାରିଏଣ୍ଟ ଯେଉଁ ଭଳି ଭାବରେ ଗତି କରୁଛି ଆଗୁକୁ ସ୍ଥିତି ଖରାପ ହୋଇପାରେ ବୋଲି ଚେତାବନୀ ଦେଇଛି ହୁ (WHO) । ଏ ଦିଗରେ ସମସ୍ତଙ୍କ ସଚେତନ ରହିବାକୁ କହିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକ ଟେଡ୍ରୋସ ଆଧନୋମ୍ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details