ଓଡିଶା

odisha

ETV Bharat / bharat

କୋଭାକ୍ସିନ-କୋଭିସିଲ୍ଡ ନେବା ପରେ ବି ସଂକ୍ରମିତ କରିବ ଡେଲ୍‌ଟା ଭ୍ୟାରିଆଣ୍ଟ

ଡେଲ୍ଟା ଭ୍ୟାରିଆଣ୍ଟ କୋଭିସିଲ୍ଡ ଆଉ କୋଭାକ୍ସିନର ଦୁଇଟି ଡୋଜ ନେବା ପରେ ବି କରିପାରେ ସଂକ୍ରମିତ । ଅକ୍ଟୋବରରେ ପ୍ରଥମ ଥର ଏହି ଭ୍ୟାରିଆଣ୍ଟ ଭାରତରେ ମିଳିଥିଲା । ଅଧିକ ପଢନ୍ତୁ...

By

Published : Jun 9, 2021, 8:52 PM IST

କୋଭାକ୍ସିନ-କୋଭିସିଲ୍ଡ ନେବା ପରେ ବି ସଂକ୍ରମିତ କରିବ ଡେଲ୍‌ଟା ଭ୍ୟାରିଆଣ୍ଟ
କୋଭାକ୍ସିନ-କୋଭିସିଲ୍ଡ ନେବା ପରେ ବି ସଂକ୍ରମିତ କରିବ ଡେଲ୍‌ଟା ଭ୍ୟାରିଆଣ୍ଟ

ନୂଆଦିଲ୍ଲୀ: କୋରୋନା ଭାଇରସର ଡେଲ୍ଟା ଭ୍ୟାରିଆଣ୍ଟ କୋଭିସିଲ୍ଡ ଆଉ କୋଭାକ୍ସିନର ଦୁଇଟି ଡୋଜ ନେବା ପରେ ବି କରିପାରେ ସଂକ୍ରମିତ । ଅକ୍ଟୋବରରେ ପ୍ରଥମ ଥର ଏହି ଭ୍ୟାରିଆଣ୍ଟ ଭାରତରେ ମିଳିଥିଲା ।

ରିପୋର୍ଟ ଅନୁଯାୟୀ, ଏମ୍ସ ଦିଲ୍ଲୀ ଓ ନ୍ୟାସନାଲ ସେଣ୍ଟର ଅଫ ଡିଜିଜ କଣ୍ଟ୍ରୋଲର ଭିନ୍ନଭିନ୍ନ ଅଧ୍ୟୟନରେ ଏହି ବିଷୟ ସାମ୍ନାକୁ ଆସିଛି । ହେଲେ ଏହି ଅଧ୍ୟୟନର ବର୍ତ୍ତମାନ ପର୍ଯ୍ୟନ୍ତ ସମୀକ୍ଷା କରାଯାଇନାହିଁ । ଏମ୍ସର ଅଧ୍ୟୟନ ଅନୁଯାୟୀ, ଡେଲ୍ଟା ଭ୍ୟାରିଆଣ୍ଟ ବ୍ରିଟେନରେ ମିଳିଥିବା ଆଲଫା ଭ୍ୟାରିଆଣ୍ଟ ତୁଳନାରେ 40ରୁ 50 ପ୍ରତିଶତ ଅଧିକ ସଂକ୍ରାମକ । ଭାରତରେ କୋରୋନା ସଂକ୍ରମଣ ମାମଲାରେ ହୋଇଥିବା ବୃଦ୍ଧିର କାରଣ ଏହି ଡେଲ୍‌ଟା ଭ୍ୟାରିଆଣ୍ଟ ।

ଭାରତରେ ଡେଲ୍‌ଟା( B.1.617.2) ଭ୍ୟାରିଆଣ୍ଟ କାରଣରୁ କୋଭାକ୍ସିନ ଓ କୋଭିସିଲ୍ଡ 2ଟି ଟିକାର ଉଭୟ ଡୋଜ ନେବା ପରେ ସଂକ୍ରମଣ ହେବାର ହେବାର ରିପୋର୍ଟ ଅଧ୍ୟୟନ ଅନୁଯାୟୀ ସ୍ପଷ୍ଟ ହୋଇଛି ।

2ଟି ଅଧ୍ୟୟନରୁ ମିଳିଥିବା ସୂଚନା ଅନୁଯାୟୀ, ଡେଲ୍‌ଟା ଭ୍ୟାରିଆଣ୍ଟ ଦୁଇଟି ଭ୍ୟାକ୍ସିନ କୋଭିସିଲ୍ଡ ଓ କୋଭାକ୍ସିନ ନେଇଥିବା ଲୋକଙ୍କୁ ଇନଫେକ୍ସନ କରିବାରେ ସକ୍ଷମ । ଏମ୍ସ ଓ CSIR IGIB ଅଧ୍ୟୟନରୁ ମିଳିଥିବା ସୂଚନା ଅନୁଯାୟୀ, କୋଭାକ୍ସିନ ଓ କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତିଙ୍କୁ ଆଲଫା ଓ ଡେଲ୍‌ଟା ଉଭୟ ଭ୍ୟାରିଆଣ୍ଟର ଇନଫେକ୍ସନ ହୋଇଛି । ହେଲେ ଡେଲ୍‌ଟାରୁ ଅଧିକ ହୋଇଛି ।

AIIMS-IGIB ଅଧ୍ୟୟନ ହେଉଛି 63 ଲକ୍ଷଣ ରୋଗୀଙ୍କର ସ୍ଥିତିର ବିଶ୍ଳେଷଣ, ଯେଉଁମାନଙ୍କୁ 5ରୁ 7 ଦିନ ଜ୍ବର ପରେ ଡାକ୍ତରଖାନାର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ଏହି 63 ଜଣଙ୍କ ମଧ୍ୟରୁ 53 ଜଣଙ୍କୁ କୋଭାକ୍ସିନ ଏବଂ ଅନ୍ୟମାନଙ୍କୁ କୋଭିସିଲ୍ଡର ପ୍ରଥମ ଡୋଜ ଦିଆଯାଇଥିଲା । ଅନ୍ୟପକ୍ଷେ 36 ଜଣଙ୍କୁ ଏହି ଟିକା ଉଭୟ ଡୋଜ ଦିଆଯାଇଥିଲା।

ABOUT THE AUTHOR

...view details