ନୂଆଦିଲ୍ଲୀ:ସାମ୍ପ୍ରଦାୟିକ ହିଂସା ପ୍ରପିଡୀତ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇଛି ଦିଲ୍ଲୀ ପୋଲିସ । ସମଗ୍ର ଅଞ୍ଚଳକୁ ଡ୍ରୋନ ସର୍ଭିଲାନ୍ସରେ ରଖାଯାଇଛି । ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଜାମା ମସଜିଦ ଓ ହଜ ଗାଜି ଏରିଆରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପୋଲିସ ଆଜି ମଧ୍ୟ ଉକ୍ତ ଅଞ୍ଚଳରେ ପିସ୍ ମାର୍ଚ୍ଚ କରି ଶାନ୍ତି ରକ୍ଷା ପାଇଁ ନିବେଦନ କରିଥିବା ସୂଚନା ଦେଇଛନ୍ତି କେନ୍ଦ୍ରୀୟ ଜିଲ୍ଲା ପୋଲିସ ଅଧୀକ୍ଷକ ସ୍ବେତା ଚୌହାନ ।
ସେଣ୍ଟ୍ରାଲ ଜିଲ୍ଲା ଅଧୀନରେ ଆସୁଥିବା ସମସ୍ତ ଥାନା ଅଧୀନ ସମସ୍ତ ଅନୁଷ୍ଠାନ ଓ କମିଟିର କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯାଇ ଅମନ କମିଟି ଗଠନ କରାଯାଇଛି । ପୋଲିସ ମଧ୍ୟ ଫ୍ଲାଗମାର୍ଚ୍ଚ କଲା ବେଳେ ଶାନ୍ତି ବଜାୟ ରଖିବା ନେଇ ସ୍ଥାନୀୟ ବାସିନ୍ଦାଙ୍କୁ ଡାକବାଜୀ ଯନ୍ତ୍ର ସାହାଯ୍ୟରେ ନିବେଦନ କରୁଛି । ଗତକାଲି ପୋଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ଟିମ ଘଟଣାସ୍ଥଳ ପରିଦର୍ଶନ କରିବା ବେଳେ ମଧ୍ୟ ତଦନ୍ତକାରୀ ଅଧିକରୀଙ୍କ ଉପରକୁ ପଥର ମାଡ ହୋଇଥିଲା । ସ୍ଥିତିରେ ପୂର୍ବାପେକ୍ଷା ସୁଧାର ଆସିଥିଲେ ସୁଦ୍ଧା ବ୍ୟାପକ ପୋଲିସ ଫୋର୍ସ ମୁତନୟ ହୋଇଛନ୍ତି ।