ଓଡିଶା

odisha

By

Published : Feb 1, 2021, 11:20 AM IST

ETV Bharat / bharat

ଗୁରୁତର ହେଉଛି ଦିଲ୍ଲୀ ବାୟୁ ଗୁଣବତ୍ତା

ଗୁରୁତର ସ୍ତରକୁ ଯାଉଛି ଦିଲ୍ଲୀ ବାୟୁ ଗଣବତ୍ତା । ଆଜି ଏକ୍ୟୁଆଇ ମାନରେ ବାୟୁ ସୂଚକାଙ୍କ 331 ରେର୍କ଼ଡ ହୋଇଛି ବୋଲି କହିଛି ସାଫାର । ଅଧିକ ପଢନ୍ତୁ...

ବିଗିଡିବାରେ ଲାଗିଛି ଦିଲ୍ଲା ବାୟୁ ଗୁଣବତ୍ତା
ବିଗିଡିବାରେ ଲାଗିଛି ଦିଲ୍ଲା ବାୟୁ ଗୁଣବତ୍ତା

ନୂଆଦିଲ୍ଲୀ: ଦିନକୁ ଦିନ ବିଗିଡିବାରେ ଲାଗିଛି ଦିଲ୍ଲା ବାୟୁ ଗୁଣବତ୍ତା । ଆଜି ସକାଳେ ଦିଲ୍ଲୀ ବାୟୁ ଗୁଣବତ୍ତା ଅତ୍ୟନ୍ତ ଗୁରୁତର ରହିଛି ବୋଲି କହିଛି ସାଫାର । ଏକ୍ୟୁଆଇ ମାନରେ ବାୟୁ ସୂଚକାଙ୍କ 331 ରେର୍କ଼ଡ ହୋଇଛି ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥ୍ୟ ଅନୁଯାୟୀ, ଆନନ୍ଦ ବିହାରରେ 368, ବାୱାନାରେ 347, ଆଇଟିଓରେ 324, ମଥୁରା ରୋଡରେ 347, ଜାହାଙ୍ଗୀରପୁରୀରେ 388, ମୁଣ୍ଡକାରେ 343, ଆର.କେ ପୁରାମରେ 317 ଏବଂ ଶାଦିପୁରରେ 312 ରେକର୍ଡ କରାଯାଇଛି । ଯାହା ଅତ୍ୟନ୍ତ ଗୁରୁତର ରହିଛି ।

ସାଫାର ସୂଚନା ଅନୁଯାୟୀ, ଦିଲ୍ଲା ବାୟୁ ଗୁଣବତ୍ତା ଖରାପ ହେବା କାରଣରୁ ଭୂପୃଷ୍ଠରେ ପବନର ବେଗ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଆସନ୍ତା କିଛି ଦିନ ଧରି ଦିଲ୍ଲୀରେ ଏହି ପରି ସ୍ଥିତି ରହିବ ବୋଲି କହିଛି ସାଫାର । ପ୍ରବଳ କୁହୁଡି ପ୍ରବାହ ହେବା ଦିଲ୍ଲୀ ବାୟୁ ଗୁଣବତ୍ତାକୁ ଆହୁରୀ ଖରାପ କରିବାରେ ଲାଗିଛି । ଅତ୍ୟଧିକ କହୁଡି କାରଣରୁ ଚାରିଆଡ ଧୂଆଁମୟ ହୋଇଛି । ଅନେକ ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜୁଛି । ଲଗାତାର କିଛି ଦିନ ଧରି ଦିଲ୍ଲୀରେ ଏପରି ପରିବେଶକୁ ନେଇ ହନ୍ତସନ୍ତ ହେଉଛନ୍ତି ଦିଲ୍ଲୀବାସୀ । ଆଗାମି କିଛି ଦିନ ଧରି ଶୀତ ସାଙ୍ଗକୁ କୁହୁଡି ପ୍ରବାହ ଦେବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ ।

କେନ୍ଦ୍ର ଦ୍ବାରା ପରିଚାଳିତ ପ୍ରଦୂଷଣ ମନିଟରିଂ ସିଷ୍ଟମର ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, ସ୍ବାସ୍ଥ୍ୟଗତ ସମସ୍ୟା ଥିବା ଲୋକ ଘର ବାହାରକୁ ବାହାରିବା ଉଚିତ ନୁହେଁ । ନିଜର ସବୁ କାମ ଘର ଭିତରେ ରହି ତୁଲାଇବାକୁ ଉପଦେଶ ଦେଇଛନ୍ତି । ଯେଉଁମାନଙ୍କର ନିଶ୍ବାସପ୍ରଶ୍ବାସ ନେବାରେ ଅସୁବିଧା ଅଛି ସେମାନେ ପାଖରେ ମେଡିସିନ ରଖିବା ସହିତ ସ୍ବାସ୍ଥ୍ଯ ପ୍ରତି ସଚେତନ ହେବାରୁ ଅନୁରୋଧ କରିଛନ୍ତି ସ୍ବାସ୍ଥ୍ଯ ବିଶେଷଜ୍ଞ ।

@ANI

ABOUT THE AUTHOR

...view details