ଓଡିଶା

odisha

ETV Bharat / bharat

DELHI AIR QUALITY: ଜାନୁଆରୀ 31 ଯାଏଁ ବିଷାକ୍ତ ରହିବ ଦିଲ୍ଲୀ ବାୟୁ

ବିଷାକ୍ତ ହେଇଛି ଦିଲ୍ଲୀ ପରିବେଶ (Delhi Air Pollution) । ଜାନୁଆରୀ ୩୧ ପର୍ଯ୍ୟନ୍ତ ଖରାପ ଶ୍ରେଣୀରେ ରହିବ ଦିଲ୍ଲୀ ବାୟୁ ଗୁଣବତ୍ତା । ଅଧିକ ପଢନ୍ତୁ

DELHI AIR QUALITY: ଜାନୁଆରୀ 31 ପର୍ଯ୍ୟନ୍ତ ଖରାପ ଶ୍ରେଣୀରେ ରହିବ ଦିଲ୍ଲୀ ବାୟୁ ଗୁଣବତ୍ତା
DELHI AIR QUALITY: ଜାନୁଆରୀ 31 ପର୍ଯ୍ୟନ୍ତ ଖରାପ ଶ୍ରେଣୀରେ ରହିବ ଦିଲ୍ଲୀ ବାୟୁ ଗୁଣବତ୍ତା

By

Published : Jan 29, 2022, 12:48 PM IST

ଦିଲ୍ଲୀ:ଦିନକୁ ଦିନ ସାଂଘାତିକ ହେଉଛି ଦିଲ୍ଲୀ ବାୟୁ ଗୁଣବତ୍ତା । ବାୟୁ ପ୍ରଦୂଷଣରେ ଅଣନିଶ୍ବାସୀ ହେଉଛନ୍ତି ରାଜଧାନୀବାସୀ । ଆଜି(ଶନିବାର) ସକାଳୁ ଜାତୀୟ ରାଜଧାନୀରେ ବାୟୁ ଗୁଣବତ୍ତା ଅତି ଖରାପ(very poor) ଶ୍ରେଣୀରେ ରହିଛି । ଆଜି ବାୟୁ ଗୁଣବତ୍ତା ସୂଚକାଙ୍କ(Air Quality Index) ୨୫୨ ରେକର୍ଡ ହୋଇଛି । ଏବଂ ଜାନୁୟାରୀ ୩୧ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ରହିବ ବୋଲି କୁହାଯାଇଛି । ସିଷ୍ଟମ ଅଫ୍ ଏୟାର କ୍ବାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ (SAFAR) ଏନେଇ ସୂଚନା ଦେଇଛି ।

ଏହି ସମୟରେ ଆକାଶ ନିର୍ମଳ ରହିବା ସହ କୁହୁଡି ପ୍ରଭାବ ଜାରି ରହିବ । ଜାନୁଆରୀ ୩୧ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଦିଗରେ ୧୬ କିଲୋମିଟର ବେଗରେ ପବନ ବହିବା ନେଇ ଆଶଙ୍କା କରାଯାଉଛି । ନଭେମ୍ବର ୨୦୨୧ ପର ଠାରୁ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ଯଥେଷ୍ଟ ଉନ୍ନତ ରହିଥିବା ନେଇ ସିଷ୍ଟମ ଅଫ୍ ଏୟାର କ୍ବାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ (SAFAR) ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ବାୟୁ ଗୁଣବତ୍ତା ସୂଚକାଙ୍କ(ଏକ୍ୟୁଆଇ) 0-50 ମଧ୍ୟରେ ରହିଲେ ଏହାକୁ 'ଭଲ' ବୋଲି ବିଚାର କରାଯାଏ। ସେହିପରି 51-100 ମଧ୍ୟରେ ରହିଲେ ସନ୍ତୋଷଜନକ, 100-200 ମଧ୍ୟରେ ରହିଲେ ମଧ୍ୟମ, 201-300 ମଧ୍ୟରେ ରହିଲେ ଖରାପ, 301-400 ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଏବଂ 401-500 ମଧ୍ୟରେ ରହିଲେ ଗମ୍ଭୀର ବୋଲି ଧରାଯାଏ ।

ABOUT THE AUTHOR

...view details